ଯୁବକଙ୍କୁ ପିଟିପିଟି ହତ୍ୟା: ୭ ଅଭିଯୁକ୍ତ ଥାନାରେ ଅଟକ – Kalinga News

[ad_1]
ବରପାଲି: ବରଗଡ଼ ଜିଲ୍ଲା ବରପାଲି ନିକଟସ୍ଥ କନବାରର ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏଥିରେ ସଂପୃକ୍ତ ଥିବା ସନ୍ଦେହରେ ପୁଲିସ୍ ୭ ଜଣଙ୍କୁ ଥାନାକୁ ଆଣି ଅଟକ ରଖିଛି।

Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୋଗ ଅନୁସାରେ ଗତ ୨୯ ତାରିଖ କନବାର ଗ୍ରାମର ସୁଧୀର ପ୍ରଧାନଙ୍କୁ ସାହୁଟିକ୍ରାର କେତେକ ବ୍ୟକ୍ତି ଆଶ୍ରମରେ ମିଟିଂ ହେବ ବୋଲି କହି ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ଅଚେତ ଅବସ୍ଥାରେ ଘର ପାଖରେ ଛାଡ଼ି ଦେଇ ଚାଲିଯାଇଥିଲେ। ଗୁରୁତର ସୁଧୀରଙ୍କୁ ପରିବାରଲୋକେ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ବ୍ୟବଚ୍ଛେଦ ପରେ ମଙ୍ଗଳବାର ଶବସତ୍କାର କରାଯାଇଛି। ପରିବାର ଲୋକେ ଏହି ଘଟଣା ନେଇ ସୋମବାର ବରପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ୩୦୭/୩୪ କେସ ନମ୍ବର ୦୧/୨୪ ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି। ଉକ୍ତ ଘଟଣାରେ ସଂପୃକ୍ତି ଥିବା ସନ୍ଦେହ କରି ପୁଲିସ୍ ୭ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
[ad_2]