ଅପରାଧ

ମା’କୁ ପୁଅ ୨୦୦ଟଙ୍କା ଦେବାରୁ ରାଗରେ ଦୁଇଛୁଆଙ୍କୁ ଧରି ଜୀବନ ହାରିଲେ ବୋହୂ – Kalinga News

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଚିତ୍ରକୁଟରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ତାଙ୍କର ଦୁଇଜଣ ସନ୍ତାନ ସହିତ କୂଅକୁ ଡେଇଁ ଜୀବନ ହାରି ଦେଇଛନ୍ତି। ଏହି ଘଟଣାରେ ତିନିଜଣଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି।

ଏହି ଘଟଣା ସମ୍ପର୍କରେ ଚିତ୍ରକୁଟର ପୁଲିସ ଇନ୍ସପେକ୍ଟର ଅରୁଣ କୁମାର ସିଂହ କହିଛନ୍ତି, ଗ୍ରାମରେ ରହୁଥିବ‌ା ସାବିତ ତାଙ୍କ ମା’ଙ୍କୁ ମାମୁଁ ଘରକୁ ଯିବାପାଇଁ ୨୦୦ଟଙ୍କା ଦେଇଥିଲେ। ଏହାପରେ ସେ ନିଜର ଚିକିତ୍ସା ପାଇଁ ହସ୍ପିଟାଲ ଚାଲି ଯାଇଥିଲେ। ହସ୍ପିଟାଲ ଯିବା ବାଟରେ ସ୍ତ୍ରୀ ଅଞ୍ଜୁ ଫୋନରେ ସାବିତଙ୍କ ସହ ମା’ଙ୍କୁ ଟଙ୍କା ଦେବା ଘଟଣାକୁ ନେଇ ଖୁବ ଝଗଡ଼ା କରିଥିଲେ।

ସ୍ତ୍ରୀଙ୍କ କଥାରେ ବିରକ୍ତ ହୋଇ ସାବିତ ଫୋନ କାଟି ସୁଇଜ ଅଫ କରି ଦେଇଥିଲେ। ସନ୍ଧ୍ୟାରେ ସେ ଯେତେ‌ବେଳେ ଘରକୁ ଫେରିଥିଲେ ଘରେ ସ୍ତ୍ରୀ କି ଦୁଇପିଲା କାହାରିକୁ ଦେଖିବାକୁ ପାଇ ନଥିଲେ। ପଡ଼ିଶାରେ ପଚାରିବାରୁ ସେମାନେ କିଛି ଜାଣି ନଥିବା କହିଥିଲେ। ଏହାପରେ ସାବିତ ସମ୍ପର୍କୀୟଙ୍କୁ ଫୋନ କରି ସ୍ତ୍ରୀ ଓ ଦୁଇ ପିଲାଙ୍କ ସମ୍ପର୍କରେ ପଚାରିଥିଲେ। ସେମାନେ ବି ଏ ବିଷୟରେ କିଛି ଜାଣି ନଥିବା କହିଥିଲେ।

ରାତି ପାହି ସକାଳ ହେବାପରେ ଗାଁ ନିକଟସ୍ଥ କୂଅରେ ଜଣେ ମହିଳାଙ୍କ ସମେତ ଦୁଇପିଲା ଭାସୁଥିବା ଲୋକେ ଦେଖି ସାବିତଙ୍କୁ ଖବର ଦେଇଥିଲେ। ସାବିତ ଯାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। କାରଣ କୂଅରେ ଭାସୁଥିବା ମହିଳା ଓ ଦୁଇପୁଅ ହିଁ ସାବିତଙ୍କ ସ୍ତ୍ରୀ ଅଞ୍ଜୁ ଦୁଇଛୁଆ ସୁଧୀର ଓ ସୁଦୀପ ଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button