ଶୋଏବଙ୍କୁ ବିବାହ କରିବା ପରେ ସନାଙ୍କ ହାତରୁ ଚାଲିଯାଉଛି କାମ ! – Kalinga News

[ad_1]
ନୂଆଦିଲ୍ଲୀ: ଶୋଏବଙ୍କୁ ବିବାହ କରିବା ସନାଙ୍କୁ ପଡ଼ୁଛି ମହଙ୍ଗା। ପାକିସ୍ତାନୀ ଷ୍ଟାର କ୍ରିକେଟର ଶୋଏବ ମଲିକ କିଛି ମାସ ତଳେ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ତାଙ୍କ ଜୀବନସାଥୀ ଭାବେ ବାଛିଥିଲେ। ଶୋଏବଙ୍କ ଏହା ତୃତୀୟ ବିବାହ ହୋଇଥିବା ବେଳେ ବିବାହ ଖବର ସହିତ ସେ ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜାଙ୍କଠାରୁ ଅଲଗା ହେବାର ଖବରକୁ ନିଶ୍ଚିତ କରିଥିଲେ। ସନାଙ୍କ ସହ ବିବାହ ବିଷୟରେ ସୂଚନା ଦେଇ ଶୋଏବ ନିଜେ ଅଭିନେତ୍ରୀଙ୍କ ସହ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିଲେ। ଏହା ପରେ ନିଶ୍ଚିତ ହୋଇଯାଇଥିଲା ଯେ ଶୋଏବ ତାଙ୍କର ଦ୍ୱିତୀୟ ପତ୍ନୀ ସାନିଆ ମିର୍ଜାଙ୍କୁ ଛାଡପତ୍ର ଦେଇଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ସନାଙ୍କୁ ବିବାହ କରିବା ପରଠାରୁ ଶୋଏବ ଓ ସନା ଉଭୟ ଟ୍ରୋଲ ହୋଇଛନ୍ତି। ଏମିତି କି ସନା, ଶୋଏବଙ୍କୁ ବିବାହ କରିଥିବାରୁ ତାଙ୍କ ହାତରୁ କାମ ଚାଲିଯାଉଥିବା ସାମ୍ନାକୁ ଆସିଛି। ସନା ପାକିସ୍ତାନର ଲୋକପ୍ରିୟ ଗେମ୍ ସୋ’ ‘ଜିତୋ ପାକିସ୍ତାନ’ର ଉପସ୍ଥାପିକା ଭାବେ ନଜର ଆସୁଥିଲେ। ହେଲେ ଏବେ ନୂଆ ସିଜିନରୁ ତାଙ୍କୁ ହଟାଇ ଦିଆଯାଇଛି। ପାକିସ୍ତାନୀ ଚ୍ୟାନେଲ ଆରି ଡିଜିଟାଲ ଘୋଷଣା କରିିଛି ଯେ, ଏବେ ‘ଜିତୋ ପାକିସ୍ତାନ’ର ଆଗାମୀ ସିଜିନରେ ସନା ଜାଭେଦଙ୍କ ବଦଳରେ ଅଭିନେତ୍ରୀ କୁବ୍ରା ଖାନ୍ ନଜର ଆସିବେ।

ଉଲ୍ଲେଖଯୋଗ୍ୟ, ଶୋଏବ ଗତ ତିନି ବର୍ଷ ଧରି ସାନିଆଙ୍କୁ ଧୋକା ଦେଉଥିଲେ। ତିନି ବର୍ଷ ତଳେ ସନା ଓ ଶୋଏବ ପ୍ରଥମ ଥର ପାଇଁ ଏକ ରିଆଲିଟି ସୋ’ରେ ପରସ୍ପରକୁ ଭେଟିଥିଲେ ଏବଂ ପ୍ରଥମ ଦେଖାରୁ ହିଁ ଦୁହେଁ ପରସ୍ପର ପ୍ରତି ଆକର୍ଷିତ ହୋଇଥିଲେ। ସେବେଠାରୁ ଦୁହେଁ ପରସ୍ପରକୁ ଡେଟ୍ କରୁଥିଲେ ବି ସାନିଆଙ୍କୁ ଏବିଷୟରେ ଜଣାନଥିଲା।
[ad_2]