ରାଜନୀତି

ବାରାଣାସୀରେ ପହଞ୍ଚିଲେ ମୋଦୀ, କାଶୀ ବିଶ୍ବନାଥଙ୍କ ଦର୍ଶନ କଲେ – Kalinga News

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ସଂସଦୀୟ କ୍ଷେତ୍ର ବାରାଣସୀକୁ ୨ଦିନିଆ ଗସ୍ତରେ ଯାଇଛନ୍ତି। ଏହା ପୂର୍ବରୁ ସେ ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିଲେ। ପଶ୍ଚିମବଙ୍ଗ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ସିଧାସଳଖ ବାରଣାସୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଦୁଇ ଦିନ ଧରି ସହରରେ ଉନ୍ନୟନ ମୂଳକ କାର୍ଯ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ । ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀରେ ପହଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାରଣାସୀ ଗସ୍ତ ଆରମ୍ଭ ହୋଇଯାଇଛି । କାଶୀରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରୁ ରୋଡ୍ ସୋ କରୁଛନ୍ତି, ଯାହା କପିଲ ଚୌରା, ଲହୁରାବୀର ଦେଇ କାଶୀ ବିଶ୍ୱନାଥ ଧାମରେ ପହଞ୍ଚିଛି। ପ୍ରଧାନମନ୍ତ୍ରୀ ମୋଦୀ ଗର୍ଭଗୃହରେ ପୂଜାର୍ଚ୍ଚନା କରିବା ସହ ବିଶ୍ୱନାଥ କରିଡରରେ ଉପସ୍ଥିତ ଲୋକଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସିଏମ ଯୋଗୀ ମଧ୍ୟ ଉପସ୍ଥିତ ଥିଲେ ।

ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଜ୍ୟ ସଭାପତି ଭୂପେନ୍ଦ୍ର ଚୌଧୁରୀ ସ୍ୱାଗତ କରିଥିଲେ। ଏହାପରେ ଆରମ୍ଭ ହୋଇଥିଲା ରୋଡ୍ ସୋ। ବିଜେପିର ପ୍ରଥମ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ନାମ ଥିଲେ। ଦଳ ତାଙ୍କୁ ପୁଣି ଥରେ ବାରଣାସୀରୁ ପ୍ରାର୍ଥୀ କରିଛି। ଏହା ପୂର୍ବରୁ ୨୦୧୪ ଓ ୨୦୧୯ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଲୋକସଭା ଆସନରୁ ବମ୍ପର ବିଜୟ ହାସଲ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button