ରାଜନୀତି

ୟୁପି ବିଧାନସଭାରେ ଲଭ୍‌ ଜିହାଦ୍‌ ବିଲ୍‌ ପାସ୍‌; ସମସ୍ତେ କରିପାରିବେ ଅଭିଯୋଗ, ଦ୍ୱିଗୁଣିତ ହେଲା ଅପରାଧର ଦଣ୍ଡ

ତ୍ତର ପ୍ରଦେଶ ବିଧାନସଭାରେ ମଙ୍ଗଳବାର ଲଭ୍‌ ଜିହାଦ ସମ୍ବନ୍ଧୀୟ ବିଲ୍‌ ପାସ୍‌ ହୋଇଛି । ଏହି ବିଲ୍‌ରେ ଅଭିଯୁକ୍ତମାନଙ୍କ ପାଇଁ ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି । ନୂତନ ଆଇନରେ ଅନେକ ଅପରାଧର ଦଣ୍ଡକୁ ବଢ଼ାଇ ଦ୍ୱିଗୁଣିତ କରାଯାଇଛି । ଲଭ୍‌ ଜିହାଦ ଅଧୀନରେ କେତେକ ନୂଆ ଅପରାଧକୁ ମଧ୍ୟ ଯୋଡ଼ା ଯାଇଛି । କହି ରଖୁଛୁ, ଲଭ୍‌ ଜିହାଦ ସମ୍ବନ୍ଧୀୟ ବିଲ୍‌କୁ ଯୋଗୀ ସରକାର ସୋମବାର ଗୃହରେ ଉପସ୍ଥାପନ କରିଥିଲେ ।

ଆସନ୍ତୁ ଜାଣିବା ନୂଆ ବିଲ୍‌ରେ କ’ଣ ରହିଛି

-ନୂତନ ଆଇନରେ ଦୋଷୀ ସାବ୍ୟସ୍ତ ହେଲେ ୨୦ ବର୍ଷ କାରାଦଣ୍ଡ କିମ୍ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ରହିଛି ।

-ଯେକୌଣସି ବ୍ୟକ୍ତି ଧର୍ମାନ୍ତରଣ ମାମଲାରେ FIR ଦାଖଲ କରିପାରିବେ ।

-ପ୍ରଥମ କେସ୍‌ରେ ସୂଚନା କିମ୍ବା ଅଭିଯୋଗ ଦେବା ପାଇଁ ପୀଡିତ, ମାତାପିତା କିମ୍ବା ଭାଇଭଉଣୀଙ୍କ ଉପସ୍ଥିତି ଆବଶ୍ୟକ ।

-ସେସନ୍ସ କୋର୍ଟଙ୍କ ନିମ୍ନରେ କୌଣସି ବି କୋର୍ଟ ଲଭ୍ ଜିହାଦ୍ ମାମଲାର ଶୁଣାଣି କରିବେ ନାହିଁ ।

-ଲଭ୍ ଜିହାଦ୍ ମାମଲାରେ ସରକାରୀ ଓକିଲଙ୍କୁ ସୁଯୋଗ ନ ଦେଇ ଜାମିନ ଆବେଦନ ଉପରେ ବିଚାର କରାଯିବ ନାହିଁ ।

-ଏଥିରେ ସମସ୍ତ ଅପରାଧକୁ ଜାମିନବିହୀନ କରାଯାଇଛି ।

ଉତ୍ତର ପ୍ରଦେଶ ସରକାର ୨୦୨୦ରେ ଲଭ୍ ଜିହାଦ୍ ବିରୋଧରେ ପ୍ରଥମ ଆଇନ ତିଆରି କରିଥିଲେ । ଏହାପରେ ବିଧାନସଭାରେ ଧର୍ମ ପରିବର୍ତ୍ତନ ପ୍ରତିଷେଧ ବିଲ୍‌ ୨୦୨୧ରେ ପାରିତ ହୋଇଥିଲା । ଏହି ବିଲ୍‌ରେ ୧ରୁ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡର ବ୍ୟବସ୍ଥା ଥିଲା ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button