ଅପରାଧ

ବିଜେପି ଅଫରକୁ ଅଣଦେଖା କରିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କରିଛି ଚଢ଼ାଉ: କଂଗ୍ରେସ ବିଧାୟକ – Kalinga News

[ad_1]

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଅମ୍ବା ପ୍ରସ‌ାଦଙ୍କ ସମେତ ଆଉ କିଛିଜଣଙ୍କ କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଙ୍କ ଚଢ଼ାଉ ପରେ କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦ କହିଛନ୍ତି, ‘ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ସକାଳୁ ସକାଳୁ ମୋ ଘରେ ଆସି ପହଞ୍ଚି ଯାଇଥିଲା। ଦିନତମାମ ମୋତେ ଗୋଟିଏ ସ୍ଥାନରେ ବସାଇ ବିଭିନ୍ନ ପ୍ରକାର ଏଣୁତେଣୁ ପ୍ରଶ୍ନ ପଚାରିଥିଲା। ଏହା ମୋତେ ଆଘାତ ଦେଇଛି।

କ‌ିଛିଦିନ ତଳେ ମୋତେ ବିଜେପି ହଜାରିବାଗ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା  ପାଇଁ ଅଫର ଦେଇଥିଲା। ଯାହାକୁ ମୁଁ ଏଡାଇ ଦେଇଥିଲି।  ଏହାପରେ ମୋ ଉପରେ ଚାପ ପକାଗଲା। ଏମିତି କି ଆରଏସଏସର କିିଛି ଲୋକ ବି ନିର୍ବାଚନ ଲଢ଼ିବା ପାଇଁ ମୋ ଉପରେ ଚାପ ପକାଇଥିଲେ। କିନ୍ତୁ ମୁଁ ଏସବୁକୁ ଅଣଦେଖା କରି ଦେଇଛି। ତେବେ ଏସବୁ ଅଫରକୁ ମୁଁ ଏଡାଇ ଦେବାର କିଛିଦିନ ମଧ୍ୟରେ ଇଡି ମୋ ଘରେ ଚଢ଼ାଉ କରିଛି।’

ଉଲ୍ଲେକଯୋଗ୍ୟ, ଗତମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜମି ଓ ଟ୍ରାନ୍ସଫର-ପୋଷ୍ଟିଙ୍ଗ ଠକେଇ ମାମଲାରେ କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦଙ୍କ ରାଞ୍ଚିସ୍ଥିତ ଘରେ ତଥା ହଜାରିବାଗରେ ତାଙ୍କ ସହିତ ଜଡ଼ିତ ଥିବା କିଛି ଲୋକଙ୍କ ଘରେ ଚଢ଼ାଉ କରିଥିଲା। ଏହି ଚଢ଼ାଉ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାଞ୍ଚିର ଜୋନଲ କାର୍ଯ୍ୟାଳୟରେ କଂଗ୍ରେସ ବିଧାୟକ ଅମ୍ବା ପ୍ରସାଦଙ୍କ ବିରୋଧରେ ହୋଇଥିବା ଅର୍ଥ ହେରଫେର ମାମଲାର ଅଭିଯୋଗକୁ କେନ୍ଦ୍ର କରି କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button