ଅପରାଧ

ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଗାଡ଼ିକୁ ପଥରମାଡ଼ – Kalinga News

[ad_1]

ଝାରସୁଗୁଡ଼ା: ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କୁ ଆକ୍ରମଣ ହୋଇଥିବାର ଖବର ମିଳିଛି। ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡ଼ାସ୍ଥିତ ବାସଭବନରେ ଥିବା ତାଙ୍କ ଗାଡ଼ିକୁ ପଥର ମାଡ଼ କରି ଦୁର୍ବୃତ୍ତମାନେ ଫେରାର ହୋଇଛନ୍ତି। ଏହି ଘଟଣାରେ ଗାଡ଼ିର ଆଗ କାଚ ଭାଙ୍ଗିଥିବାବେଳେ ଏନେଇ ଥାନାରେ ଅଭିଯୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଟଙ୍କଧର ତ୍ରିପାଠୀ। ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଏହାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ଝାରସୁଗୁଡ଼ାରେ ଗତ ବର୍ଷ ସ୍ପଷ୍ଟ ଦିବାଲୋକରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା, ନାବାଳକ ସମର୍ଥ ଆଗ୍ରୱାଲଙ୍କୁ ବୀଭତ୍ସ ହତ୍ୟା ଏବଂ ଚଳିତ ବର୍ଷ ଆରମ୍ଭ ହେଉ ହେଉ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପରେ ଅଣ୍ଡା ମାଡ଼ ଓ ଏବେ ତାଙ୍କ ଗାଡ଼ିକୁ ଆକ୍ରମଣ ହୋଇଛି। ଝାରସୁଗୁଡ଼ାରେ ଆଇନଶୃଙ୍ଖଳାର ପରିସ୍ଥିତି ଭୁଶୁଡ଼ି ଯାଇଥିବାବେଳେ ଏହାକୁ ନେଇ ଝାରସୁଗୁଡ଼ାବାସୀ ଆତଙ୍କିତ ଥିବା ବିଜେପି ପକ୍ଷରୁ କୁହାଯାଇଛି। ଏଥିସହ ଏହି ଘଟଣାଗୁଡ଼ିକର ଉପଯୁକ୍ତ ତଦନ୍ତ କରି ପୁଲିସ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି।

ସୂଚନାଯୋଗ୍ୟ, ଟଙ୍କଧର ତ୍ରିପାଠୀ ଗତ ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇପ୍ରତିଦ୍ବନ୍ଦ୍ବିତା କରିଥିଲେ।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button