ବିହାରରେ ବି ମହାରାଷ୍ଟ୍ର ଫର୍ମୁଲା! ଅଧିକ ଆସନରେ ଲଢ଼ିବ ବିଜେପି – Kalinga News

[ad_1]
ନୂଆଦିଲ୍ଲୀ: ବିଜେପି ଲୋକସଭା ନିର୍ବାଚନ ପାଇଁ ପ୍ରଥମ ତାଲିକାରେ ୧୯୫ ନାମ ଘୋଷଣା କରିଛି । ଏହି ତାଲିକାରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ପଶ୍ଚିମବଂଗ, ହରିୟାଣା ସମେତ ୧୦ଟି ରାଜ୍ୟର ପ୍ରାର୍ଥୀଙ୍କୁ ସାମିଲ କରିଛି । ତେବେ ମହାରାଷ୍ଟ୍ର ଏବଂ ବିହାରରେ ଆସନକୁ ନେଇ କୌଣସି ଘୋଷଣା ହୋଇନାହିଁ। ମହାରାଷ୍ଟ୍ରରେ ଏକନାଥ ସିନ୍ଦେଙ୍କ ସେନା ଏବଂ ଅଜିତ ପାୱାରଙ୍କ ଏନ୍ସିପି ସହ ବିଜେପିର ଆସନ ବୁଝାମଣା ଆଲୋଚନା ଜାରି ରହିଛି। ବିଜେପି ଉଭୟ ସହଯୋଗୀଙ୍କୁ ମୋଟ୍ ୪୮ ଆସନରୁ ୧୩ ଆସନରେ ଲଢ଼ିବାକୁ ପ୍ରସ୍ତାବ ଦେଇଥିବା ବେଳେ ନିଜେ ୩୫ ଆସନରେ ଲଢ଼ିବାକୁ ତୟାର ରହିଛି। ବିଜେପି ଯୁକ୍ତି କରିଛି ଯେ ସିନ୍ଦେଙ୍କ ସହିତ ବହୁତ କମ୍ ବିଧାୟକ ଥିବା ସତ୍ତ୍ବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି। ଅନ୍ୟପକ୍ଷରେ ଲୋକସଭା ପାଇଁ ସହଯୋଗୀ ଦଳମାନେ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ରହିବାକୁ ବିଜେପି ସିଧାସଳଖ ଜଣାଇଦେଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ମହାରାଷ୍ଟ୍ର ଭଳି ସ୍ଥିତି ବିହାରରେ ମଧ୍ୟ ଦେଖିବାକୁ ମିଳିଛି। ଲୋକସଭା ନିର୍ବାଚନର ଠିକ୍ ପୂର୍ବରୁ ପୁଣି ବିଜେପି ସହିତ ହାତ ମିଳାଇଥିବା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଲୋକସଭାରେ ବିଜେପିକୁ ଅଧିକ ଆସନ ଛାଡ଼ିଦେବା ପାଇଁ ବାର୍ତ୍ତା ଦିଆଯାଇଛି । ବିଜେପି ସୂତ୍ରରୁ ଜଣାପଡ଼ିଛି ଯେ ରାଜ୍ୟର ୪୦ରୁ ୨୨ ଆସନରେ ଲଢ଼ିବାକୁ ବିଜେପି ପ୍ରସ୍ତୁତ ହେଉଛି । ଅନ୍ୟପକ୍ଷରେ ଜେଡିୟୁକୁ ୧୨ରୁ ୧୪ ଆସନ ଏବଂ ଲୋକ ଜନଶକ୍ତି ପାର୍ଟିର ଉଭୟ ଗୋଷ୍ଠୀକୁ ମିଶାଇ ୪ଟି ଆସନ, ଜିତନରାମ ମାଂଝିଙ୍କ ଦଳକୁ ଗୋଟିଏ ଆସନ ଏବଂ ଉପେନ୍ଦ୍ର କୁଶୱାହଙ୍କ ଦଳକୁ ଗୋଟିଏ ଆସନ ଦେବାପାଇଁ ବିଜେପି ପ୍ରସ୍ତାବ ଦେଇଛି । ତେବେ ଜେଡିୟୁ ଏହି ପ୍ରସ୍ତାବକୁ ନେଇ କୌଣସି ସହମତି ଦେଖାଇନାହିଁ। ଏହି କାରଣରୁ ବିହାରରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇପାରିନାହିଁ।
[ad_2]




