ରାଜନୀତି

ସୁଧା ମୂର୍ତ୍ତି ରାଜ୍ୟସଭାକୁ ମନୋନୀତ – Kalinga News

[ad_1]

ନୂଆଦିଲ୍ଲୀ: ସମାଜସେବୀ ତଥା ଲେଖିକା ସୁଧା ମୂର୍ତ୍ତିଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଜ୍ୟସଭାକୁ ମନୋନୀତ କରିଛନ୍ତି। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରି ଏହାକୁ ଆମ ନାରୀଶକ୍ତିର ଏକ ଶକ୍ତିଶାଳୀ ପ୍ରମାଣ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି- ମୁଁ ଆନନ୍ଦିତ ଯେ ସୁଧା ମୂର୍ତ୍ତିଜୀଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଛନ୍ତି। ସାମାଜିକ କାର୍ଯ୍ୟ, ପରୋପକାର ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ସୁଧାଜୀଙ୍କ ଅବଦାନ ଅତୁଳନୀୟ ଓ ପ୍ରେରଣାଦାୟକ। ରାଜ୍ୟସଭାରେ ତାଙ୍କର ଉପସ୍ଥିତି ଆମ ‘ନାରୀଶକ୍ତି’ର ଏକ ଶକ୍ତିଶାଳୀ ପ୍ରମାଣ। ତାଙ୍କର ସଫଳ ସଂସଦୀୟ କାର୍ଯ୍ୟକାଳ କାମନା କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ରାଷ୍ଟ୍ରପତିଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହେବା ପରେ ସୁଧା ମୂର୍ତ୍ତି ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ସେ କହିଛନ୍ତି- ଏହା ହେଉଛି ମୋ ପାଇଁ ଏକ ବଡ଼ ମହିଳା ଦିବସ ଉପହାର। ଦେଶ ପାଇଁ କାମ କରିବା ଲାଗି ଏହା ଏକ ନୂଆ ଦାୟିତ୍ବ। ୧୯୫୦ ଅଗଷ୍ଟ ୧୯ରେ କର୍ଣ୍ଣାଟକର ଶିଗାଓଁରେ ଜନ୍ମିତ ସୁଧା ମୂର୍ତ୍ତି ପ୍ରଥମେ କମ୍ପ୍ୟୁଟର ବୈଜ୍ଞାନିକ ଓ ଇଂଜିନିୟର ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଟେଲ୍‌କୋର ସେ ଥିଲେ ପ୍ରଥମ ମହିଳା ଇଂଜିନିୟର। ସମାଜସେବା ପ୍ରତି ମଧ୍ୟ ତାଙ୍କର ଅବଦାନ ଉଲ୍ଲେଖନୀୟ। ବନ୍ୟାପୀଡ଼ିତ ଅଞ୍ଚଳରେ ଗରିବ ଲୋକଙ୍କ ପାଇଁ ସେ ହଜାର ହଜାର ଘର ନିର୍ମାଣ କରିଛନ୍ତି। ସ୍ବାସ୍ଥ୍ୟସେବା ଓ ପରିମଳ କ୍ଷେତ୍ର ପ୍ରତି ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ସେ ଅନେକ ସର୍ବସାଧାରଣ ଶୌଚାଳୟ ନିର୍ମାଣ କରିବା ସହ ଅନେକ ବିଦ୍ୟାଳୟରେ ଲାଇବ୍ରେରି ପ୍ରତିଷ୍ଠା କରିଛନ୍ତି। ସେ ହେଉଛନ୍ତି ଇନ୍‌ଫୋସିସ୍‌ର ସହ-ପ୍ରତିଷ୍ଠାତା ଏନ୍‌ଆର୍ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ। ମୂର୍ତ୍ତି ଟ୍ରଷ୍ଟ୍‌ର ଅଧ୍ୟକ୍ଷ ଭାବରେ ସେ କାର୍ଯ୍ୟ କରିବା ସହ ଅନେକ ପୁସ୍ତକ ରଚନା କରିଛନ୍ତି। ସେ ଉଭୟ କନ୍ନଡ଼ ଓ ଇଂରାଜୀରେ ଲେଖାଲେଖି କରନ୍ତି। ୭୩ ବର୍ଷ ବୟସରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ସମାଜସେବା ପାଇଁ ତାଙ୍କୁ ୨୦୦୬ରେ ପଦ୍ମଶ୍ରୀ ଓ ୨୦୨୩ରେ ପଦ୍ମଭୂଷଣ ପୁରସ୍କାର ମିଳିଥିଲା। ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ହେଉଛନ୍ତି ତାଙ୍କର ଜାମାତା। ସୁଧା ମୂର୍ତ୍ତି ହାୱାର୍ଡ ବିଶ୍ବବିଦ୍ୟାଳୟରେ ‘ମୂର୍ତ୍ତି କ୍ଲାସିକାଲ ଲାଇବ୍ରେରି ଅଫ୍ ଇଣ୍ଡିଆ’ ପ୍ରତିଷ୍ଠା କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button