କାହାକୁ ବ୍ରହ୍ମଗିରି ଓ ସତ୍ୟବାଦୀ ଟିକେଟ୍? ଦ୍ବନ୍ଦ୍ବରେ ନେତା,କର୍ମୀ – Kalinga News

[ad_1]
ସଂଜୟ-ଉମା କଳିର ନିଷ୍କର୍ଷ ଆସିଲାନି, ବଦଳିଗଲା ସଂଜୟଙ୍କ ହ୍ବାଟ୍ସଆପ୍ ଗ୍ରୁପ
ପୁରୀ: ପୁରୀ ଜିଲ୍ଲାର ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ କିଏ ହେବେ ବିଜେଡିର ମଙ୍ଗୁଆଳ? କାହାକୁ ମିଳିବ ଟିକେଟ୍? ଏହାକୁ ନେଇ ଏବେ ବି ସସ୍ପେନ୍ସ ଜାରି ରହିଛି। ଯାହା ଉଭୟ ବ୍ରହ୍ମଗିରି ଓ ସତ୍ୟବାଦୀ ନିର୍ବାଚନମଣ୍ଡୀର ବିଜେଡି ନେତା ଓ କର୍ମୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। ନେତା ଓ କର୍ମୀଙ୍କ ଭଳି ଭୋଟର ବି ଦ୍ବନ୍ଦ୍ବରେ ରହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେପଟେ ବିଧାନସଭା ଆସନକୁ ନେଇ ସଂଜୟ ଦାସବର୍ମା ଓ ଉମାକାନ୍ତ ସାମନ୍ତରାୟଙ୍କ ଭିତରେ ଯେଉଁ କଳି ଲାଗିଛି, ତାହାର ନିଷ୍କର୍ଷ ସେ ନେଇ ଦଳ ଚୁପ୍ ରହିଛି। ଆଜି ବି ଉମା ସତ୍ୟବାଦୀ ଓ ସଂଜୟ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ବିଜୁ ଜୟନ୍ତୀ ପାଳିଛନ୍ତି। ଯାହା ଦ୍ବନ୍ଦ୍ବକୁ ଦ୍ବିଗୁଣିତ କରିଛି। ଦୁଇ ନେତାଙ୍କ ନିକଟତମଙ୍କ ସୂତ୍ରରୁ ଜଣାପଡ଼ିଛି, ଉମା ବ୍ରହ୍ମଗିରିରୁ ଓ ସଂଜୟ ସତ୍ୟବାଦୀରୁ ଲଢ଼ିବେ। କିନ୍ତୁ, କର୍ମୀ ଓ ଭୋଟର ଏନେଇ ସ୍ଥିର ହୋଇପାରୁନାହାନ୍ତି। ସଂଜୟ ବ୍ରହ୍ମଗିରିର ପୁରୁଖା ନେତା ଓ ଏହି ନିର୍ବାଚନମଣ୍ଡଳୀରୁ ସେ ଏକାଧିକଥର ବିଧାୟକ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ସହ ଅନ୍ୟ ବଡ଼ବଡ଼ ପଦପଦବି ଦଖଲ କରିଛନ୍ତି। ବ୍ରହ୍ମଗିରିରେ କଂଗ୍ରେସ ଗଡ଼କୁ ଭାଙ୍ଗି ସେ ବିଜେଡିକୁ ଠିଆ କରାଇଛନ୍ତି। ଏଣୁ ଚଳିତବର୍ଷ ସେ ପୁଣିଥରେ ବ୍ରହ୍ମଗିରିରୁ ବିଜେଡି ଟିକେଟ୍ ପାଇବେ ବୋଲି ଆଶା ବାନ୍ଧିଥିଲେ। ଏଥିପାଇଁ ଗତ ୫ ବର୍ଷ ହେଲା ତୃଣମୂଳସ୍ତରରୁ ସଂଗଠନକୁ ସଜାଡ଼ିଥିଲେ।
ଏବେ ରାଜନୈତିକ ପାଣିପାଗ ବଦଳିଛି। ସତ୍ୟବାଦୀରୁ ଲଢ଼ିବାକୁ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶ ଥିବା ସଂଜୟ ବୈଠକ କରି ନେତା ଓ କର୍ମୀଙ୍କୁ କହିଛନ୍ତି। ତାଙ୍କ ବଦଳରେ ଉମା ବ୍ରହ୍ମଗିରିରୁ ଲଢ଼ୁଥିବା ସଂଜୟ ନେତା ଓ କର୍ମୀଙ୍କୁ କହିଛନ୍ତି। ଏପରିକି ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସମ୍ପର୍କିତ ସୂଚନା ପାଇଁ ସଂଜୟଙ୍କ ନାମରେ ଯେଉଁ ହ୍ବାଟ୍ସଆପ୍ ଗ୍ରୁପ୍ ହୋଇଥିଲା, ତାହା ହଠାତ୍ ପରିବର୍ତ୍ତନ କରି ଦିଆଯାଇଛି।
ଅପରପକ୍ଷେ, ଉମା ବର୍ତ୍ତମାନର ସତ୍ୟବାଦୀ ବିଧାୟକ। ଗତ ପଞ୍ଚାୟତ ନିର୍ବାଚନରେ ସେ ୬ଟି ଜିଲ୍ଲା ପରିଷଦ ଆସନ ଦଖଲ କରି ପାରିନଥିଲେ ବି ୨୦୨୪ ନିର୍ବାଚନ ପାଇଁ ନିଜ ସଂଗଠନକୁ ତୃଣମୂଳସ୍ତରରୁ ସଜାଡ଼ିଛନ୍ତି। ଏଭଳି ସ୍ଥିତିରେ ସେ ବ୍ରହ୍ମଗିରିରୁ ଲଢ଼ିବା ନେଇ ସଂଜୟଙ୍କ କଥାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି। ସେ ଏବେ ବି କହୁଛନ୍ତି, ବ୍ରହ୍ମଗିରିରୁ ଲଢ଼ିବାକୁ ତାଙ୍କୁ କୌଣସି ନିର୍ଦ୍ଦେଶ ଆସିନି ଓ ସେ ଏବେ ବି ସତ୍ୟବାଦୀରୁ ଲଢ଼ିବାକୁ ଆଶାୟୀ। ଏଭଳି ସ୍ଥିତିରେ ବିଜେଡିରୁ କିଏ ବ୍ରହ୍ମଗିରି ଓ କିଏ ସତ୍ୟବାଦୀରୁ ଲଢ଼ିବ, ତାକୁ ନେଇ ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି।
[ad_2]




