‘ଧ୍ୟାନ ସମୟରେ କିଏ କ୍ୟାମେରା ନେଉଛି କି?’ – Kalinga News

[ad_1]
‘ଟିଭିରେ ପ୍ରସାରଣ ହେଲେ ଇସିଙ୍କ ଦ୍ବାରସ୍ଥ ହେବୁ’
ନୂଆଦିଲ୍ଲୀ: ଜୁନ୍ ୪ରେ ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର କନ୍ୟାକୁମାରୀ ଗସ୍ତ କରି ଧ୍ୟାନ କରିବାକୁ ଯୋଜନା କରିଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସମାଲୋଚନା କରିଛନ୍ତି। ମମତା କହିଛନ୍ତି, ଯେ କେହି ଯାଇ ଧ୍ୟାନ କରିପାରିବେ, କିନ୍ତୁ ଧ୍ୟାନ କରିବା ସମୟରେ କେହି କ୍ୟାମେରା ନେଉଛନ୍ତି କି? ଲୋକସଭା ନିର୍ବାଚନ ପ୍ରଚାର ଶେଷ ହେବା ପରେ ପ୍ରଧାନମନ୍ତ୍ରୀ କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ ରକ୍ ମେମୋରିଆଲରେ ଧ୍ୟାନ କରିବା କାର୍ଯ୍ୟକ୍ରମ ରହିଛି।

Sambad is now on WhatsApp
Join and get latest news updates delivered to you via WhatsApp
ମମତା ବାନାର୍ଜୀ କହିଛନ୍ତି ଯେ ସେ ମଧ୍ୟ କନ୍ୟାକୁମାରୀ ଯିବାକୁ ଯୋଜନା କରିଥିଲେ, କିନ୍ତୁ ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଯୋଜନାବଦ୍ଧ ଗସ୍ତ ବିଷୟରେ ଜାଣିବାକୁ ପାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ‘ମୋତେଏକ ଉଦ୍ଦେଶ୍ୟରେ ପରମାତ୍ମା ପଠାଇଛନ୍ତି’ ବୋଲି ଦେଇଥିବା ମନ୍ତବ୍ୟକୁ ନେଇ ମଧ୍ୟ ସେ କଡ଼ା ସମାଲୋଚନା କରିଛନ୍ତି। ନ୍ୟାକୁମାରୀରେ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନକୁ ଟେଲିଭିଜନରେ ପ୍ରସାରଣ କରାଗଲେ ଏ ବାବଦରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିବେ ବୋଲି ମମତା କହିଛନ୍ତି।
[ad_2]