ରାଜ୍ୟ

ଘରେ ଶୋଇଥିବା ବେଳେ ଘରେ ପଶିଲେ ଦୁବୃର୍ତ୍ତ, ନେଇଗଲେ ଟଙ୍କା ସୁନା ଗହଣା – Kalinga News

[ad_1]

ଭୁବନେଶ୍ୱର(କେନ୍ୟୁଜ୍‌): ମାତିଛନ୍ତି ଲୁଟେରା । କାହାକୁ ନାହିଁ ତାଙ୍କର ଭୟ । ଦିନରେ ରଖୁଛନ୍ତି ନଜର । ରାତିରେ କରୁଛନ୍ତି ଲୁଟ୍‌ । ରାଜଧାନୀରେ ପୁଣି ମାତିଲେ ନିଶା ସ୍ପ୍ରେ ଦିଆ ଲୁଟେରା । ଯେଉଁ ଘରେ ଲୋକେ ଶୋଇଥିଲେ, ସେଇ ଘରୁ ଲୁଟିଲେ ଦୁର୍ବୁତ୍ତ । ଗଡ୍ରେଜ ଖୋଲି ନେଇଗଲେ ସବୁ ଟଙ୍କା ସୁନାଗହଣା । ଘରେ ଶୋଇଥିବା ବେଳେ ଘରେ ପଶି ଏପରି କାଣ୍ଡ ଘଟାଇଛନ୍ତି ଦୁବୃର୍ତ୍ତ । ଶୋଇଥିବା ସମୟରେ ନିଶା ସ୍ପ୍ରେ ମାରିଥିବା ଅଭିଯୋଗ ହୋଇଛି। ଘରର ସେଣ୍ଟର ଲକ ଖୋଲି ଘରେ ପଶିଥିବା ଅଭିଯୋଗ କରିଛନ୍ତି ଘର ମାଲିକ । ତେବେ ଏଭଳି ଘଟଣା ରାଜଧାନୀର ଜଗନ୍ନାଥ ନଗର ଅଞ୍ଚଳରେ ଘଟିଛି ।

ପୂର୍ବରୁ ଗାଡକଣ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟରେ କଳାକନା ବୁଲାଇଥିଲେ ଚୋର। ଗୋଟିଏ ରାତିରେ ଏକାସାଙ୍ଗରେ ୫ଟି ଫ୍ଲାଟରୁ ଲୁଟ୍ ହୋଇଥିଲା। ଘରେ କେହି ନଥିବାର ସୁଯୋଗ ନେଇ ଘର ତାଲା ଏବଂ କବାଟ ଭାଙ୍ଗି ଲୁଟେରା ଲୁଟି ନେଇଥିଲେ ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର । ଏହି ଘଟଣା ପରେ ପୁରା ଆତଙ୍କରେ ରହିଥିଲେ ଆପାର୍ଟମେଣ୍ଟ ବାସିନ୍ଦା । ସେପଟେ ଲୁଟ୍‌ ନେଇ ସ୍ଥାନୀୟ ଥାନା ଏବଂ ପିସିଆର୍‌କୁ ଖବର ଦିଆଯାଇଥିଲା । ଖବର ପାଇ ମଞ୍ଚେଶ୍ବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ରାଜଧାନୀରେ ୧୫ଟି ଆପାର୍ଟମେଣ୍ଟ ଓ ୩୧ଟି ଘରେ ସିରିଜ୍‌ ଚୋରି ହୋଇଛି। ବର୍ତ୍ତମାନ ଆପାର୍ଟମେଣ୍ଟ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇଯାଇଛି ।

ସେହିପରି ପାହାଳ ଥାନା ଭୀମପୁର କଲ୍ୟାଣୀ ହାଇଟସର ୩ଟି ଫ୍ଲାଟରୁ ଚୋରି ହୋଇଥିଲା। ଘରେ କେହି ନଥିବାବେଳେ କବାଟ ଭାଙ୍ଗି ଲୁଟିନେଇଥିଲେ ଲୁଟେରା। ୩୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଗହଣା ସହ ଲୁଟି ନେଇଥିଲେ ୧୫ ହଜାର ଟଙ୍କା । ଯାହାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପାହାଳ ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଥିଲା ପୋଲିସ । କିନ୍ତୁ ଏହି ଲୁଟ୍‌ ବାରମ୍ବାର ହେଉଥିବା ବେଳେ ଆପାର୍ଟମେଣ୍ଟରେ ସିକ୍ୟୁରିଟି ଗାର୍ଡ ଥିଲେ ମଧ୍ୟ କିପରି ଚୋରି ହେଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ଖାଲି ସେତିକି ନୁହେଁ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କେନାଲ ରାସ୍ତାରେ ସିରିଜ ଲୁଟ୍‌। ଭୋର ସମୟରେ ଝରକା ଭାଙ୍ଗି ଘରେ ପଶି ସବୁ ଲୁଟିନେଇଥିଲେ ଲୁଟେରା। ପ୍ରାୟ ୨ଶହ ଗ୍ରାମର ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି। କେନାଲ ରୋଡ଼ରେ ତିବା ମିହିର ସାମଲଙ୍କ ଘରୁ ଲୁଟ୍‌ ହୋଇଥିଲା ଏହାସହ ମିହିରଙ୍କ ପଡୋଶୀ ଘରୁ ମଧ୍ୟ ଲୁଟିଥିଲେ ଲୁଟେରା । ଖବର ପାଇ କମିଶନରେଟ୍‌ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ।

ତେବେ ଜାନୁଆରୀ ୭ ତାରିଖରେ ରାଜଧାନୀରେ ଆପର୍ଟମେଣ୍ଟ ଲୁଟେରାଙ୍କୁ ଧରିବାକୁ ପୋଲିସ କରିଥିଲା ପୋଷ୍ଟର ପ୍ଲାନ । ଲୁଟେରାଙ୍କ ଫଟୋ ଲଗାଇଥିଲା କମିଶନରେଟ ପୋଲିସ । ମେଡିକାଲ, ବସଷ୍ଟାଣ୍ଡ, ରେଳଷ୍ଟେସନ ଆଦି ଜନଗହଳିପୂର୍ଣ୍ଣ ସ୍ଥାନରେ ଲୁଟେରାଙ୍କ ପୋଷ୍ଟର ଲଗାଯାଇଥିଲା । ଗତବର୍ଷ ରାଜଧାନୀର ଏକାଧିକ ଆପାର୍ଟମେଣ୍ଟରେ କଳାକନା ବୁଲାଇଥିଲେ ଲୁଟେରା । ସବୁ ଲୁଟର ତରିକା ଏକାଭଳି ଥିବାରୁ ଗୋଟିଏ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରାଯାଇଥିଲା । କିନ୍ତୁ ଏଯାଏ ଆପାର୍ଟମେଣ୍ଟ ଲୁଟେରାଙ୍କ ଟେର୍ ପାଇନି କମିଶନରେଟ ପୋଲିସ। ସେମାନଙ୍କ ପୋଷ୍ଟର ଲଗାଯିବା ପରେ । ଯେଉଁମାନେ ଏହି ଲୁଟେରାଙ୍କ ସଂପର୍କରେ ସଠିକ ସୂଚନା ଦେବେ ସେମାନଙ୍କୁ ପୁରସ୍କାର ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଗତ କିଛି ଦିନ ହେବ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ ହୋଇଥିଲା। ଏତେ ଯୋଜନା ସତ୍ତ୍ୱେ ଲୁଟେରାଙ୍କୁ ଧରିବାରେ ସକ୍ଷମ ହେଉନଥିବା ବେଳେ ପୁଣି ଆଜି ନିଶା ସ୍ପ୍ରେ କରି ଲୁଟ୍‌ କରିଛନ୍ତି ଲୁଟେରା । ଲୁଟେରାଙ୍କୁ ଧରିବା ବର୍ତ୍ତମାନ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

The post ଘରେ ଶୋଇଥିବା ବେଳେ ଘରେ ପଶିଲେ ଦୁବୃର୍ତ୍ତ, ନେଇଗଲେ ଟଙ୍କା ସୁନା ଗହଣା appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button