ମନୋରଞ୍ଜନ

‘ଏକ୍‌ ଥା ଟାଇଗର୍‌’ ସୁଟିଂ ବେଳେ ପରସ୍ପରଙ୍କ ସହ ସହଜ ଅନୁଭବ କରୁନଥିଲେ ସଲ୍‌ମାନ ଓ କାଟ୍ରିନା – Kalinga News

[ad_1]

ମୁମ୍ବାଇ: ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ସମ୍ପର୍କ ଏକଦା ବି-ଟାଉନର ଚର୍ଚ୍ଚାର ବିଷୟ ପାଲଟିଥିଲା। ‘ମେନେ ପ୍ୟାର୍‌ କିଉଁ କିୟା’ ଓ ‘ପାର୍ଟନର୍‌’ ଭଳି ଚଳଚ୍ଚିତ୍ରରେ ଲୋକଙ୍କର ଭର୍‌ପୂର ମନୋରଞ୍ଜନ କରାଇବା ପରେ ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା  ଆକ୍ସନ ଫିଲ୍ମ ‘ଏକ୍‌ ଥା ଟାଇଗର୍‌’ ବ୍ଲକ୍‌ବଷ୍ଟର ପାଲଟିଥିଲା। ଏହି ଫିଲ୍ମ ରିଲିଜ୍‌ ହେବାର ଅନେକ ବର୍ଷ ବିତି ଯାଇଥିଲେ ବି ତାହା ସହ ଜଡ଼ିତ କିଛି କଥାକୁ ଏଯାଏ ବି ଭୁଲିନାହାନ୍ତି ନିର୍ଦ୍ଦେଶକ।

ଫିଲ୍ମକୁ ୧୧ ବର୍ଷରୁ ଅଧିକ ସମୟ ପୂରି ଯାଇଥିବା ବେଳେ ସିନେମାର ନିର୍ଦ୍ଦେଶକ କବୀର ଖାନ୍‌ ଦୁହିଁଙ୍କ ସଂପର୍କ‌ରେ ନିଜର ଅନୁଭୂତିକୁ ବଖାଣିଛନ୍ତି। ତାଙ୍କ କହିବାନୁସାରେ, ‘ଏକ୍‌ ଥା ଟାଇଗର୍‌’ ସୁଟିଂ ବେଳକୁ ସଲ୍‌ମାନ ଓ କ୍ୟାଟ୍‌ଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କ ଭାଙ୍ଗି ସାରିଥିଲା। ସେପରି ପରିସ୍ଥିତିରେ ଦୁହିଁଙ୍କୁ ନେଇ ସିନେମା କରିବା କେତେ କଷ୍ଟକର ଥିଲା ତାହା ନକହିବା ଭଲ।

କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରାଙ୍କ ଆଗାମୀ ଟକ୍ ସୋ ‘ବମ୍ବେ ଡ୍ରିମ୍ସ’ର ପ୍ରମୋରେ କବୀର ଖାନ୍‌ ପ୍ରକାଶ କରିଛନ୍ତି ଯେ ସଲମାନଙ୍କ ନିକଟକୁ ଯିବା ପୂର୍ବରୁ ନିର୍ମାତା ଜୋୟାଙ୍କ ଭୂମିକା ପାଇଁ କ୍ୟାଟ୍ରିନାଙ୍କୁ ଦସ୍ତଖତ କରିସାରିଥିଲେ। ଏହାପରେ ସଲମାନଙ୍କୁ ଟାଇଗର ଭୂମିକା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଦୁହେଁ ସିନେମା କରିଥିଲେ ସତ, ହେଲେ ପରସ୍ପରଙ୍କ ସହ କାମ କଲା ବେଳେ‌ ସେତେଟା ସହଜ ଅନୁଭବ କରିନଥିଲେ। ଦୁଇ ଜଣଙ୍କ ମଧ୍ୟରେ ଭଲ ‘କେମେଷ୍ଟ୍ରି’ ସୃଷ୍ଟି କରାଇବାକୁ ନିର୍ଦ୍ଦେଶକଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button