କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଖାରଜ – Kalinga News

[ad_1]
ନୂଆଦିଲ୍ଲୀ: କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବିରୋଧରେ ଥିବା ମନି ଲଣ୍ଡରିଂ ମାମଲା ଖାରଜ ହୋଇଯାଇଛି। ଶିବକୁମାର ଓ ଅନ୍ୟ ୪ଜଣଙ୍କ ବିରୋଧରେ ୨୦୧୮ରେ ରୁଜୁ ହୋଇଥିବା ମନି ଲଣ୍ଡରିଂ ମାମଲାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ୨୦୧୭ରେ ଡି କେ ଶିବକୁମାର ଓ ଅନ୍ୟ ୪ଜଣଙ୍କ ଘରେ ଏବଂ କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ କରିଥିଲା। ଚଢ଼ଉରେ ୭ କୋଟି ଟଙ୍କାରୁ ଅଧିକ ଆୟ ବହିର୍ଭୂତ ଟଙ୍କା ଜବତ କରାଯାଇଥିଲା। ଏହି ଘଟଣାରେ ଇଡି ଶିବ କୁମାରଙ୍କ ଏବଂ ଅନ୍ୟ ମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତେବେ ସେମାନଙ୍କ ବିରୋଧରେ ଏହି ମାମଲାକୁ ବେଆଇନ ଦର୍ଶାଇ ଏହା ଖାରଜ କରିବାକୁ ୨୦୧୯ରେ ଶିବ କୁମାର ଓ ଅନ୍ୟମାନେ କର୍ଣ୍ଣାଟକ ହାଇକୋର୍ଟରେ ଆବେଦନ କରିଥିଲେ। ଆବେଦନର ବିଚାର କରି କର୍ଣ୍ଣାଟକ ହାଇକୋର୍ଟ ଇଡିର ମନି ଲଣ୍ଡରିଂ ମାମଲାକୁ ବୈଧ କହିଥିଲେ। ତେବେ ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ଶିବ କୁମାର ଓ ଅନ୍ୟମାନେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଅକ୍ଟୋବର ୨୦୧୯ରେ ସୁପ୍ରିମକୋର୍ଟ ଏହି ଆବେଦନକୁ ବିଚାରକୁ ନେଇଥିଲେ ଓ ସେମାନଙ୍କ ଗରିଫ ଉପରେ ରୋକ ଲଗାଇଥିଲେ। ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟକାନ୍ତ ଓ କେଭି ବିଶ୍ବନାଥନ୍ଙ୍କୁ ନେଇ ଗଠିତ ଖଣ୍ଡପୀଠ ଡିକେ ଶିବକୁମାରଙ୍କ ଆବେଦନର ବିଚାର କରି ଆଜି ରାୟ ପ୍ରକାଶ କରିଛନ୍ତି।
[ad_2]