ତାଳସାରୀ ମହିଳା ଥାନା ଅଧିକାରୀଙ୍କୁ ଆକ୍ରମଣ ଘଟଣା: ଜେଲ୍ଗଲେ ୧୫ ଅଭିଯୁକ୍ତ, ୪୦ରୁ ଅଧିକ ଫେରାର – Kalinga News

[ad_1]
ଉଦୟପୁର ଓ ଭୋଗରାଇରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ
ଜଳେଶ୍ୱର/ଭୋଗରାଇ/ଦେଉଳା: ଗତକାଲି ରାତିରେ ଏକ ଜୁଆ ଆଡ୍ଡା ଉପରେ ଚଢ଼ଉ ବେଳେ ତାଳସାରୀ ସାମୁଦ୍ରିକ ଥାନା ଆଇଆଇସି ଚମ୍ପାବତୀ ସୋରେନ୍ ଓ ତାଙ୍କ ସହକର୍ମୀଙ୍କ ଉପରେ ହୋଇଥିବା ପ୍ରାଣାନ୍ତକ ଆକ୍ରମଣ ଘଟଣାରେ ପୁଲିସ ୫୦ରୁ ଅଧିକ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଅଭିଯୁକ୍ତ ଫେରାର୍ ଥିବା ଜଣାପଡ଼ିଛି। ଥାନା ଅଧିକାରୀ ଶ୍ରୀମତୀ ସୋରେନ୍ଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତଙ୍କ ନାମରେ ୧୪୩, ୧୪୭, ୨୯୪, ୩୨୩, ୩୨୪, ୩୩୨, ୩୫୩, ୩୫୪, ୩୪-ବି, ୧୮୬, ୩୦୭, ୫୦୬, ୧୪୯ ଭଳି ସଙ୍ଗିନ ଦଫାରେ ମାମଲା ରୁଜୁ କରିଥିଲା। ଏହାପରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୧୫ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଗିରଫ ଅଭିଯୁକ୍ତମାନେ ହେଲେ, ଉଦୟପୁର ଗ୍ରାମର ନିଖିଲ ବେହେରା, ଅମୂଲ୍ୟ ବେହେରା, ରଞ୍ଜିତ ବେହେରା, କିଶୋର ବେହେରା, ଆନନ୍ଦ ବେହେରା, ଅଭିମନ୍ୟୁ ବେହେରା, ସତ୍ୟରଞ୍ଜନ ପଟ୍ଟାୟତ, ଭରତ ବେହେରା, ବଣିଆ ବେହେରା, ଐର ବେହେରା, ପ୍ରମୋଦ ବେହେରା, ହନୁ ବେହେରା, କୁନା ବେହେରା, ଗାନ୍ଧାରୀ ବେହେରା ଓ ଡଲି ବେହେରା। ଭୋଗରାଇ ଗ୍ରାମ୍ୟ ନ୍ୟାୟାଳୟରେ ସମସ୍ତଙ୍କର ଜାମିନ୍ ଆବେଦନ ଖାରଜ ହୋଇଯିବାରୁ ଅଭିଯୁକ୍ତମାନଙ୍କୁ ଜଳେଶ୍ୱର ଜେଲକୁ ପଠାଇ ଦିଆଯାଇଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ମହିଳା ଓ ୧୩ ଜଣ ପୁରୁଷ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପକ୍ଷରେ ୫ରୁ ଅଧିକ ଲୋକଙ୍କୁ ପୁଲିସ ଥାନାରେ ଅଟକ ରଖିବା ସହ ପଚରାଉଚରା ଜାରି ରଖିଛି। ଏହି ଘଟଣାରେ ୫ ଜଣ ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜୋର୍ଦାର କରିଛି। ଭୋଗରାଇ ଓ ତାଳସାରୀ ସାମୁଦ୍ରିକ ଥାନା ଅଞ୍ଚଳରେ ଦୁଇ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ଏଥିସହତ, ଜଳେଶ୍ୱର ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁଙ୍କ ସମେତ ୧୦ରୁ ଊର୍ଦ୍ଧ୍ବ ପୁଲିସ ଅଧିକାରୀ ବର୍ତ୍ତମାନ ଉଦୟପୁରରେ ଡେରା ପକାଇ ପରିସ୍ଥିତି ଉପରେ ନଜର ରଖିଛନ୍ତି।
[ad_2]




