ଅପରାଧ

ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏସିଡ଼ ମାଡ଼ କଲା ଯୁବକ: ତିନିଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର – Kalinga News

[ad_1]

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପରୀକ୍ଷା ଦେବାକୁ ଯାଉଥିବା ବେଳେ ତିନିଜଣ ଛାତ୍ରୀଙ୍କ ଉପରେ ଜଣେ ଯୁବକ ଏସିଡ଼ ମାଡ଼ କରିଥିଲା । ଫଳରେ ତିନିଜଣ ଛାତ୍ରୀଙ୍କ ମୁହଁ ଜଳି ଯାଇଥିଲା । ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ସ୍ଥାନୀୟଲୋକେ ଛାତ୍ରୀମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ପୁଲିସ ଓ ସେମାନଙ୍କ ପରିବାରଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ, ମେଙ୍ଗାଲୋରର ଦକ୍ଷିଣ କନ୍ନଡ ଜିଲ୍ଲା କଡ଼ାୱାରେ ତିନିଜଣ ଛାତ୍ରୀ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଦେବାକୁ କଲେଜ ଯାଉଥିଲେ। ଏହି ସମୟରେ ଜଣେ ଯୁବକ ମୁହଁରେ ମାସ୍କ ପିନ୍ଧି କେହି କିଛି ବୁଝିବା ପୂର୍ବରୁ କଲେଜ ସାମ୍ନାରେ ତିନିଜଣ ଛାତ୍ରୀଙ୍କ ଉପରକୁ ଏସିଡ଼ ପିଙ୍ଗି ଦେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଯାଞ୍ଚ ଆରମ୍ଭ କରି ଅଭିଯୁକ୍ତର ପରିଚୟ ଖୋଜି ତାକୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତ କେରଳରେ ବସବାସ କରୁଥିବା ବେଳେ ନାମ ଅବିନ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ପ୍ରକାଶ, ତିନିଜଣ ଛାତ୍ରୀଙ୍କ ମଧ୍ୟରୁ ଅଭିଯୁକ୍ତର ଜଣକଙ୍କ ସହିତ ପ୍ରେମସମ୍ପର୍କରେ ଥିଲା। ଉକ୍ତ ଛାତ୍ରୀ ଜଣକ କେରଳରେ ରହୁଥିବା ବେଳେ କିଛିଦିନ ହେବ ପରିବାର ସହିତ ଦକ୍ଷିଣ କନ୍ନଡ଼ ଚାଲି ଯାଇଥିଲେ।  ଏହାପରେ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା।

ଯେତେବେଳେ ଯୁବକ ଜଣକ ଜାଣିଲା କି ଛାତ୍ରୀ ପରୀକ୍ଷା ଦେବାକୁ କେରଳର କଲେଜକୁ ଆସିଛନ୍ତି ଯେ ଯୋଜନା ମୁତାବକ ରାଗରେ ଏସିଡ଼ ଧରି କଲେଜ ପରିସରରେ ପହଞ୍ଚିଥିଲା। ସେ ଯେଉଁ ଛାତ୍ରୀଙ୍କୁ ଭଲ ପାଉଥିଲା ତାଙ୍କୁ ଲକ୍ଷ୍ୟ କରି ଏସିଡ଼ ମାଡ଼ କରୁଥିବା ବେଳେ ଅନ୍ୟ ଦୁଇଜଣଛାତ୍ରୀ ମଧ୍ୟ ଏହାର ଶିକାର ହୋଇଥିଲେ। ଚିକିତ୍ସା ପରେ ତିନିଜଣ ଛାତ୍ରୀ ବିପଦମୁକ୍ତ ଥିବା ବେଳେ ଅବସ୍ଥା ଏବେ ବି ଗୁରୁତର ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button