ଅପରାଧ

ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର ଘଟଣା: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ହତ୍ୟା କରିଥିଲା ଅଭିଯୁକ୍ତ – Kalinga News

[ad_1]

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ୍ ଥାନା ଅର୍ନ୍ତଗତ ଅଶନବଣୀ ନିକଟରେ ଏକ ପରିତ୍ୟକ୍ତ ଘରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ଗତକାଲି ପୁଲିସ ଉଦ୍ଧାର କରିଥିଲା। ମୃତକ ଜଣଙ୍କ ହେଉଛନ୍ତି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଯୋଡ଼ାମହୁଲ ଗ୍ରାମର ଶ୍ରୀମତୀ ମହାଲି (୫୨)। ଅଭିଯୋଗ ଅନୁଯାୟୀ ଗତ ୨୨ ଫେବ୍ରୁଆରି ଦିନ ଶ୍ରୀମତୀ ଖନ୍ତ ପଂଚାୟତକୁ ଭତ୍ତା ଟଙ୍କା ଆଣିବାକୁ ଯାଇଥିଲେ ଏବଂ ଫେରିବା ସମୟରେ ଭରଣ୍ଡିଆ ହାଟକୁ ପନିପରିବା କିଣିବାକୁ ଯାଇ ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ପାଇ ନଥିଲେ। କିଛିଦିନ ପରେ ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଅଶନବଣୀ ନିକଟସ୍ଥ ଏକ ପରିତ୍ୟକ୍ତ ଘରୁ ଜଣେ ମହିଳାଙ୍କ ଗଳିତ ଶବ ଥିବା ଦେଖିବାକୁ ପାଇ ଗ୍ରାମବାସୀ ପୁଲିସକୁ ଖବର ଦେବା ପରେ ପୁଲିସ, ସାଇଣ୍ଟିଫିକ୍ସ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ଶବକୁ ଉଦ୍ଧାର କରିଥିଲେ। ପରେ ଉକ୍ତ ଶବ ନିଖୋଜ ମହିଳା ଶ୍ରୀମତୀ ମହାଲିଙ୍କର ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ।

ଏନେଇ ରାଇରଙ୍ଗପୁର ଟାଉନ୍ ଥାନାରେ କେସ୍ ନଂ ୭୨/୨୪ ରେ ଏକ ମାମଲା ରୁଜୁ କରି ଛାନଭିନ ସମୟରେ ଶ୍ରୀମତୀ ଭରଣ୍ଡିଆ ହାଟରେ ଜଣେ ଯୁବକଙ୍କ ସହିତ ହାଣ୍ଡିଆ ପିଇଥିବା କିଛି ଲୋକ ଦେଖିଥିଲେ ଏବଂ ସେହି ଯୁବକକୁ ଅଟକ ରଖି ତଦନ୍ତ କରିବା ସମୟରେ ଯୁବକ ଜଣକ ସବୁ ସତ କଥା ପୁଲିସକୁ କହିଥିଲେ । ଯୁବକ ଜଣକ ହେଉଛନ୍ତି ରାଇରଙ୍ଗପୁର ଟାଉନ୍ ଥାନା ଅନ୍ତର୍ଗତ ଅଶନବଣୀ ଗ୍ରାମର ତଳ ମାଝୀଙ୍କ ପୁଅ ଭସ୍କ ମାଝୀ (୨୮) । ସେ ଭିନ୍ନକ୍ଷମ ହେବା ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ବାପ ଘରକୁ ପଳାଇଥିଲେ।

ଭରଣ୍ଡିଆ ହାଟରେ ଉଭୟ ହାଣ୍ଡିଆ ପିଇବା ସମୟରେ ଶ୍ରୀମତିଙ୍କୁ ପରିତ୍ୟକ୍ତ ଗୃହକୁ ନେଇ ୧୦୦ ଟଙ୍କା ଦେଇ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ । ତେବେ ଶ୍ରୀମତୀ ୧୦୦ ଟଙ୍କା ନେବା ପରେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ ଭସ୍କ ଉତ୍ୟକ୍ତ ହୋଇ ଏକ ପଥର ଛେଚି ଶ୍ରୀମତୀଙ୍କୁ ହତ୍ୟା କରିଥିଲା । ହତ୍ୟା କରି ଶବକୁ କୁଟାରେ ଲୁଚାଇ ଦେଇଥିଲା। ତେବେ ଶବ ଦୁର୍ଗନ୍ଧ ହେବ ଜାଣି ତାପର ଦିନ ଏକ କୁକୁରକୁ ହତ୍ୟା କରି ଶବ ନିକଟରେ ପକାଇଦେଇଥିଲେ ବୋଲି ପୁଲିସକୁ କହିଛି। ଆଜି ଭସ୍କକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button