ଏସିପିଙ୍କ ପୁଅକୁ ହତ୍ୟା ଅଭିଯୋଗରେ ଜଣଙ୍କୁ ଗିରଫ କଲା ପୁଲିସ୍ – Kalinga News

[ad_1]
ନୂଆଦିଲ୍ଲୀ: ଦିଲ୍ଲୀର ଆସିଷ୍ଟାଣ୍ଟ କମିସନର ଅଫ୍ ପୁଲିସ୍ (ଏସିପି) ଙ୍କ ପୁଅ ହରିଆଣାର ପାନିପଥରେ ଥିବା ଏକ କେନାଲରେ ବୁଡ଼ି ମୃତ୍ୟୁ ବରଣ କରିବା ପରେ ପୁଲିସ୍ ଜଣେ ସନ୍ଦିଗ୍ଧବ୍ୟକ୍ତିଙ୍କୁ ଗିରଫ କରିଛି। ଏସିପିଙ୍କ ପୁଅକୁ ୨ ଜଣ ମିଶି କେନାଲକୁ ଠେଲି ଦେଇଥିବାରୁ ତାଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରି ସେ ଦୁହିଁଙ୍କ ମଧ୍ୟରୁ ପୁଲିସ୍ ଜଣଙ୍କୁ ଗିରଫ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଜାନୁଆରି ୨୨ ତାରିଖ ସଂଧ୍ୟା ସୁଦ୍ଧା ଏସିପି ଯଶପାଲ ଚୌହ୍ବାନଙ୍କ ୨୬ ବର୍ଷର ପୁଅ ଲକ୍ଷ୍ୟ ଚୌହ୍ବାନ ନିଖୋଜ ହୋଇ ଯାଇଥିଲେ। ବୃତ୍ତିରେ ଲକ୍ଷ୍ୟ ଜଣେ ଓକିଲ। ସେ ଜାନୁଆରି ୨୨ ତାରିଖରେ ଏକ ଏସ୍ୟୁଭିରେ ଅନ୍ୟ ଦୁଇ ଜଣଙ୍କ ସହ ମିଶି ହରିଆଣାର ଭିୱାନିରେ ଆୟୋଜିତ ହୋଇଥିବା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ତା’ପରେ ଲକ୍ଷ୍ୟ ଆଉ ଘରକୁ ଫେରିନଥିଲେ।
ଯାହାପରେ ଜାନୁଆରି ୨୩ ତାରିଖରେ ଏସିପି ସମୟପୁର ବଦଲି ପୁଲିସ ଷ୍ଟେସନରେ ନିଖୋଜ ଅଭିଯୋଗ ଦାଖଲ କରିବା ପରେ ସର୍ଚ୍ଚ ଅପରେସନ ଜାରି ହୋଇଥିଲା। ଶୁକ୍ରବାର ଦିନ ଅଭିଷେକଙ୍କୁ ଦିଲ୍ଲୀର ନରେଲାସ୍ଥିତ ଜବାହର କ୍ୟାମ୍ପରୁ ପୁଲିସ ଗିରଫ କରିଥିଲା।
ପଚରାଉଚରା ବେଳେ ଅଭିଷେକ କହିଛନ୍ତି ଯେ ଜାନୁଆରି ୨୨ ତାରିଖରେ ବିକାଶ ତାଙ୍କୁ ଡାକି ସୋନେପଥରେ ଥିବା ଏକ ବିବାହକୁ ଯିବାକୁ କହିଥିଲେ। ବିକାଶ ଆଗରୁ ଏକଥା ବି କହିଥିଲେ ଯେ ଟିସ୍ ହାଜାରି କୋର୍ଟରେ ଓକିଲାତି ଅଭ୍ୟାସ କରୁଥିବା ଲକ୍ଷ୍ୟ ତାଙ୍କଠାରୁ ଋଣ ନେଇ ଟଙ୍କା ଫେରାଉନଥିଲେ। ସେଥିପାଇଁ ସେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଅଭିଷେକ ସ୍ବୀକାର କରିଛନ୍ତି ଯେ ସେମାନେ ଫେରିବା ବାଟରେ ଲକ୍ଷ୍ୟଙ୍କୁ ଏକ କେନାଲ ଭିତରକୁ ଠେଲି ଦେଇଥିଲେ।
[ad_2]




