ଖେଳ ଖବର

୧୩ ମ୍ୟାଚ୍‌ ପରେ ଓଏଫ୍‌ସିର ପରାଜୟ – Kalinga News

[ad_1]

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ରେ ଲଗାତାର ୧୩ ମ୍ୟାଚ୍‌ରେ ଅପରାଜେୟ ରହିଥିବା ଓଡ଼ିଶା ଏଫ୍‌ସି ରବିବାର ପ୍ରଥମ ପରାଜୟ ବରଣ କରିଛି। ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିସାରିଥିବା ଏହି ଭୁବନେଶ୍ବର ଭିତ୍ତିକ ଦଳ ଚେନ୍ନାଇର ଜବାହରଲାଲ ନେହରୁ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଚେନ୍ନାୟିନ୍‌ ଏଫ୍‌ସିଠୁ ୧-୨ ଗୋଲ୍‌ରେ ପରାସ୍ତ ହୋଇଛି। ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ ରାଫେଲ କ୍ରିଭେଲାରୋଙ୍କ ପାସ୍‌କୁ ଅଙ୍କିତ ମୁଖାର୍ଜୀ ଗୋଲ୍‌ ଦେଇ ଘରୋଇ ଦଳକୁ ୧-୦ରେ ଆଗୁଆ କରିଥିଲେ। ୭୮ତମ ମିନିଟ୍‌ରେ ଆମି ରାଣାୱାଦେଙ୍କ ପାସ୍‌ରେ ୧୦୦ତମ ଆଇଏସ୍‌ଏଲ୍‌ ମ୍ୟାଚ୍‌ ଖେଳୁଥିବା ରୟ କ୍ରୀଷ୍ଣା ଗୋଲ୍‌ଟି ଶୁଝି ସ୍ଥିତି ସମାନ କରିଥିଲେ। ଇନ୍‌ଜୁରି ସମୟରେ ‌ଜୋର୍ଡାନ ମୁରେ (୯୦+୪ ମିନିଟ୍‌)ଙ୍କ ଗୋଲ୍‌ରେ ଚେନ୍ନାୟିନ୍‌ ବିଜୟ ବାନା ଉଡ଼ାଇଥିଲା। ପରାଜୟ ସତ୍ତ୍ବେ ଓଡ଼ିଶା (୧୮ ମ୍ୟାଚ୍‌, ୧୦ ବିଜୟ, ୫ ଅମୀମାଂସିତ, ୩ ପରାଜୟ) ୩୫ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷ ସ୍ଥାନ ବଜାୟ ରଖିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button