ରେକର୍ଡ ସ୍କୋର୍ ସହ ଶୃଙ୍ଖଳା ମୂଳପୋଛ କଲା ଅଷ୍ଟ୍ରେଲିଆ: ଦୀପ୍ତିଙ୍କ ଶତକ ୱିକେଟ୍ – Kalinga News

[ad_1]
ଶେଷ ମହିଳା ଦିନିକିଆରେ ଭାରତ ୧୯୦ ରନ୍ରେ ପରାସ୍ତ
ମୁମ୍ବାଇ: ଭାରତ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ମହିଳା ଦିନିକିଆ ଶୃଙ୍ଖଳାକୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୩-୦ରେ ମୂଳପୋଛ କରି ନେଇଛି। ପ୍ରଥମ ମ୍ୟାଚ୍କୁ ୬ ୱିକେଟ୍ ଏବଂ ଦ୍ବିତୀୟକୁ ୨ ୱିକେଟ୍ରେ ଜିତିଥିବା ଅଷ୍ଟ୍ରେଲିଆ ମଙ୍ଗଳବାର ୱାଙ୍ଖଡ଼େ ଷ୍ଟାଡିୟମ୍ରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଦିନିକିଆକୁ ୧୯୦ ରନ୍ରେ ଜିତିଛି। ୩୩୯ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଘରୋଇ ଦଳ ୩୨.୪ ଓଭରରେ ମାତ୍ର ୧୪୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ସ୍ମୃତି ମନ୍ଧାନା ୨୯, ଜେମିମା ରଡ୍ରିଗ୍ବେଜ ୨୫ ଓ ଦୀପ୍ତି ଶର୍ମା ୨୫* ରନ୍ ସହ କିଛିଟା ଲଢ଼ିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜର୍ଜିଓ ୱାରେହାମ ୩ ଏବଂ ମେଗାନ ସ୍କଟ, ଆଲାନ କିଙ୍ଗ ଓ ଆନ୍ନାବେଲ ସଦରଲାଣ୍ଡ ୨ ଲେଖାଏଁ ୱିକେଟ୍ ନେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଫୋଏବ ଲିଚଫିଲ୍ଡ (୧୧୯, ୧୨୫ ବଲ୍, ୧୬ ଚୌକା, ୧ ଛକା)ଙ୍କ ଶତକ ବଳରେ ୩୩୮/୭ କରିଥିଲା। ଯାହା ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ମହିଳା ଦଳର ସର୍ବୋଚ୍ଚ ସ୍କୋର୍। ଲିଚଫିଲ୍ଡ ଓ ଆଲିସା ହିଲି (୮୨, ୮୫ ବଲ୍, ୪ ଚୌକା, ୩ ଛକା) ପ୍ରଥମ ୱିକେଟ୍ରେ ରେକର୍ଡ ୧୮୯ ରନ୍ର ଭାଗୀଦାରି ଗଢ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଭାରତ ବିପକ୍ଷରେ ଦିନିକିଆ ଫର୍ମାଟ୍ରେ ଯେ କୌଣସି ୱିକେଟ୍ରେ ଭ୍ରମଣକାରୀ ଦଳର ଏହା ସର୍ବୋଚ୍ଚ ଭାଗୀଦାରି ଥିଲା। ପୂର୍ବରୁ ୨୦୨୧ରେ ଦକ୍ଷିଣ ଆଫ୍ରିକାର ଓପନିଂ ଯୋଡ଼ି ଲିଜେଲି ଲି ଓ ଲୌରା ଓଲଭାର୍ଟଙ୍କ ୧୬୯ ରନ୍ ଏ ପର୍ଯ୍ୟନ୍ତ ସର୍ବୋଚ୍ଚ ଥିଲା। ହିଲିଙ୍କୁ ପୂଜା ବସ୍ତ୍ରକାର ବୋଲ୍ଡ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଏଲିସ ପେରି (୧୬)ଙ୍କୁ ଅମନଜୋତ କୌର ଆଉଟ୍ କରିଥିଲେ। ବେଥ ମୁନି (୩) ଓ ତାହିଲା ମ୍ୟାକ୍ଗ୍ରା (୦)ଙ୍କୁ ୩୬ତମ ଓଭରରେ ଆଉଟ୍ କରି ଶ୍ରେୟଙ୍କା ପାଟିଲ ଅଷ୍ଟ୍ରେଲିଆକୁ ଡବଲ୍ ଝଟ୍କା ଦେଇଥିଲେ। ୪୦ତମ ଓଭରରେ ଲିଚ୍ଫିଲ୍ଡଙ୍କୁ ଦୀପ୍ତି ଶର୍ମା ଆଉଟ୍ କଲା ବେଳକୁ ଦଳୀୟ ସ୍କୋର୍ ୨୫୬ରେ ପହଞ୍ଚିସାରିଥିଲା। ଶେଷ ୧୦ ଓଭରରେ ଅଷ୍ଟ୍ରେଲିଆ ୮୨ ରନ୍ ଯୋଡ଼ି ୨ ୱିକେଟ୍ ହରାଇଥିଲା। ଭାରତ ପକ୍ଷରୁ ଶ୍ରେୟଙ୍କା ପାଟିଲ ୩, ଅମନଜୋତ କୌର ୨, ଦୀପ୍ତି ଶର୍ମା ଓ ପୂଜା ବସ୍ତ୍ରକାର ୧ ଲେଖାଏଁ ୱିକେଟ୍ ନେଇଥିଲେ। ଭାରତର ମନ୍ନତ କାଶ୍ୟପ ପଦାର୍ପଣ କରିଥିଲେ। ଲିଚଫିଲ୍ଡ ଉଭୟ ମ୍ୟାଚ୍ ଓ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଦୀପ୍ତିଙ୍କ ଶତକ ୱିକେଟ୍
ଭାରତ ହାରିଯାଇଥିଲେ ମଧ୍ୟ ଅଭିଜ୍ଞ ଅଲରାଉଣ୍ଡର୍ ଦୀପ୍ତି ଶର୍ମା ଏହି ମ୍ୟାଚ୍ରେ ବ୍ୟକ୍ତିଗତ ମାଇଲଖୁଣ୍ଟ ଛୁଇଁଛନ୍ତି। ଗୋଟିଏ ୱିକେଟ୍ ସହ ଦୀପ୍ତି ଚତୁର୍ଥ ଭାରତୀୟ ମହିଳା ଭାବେ ଦିନିକିଆରେ ୧୦୦ ୱିକେଟ୍ ପୂର୍ଣ୍ଣ କରିଛନ୍ତି। ଦୀପ୍ତିଙ୍କ ପୂର୍ବରୁ ଏହି କ୍ଲବ୍ରେ ଝୁଲନ ଗୋସ୍ବାମୀ (୨୨୫), ନୀତି ଡେଭିଡ୍ (୧୪୧), ନୁଶିନ୍ ଅଲ୍ ଖାଦିର (୧୦୦) ସାମିଲ ଥିଲେ। ଦୀପ୍ତି ମଙ୍ଗଳବାର ଶତକ ହାସଲକାରୀ ଫୋଏବ୍ ଲିଚଫିଲ୍ଡଙ୍କୁ ଆଉଟ୍ କରିବା ପରେ ସାଥି ଖେଳାଳି ରାଜେଶ୍ବରୀ ଗାଏକ୍ବାଡ (୯୯*)ଙ୍କୁ ପଛରେ ପକାଇ ଦେଇଥିଲେ।
[ad_2]



