ପ୍ରମୋଦଙ୍କୁ ସରକାରୀ ସମ୍ବର୍ଦ୍ଧନା: କଠିନ ପରିଶ୍ରମ ଓ ଏକାଗ୍ରତା ହିଁ ସଫଳତାର ଚାବିକାଠି: ମନ୍ତ୍ରୀ – Kalinga News

[ad_1]
ଭୁବନେଶ୍ୱର: ଥାଇଲାଣ୍ଡରେ ଆୟୋଜିତ ବିଡବ୍ଲୁଏଫ୍ ବିଶ୍ୱ ପାରା ପ୍ରତିଯୋଗିତାରେ ଗୋଟିଏ ସ୍ବର୍ଣ୍ଣ ଓ ଦୁଇଟି କାଂସ୍ୟ ପଦକ ଜିତିଥିବା ପଦ୍ମଶ୍ରୀ ପ୍ରମୋଦ ଭଗତଙ୍କୁ ରବିବାର କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କଂପ୍ଲେକ୍ସରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ପ୍ରମୋଦଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ତାରକସି ଫଳକ ପ୍ରଦାନ ସହ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ପ୍ରମୋଦଙ୍କ ପ୍ରଶିକ୍ଷକ ଶିବ ପ୍ରସାଦ ଦାସଙ୍କୁ ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ସମ୍ବର୍ଦ୍ଧିତ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
‘‘ସଫଳତା ପାଇବା ଲାଗି କୌଣସି ସହଜ ମାର୍ଗ ନାହଁ। କଠିନ ପରିଶ୍ରମ ଓ ଏକାଗ୍ରତା ହିଁ ସଫଳତା ପାଇବାରେ ସାହାୟକ ହୁଏ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରମୋଦ ଭଗତ। ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍ଙ୍କୁ ଆଗକୁ ନେବାପାଇଁ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବେଳେ ନୂତନ ପିଢ଼ି ଏହାର ଫାଇଦା ଉଠାଇବା ସହ ପ୍ରମୋଦଙ୍କ ଭଳି ରାଜ୍ୟ ପାଇଁ ଗୌରବ ଆଣି ପାରିବେ’’ ବୋଲି ପ୍ରକାଶ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ଶ୍ରୀ ବେହେରା। ‘‘ନିଜର ଉଦ୍ୟମ ବଳରେ ପଦ୍ମଶ୍ରୀ ପ୍ରମୋଦ ଭଗତ କେବଳ ନିଜ ପାଇଁ ପଦକ ଅର୍ଜନ କରି ନାହାନ୍ତି ବରଂ ସାରା ଓଡ଼ିଶାର କ୍ରୀଡ଼ାବିତ୍ଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଓଡ଼ିଶାରୁ ପ୍ରତିନିଧିତ୍ୱ କରି ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକଠାରୁ ଆରମ୍ଭ କରି ବିଡବ୍ଲୁଏଫ ବିଶ୍ୱ ପାରା ଚାମ୍ପିୟନସିପ ପଦକ ହାସଲ ସାରା ବିଶ୍ୱରେ ଆମର ଦକ୍ଷତାକୁ ପ୍ରମାଣିତ କରୁଛି’’ ବୋଲି କ୍ରୀଡ଼ା ନିର୍ଦେଶକ ସିଦ୍ଧାର୍ଥ ଦାସ ପ୍ରକାଶ କରିଥିଲେ।
ପଦ୍ମଶ୍ରୀ ପ୍ରମୋଦ ଭଗତ ନିଜ ବକ୍ତବ୍ୟରେ କ୍ରୀଡ଼ାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରସଂଶା କରିବା ସହ ନିଜର ସଫଳତା ଓ ଆଗାମୀ ପାରାଲିମ୍ପିକ୍ସ ଲକ୍ଷ୍ୟ ବିଷୟରେ ମତ ରଖିଥିଲେ। ଉତ୍ସବରେ ହକି ବିକାଶ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୀପଙ୍କର ମହାପାତ୍ରଙ୍କ ସମେତ ଯୁଗ୍ମ ଶାସନ ସଚିବ ରଂଜିତ ପରିଡ଼ା, ଏଚ୍ପିସି ମୁଖ୍ୟ, ପ୍ରଶିକ୍ଷକ, ବିଭାଗୀୟ ଅଧିକାରୀ ଓ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଓଏସ୍ଡି ସିଦ୍ଧାର୍ଥ ଶଙ୍କର ସାହୁ ସଂଚାଳନା କରିଥିଲେ।
[ad_2]