ଦେଶ- ବିଦେଶ

ଭାରତ ମୁହାଁ ବାଂଲାଦେଶୀ ; ହାଇଆଲର୍ଟରେ BSF

ବାଂଲାଦେଶରେ ରାଜନୈତିକ ହିଂସାକାଣ୍ଡ ଓ ଅସ୍ଥିରତା ପରେ ଭାରତ ସୀମାରେ ବଢିଛି ଅନୁପ୍ରବେଶ ଉଦ୍ୟମ। ସୀମା ଆରପଟେ ପ୍ରତିଦିନ ଭିଡ଼ ଜମାଉଛନ୍ତି ହଜାର ହଜାର ବାଂଲାଦେଶୀ। ପଶ୍ଚିମବଙ୍ଗ କୁଚବେହାରର ଶୀତଲକୁଚି ଦେଇ ଭାରତରେ ପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି। କୁଚବେହାରରୁ ଏମିତି ଚିତ୍ର ସାମନାକୁ ଆସିବା ପରେ ହାଇ ଆଲର୍ଟରେ ସୀମା ସୁରକ୍ଷା ବାହିନୀ ।

ସେମାନଙ୍କ ଗତିବିଧି ଉପରେ ବିଏସଏଫ୍ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି। ବାଂଲାଦେଶୀଙ୍କୁ ଜିରୋ ପଏଣ୍ଟରେ ଅଟକାଇଛି ବିଏସ୍ଏଫ୍। ପ୍ରାୟ ୧୦୦୦ ଲୋକ ଭାରତରେ ଆଶ୍ରୟ ନେବା ପାଇଁ ସୀମା ନିକଟକୁ ଆସିଥିଲେ। ଯେଉଁଥିରେ ଅଧିକାଂଶ ହିନ୍ଦୁ ବାଂଲାଦେଶୀ ନାଗରିକ ଅଛନ୍ତି ବୋଲି ବିଏସଏଫ ପକ୍ଷରୁ କୁହାଯାଛି।କେବଳ ସ୍ଥଳ ସୀମା ନୁହେଁ, ଜଳସୀମା ପଟେ ମଧ୍ୟ ବାଂଲାଦେଶୀଙ୍କ ଅନୁପ୍ରବେଶ ଆଶଙ୍କା ଥିବାରୁ ସମୁଦ୍ର ତଟରେ କଡାକଡି ଯାଞ୍ଚ ଚାଲିଛି। ଓଡ଼ିଶା ସୀମାରେ ବି କଡ଼ା ପ୍ରହରା ଦିଆଯାଇଛି। ସ୍ଥଳ ଓ ଜଳ ପଥ ଉପରେ ତୀକ୍ଷ୍ଣ ନଜର ରହିଛି। ଓଡ଼ିଶା ମେରାଇନି ପୁଲିସ୍ ପକ୍ଷରୁ ଅରଖକୁଦା ମେରାଇନ ଥାନାର ଗୋଟିଏ ଟିମ୍ ସମୁଦ୍ର ଓ ଚିଲିକାର ପ୍ରବେଶ ପଥ ଶିପକୁଦା ମୁହାଣରେ ପଇଁତରା ମାରୁଛନ୍ତି। ସନ୍ଦିଗ୍ଧ ଙ୍କୁ ପରିଚୟ ପତ୍ର ମାଗିବା ସହ ବିଭିନ୍ନ ଆବଶକୀୟ ତଥ୍ୟ ମଗାଯାଉଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button