ରାଜନୀତି

ବିଜେପିରେ ଯୋଗ ଦେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି – Kalinga News

[ad_1]

ଭୁବନେଶ୍ବର: ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେପିରେ ଯୋଗ ଦେଇଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପିରେ ମିଶିଛନ୍ତି ଅରବିନ୍ଦ ଢାଲି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଅରବିନ୍ଦ ଢାଲି।

ଜୟଦେବ ନିର୍ବାଚନ ମଣ୍ଡଳୀରୁ ଦୁଇ ଥର ବିଧାୟକ ହୋଇଥିବା ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି ଗତକାଲି ବିଜେଡିର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଥିଲେ। ସେ ତାଙ୍କର ଇସ୍ତଫା ପତ୍ର ବି‌ଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ। ୨୦୦୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡିରେ ଯୋଗଦେଇଥିବା ଶ୍ରୀ ଢାଲି ପୁଣି ବିଜେପିକୁ ଫେରିବେ ବୋଲି ଗଣମାଧ୍ୟମରେ କହିଥିଲେ। ରବିବାର ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇଛନ୍ତି। ୧୯୯୨ରେ ମାଲକାନଗିରିରୁ ବିଜେପି ଟିକେଟରେ ବିଧାୟକ ହୋଇଥିଲେ। ୫ଥରିଆ ଏହି ବିଧାୟକ ବିଜେପି-ବିଜେଡି ମେଣ୍ଟ ସରକାରରେ ପରିବହନ ମନ୍ତ୍ରୀ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button