ଘରକୁ ଫୋନ୍ କଲେ ପୋଡ଼ା ଶବ ମିଳିବା ପରେ ‘ମୃତ’ ଘୋଷିତ ବ୍ୟବସାୟୀ – Kalinga News

[ad_1]
ବିଜୟୱାଡ଼ା: ଚାଷଜମିରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଲୋକଙ୍କ ପୋଡ଼ା ଶବ ଉଦ୍ଧାର କରାଯିବାର ୨୪ ଘଣ୍ଟା ପରେ ସେ ଲୋକଟି ଘରକୁ ଫୋନ୍ କରିବାରୁ ତାଙ୍କ ଆତ୍ମୀୟମାନେ ବିସ୍ମିତ ହୋଇଯାଇଥିବା କଥା ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଦିନ ପୂର୍ବ ଗୋଦାବରୀ ଜିଲ୍ଲାର ରଙ୍ଗମ୍ପେଟ୍ ମଣ୍ଡଳ ଅନ୍ତର୍ଗତ ବୀରପାଲେମ୍ରେ ଏଭଳି ଅଦ୍ଭୁତ ଘଟଣା ଘଟିଛି। ରଙ୍ଗମପେଟ୍ ଥାନାର ସବ୍-ଇନ୍ସ୍ପେକ୍ଟର୍ ପି. ବିଜୟ କୁମାର କହିଛନ୍ତି ଶୁକ୍ରବାର ସକାଳେ ଗ୍ରାମବାସୀମାନେ ଶସ୍ୟ ବିକ୍ରେତା କେଟାମଲ୍ଲ ପୁସୈୟାଙ୍କ ଚାଷଜମିରେ ବସିଥିବା ବିଦ୍ୟୁତ୍ ଟ୍ରାନ୍ସ୍ଫର୍ମର୍ ନିକଟରେ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଶବଟିଏ ଦେଖିଥିଲେ।
ପୋଡ଼ା ଶବ ପାଖରେ ପୁସୈୟାଙ୍କ ଚପଲ ବି ପଡ଼ିଥିଲା। ତେଣୁ, କେହି ଜଣେ ପୁସୈୟାଙ୍କୁ ହତ୍ୟା କରିଛି ବୋଲି ଗ୍ରାମବାସୀଙ୍କର ସନ୍ଦେହ ହୋଇଥିଲା। ସେମାନେ ତାଙ୍କ ଆତ୍ମୀୟଙ୍କୁ ଖବର ଦେଲେ ଓ ଆତ୍ମୀୟମାନେ ପୁଲିସକୁ ଫୋନ୍ କଲେ। ଘଟଣାସ୍ଥଳରେ ପହଞ୍ଚି ପୁଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ଡାକ୍ତରଖାନାକୁ ପଠାଦେଲା। ଶବ ବ୍ୟବଚ୍ଛେଦ ଚାଲିଥିବା ବେଳେ ଗୋଟାଏ ଅଜଣା ନମ୍ବରରୁ ପୁସୈୟାଙ୍କ ଆତ୍ମୀୟମାନଙ୍କ ପାଖକୁ ଫୋନ୍ ଆସିଲା। ଫୋନ୍ କରିଥିବା ବ୍ୟକ୍ତିଜଣକ ହିଁ ଥିଲେ ପୁସୈୟା।
:max_bytes(150000):strip_icc()/hand-with-burning-matchstick-453905709-5703d7365f9b581408ae9da0.jpg)
ଜୀବିତ ବୋଲି ଜଣାଇବା ସହିତ ତାଙ୍କୁ ଆସି ନେଇଯିବାକୁ ଅନୁରୋଧ କଲେ। ଆତ୍ମୀୟମାନେ ଠିକଣା ସ୍ଥାନରେ ପହଞ୍ଚିବା ପରେ ପୁସୈୟା କହିଲେ, ଗୁରୁବାର ରାତିରେ ବିଲରେ ୩ଜଣ ଅଜ୍ଞାତ ଯୁବକ ପେଟ୍ରୋଲ୍ ଢାଳି ଶବ ପୋଡୁଥିଲେ। ତାଙ୍କୁ ଘଉଡ଼ାଇବାରୁ ସେମାନେ ମତେ ଆକ୍ରମଣ କଲେ। ଜଳନ୍ତା ଶବ ନିକଟରେ ମୋ ଚପଲ ଫିଙ୍ଗି ଦେଇ ଗୋଟାଏ ଅଟୋରେ ବସାଇ ମତେ କୁଆଡ଼େ ନେଇଗଲେ। ସେମାନଙ୍କଠାରୁ ମାଡ଼ ଖାଇ ମୁଁ ଅଚେତ ହୋଇଯାଇଥିଲି। ଚେତା ଆସିଲାରୁ ଦେଖିଲି, ରାଜାମହେନ୍ଦ୍ରବରମ୍ ଗ୍ରାମୀଣ ମଣ୍ଡଳ ଅନ୍ତର୍ଗତ ପିଡିମଗୋୟା ନିକଟ ଚାଷ ଜମିରେ ପଡ଼ିଛି। ଜଣେ ବାଟୋଇଙ୍କ ପାଖରୁ ଫୋନ୍ ମାଗି ତୁମମାନଙ୍କ ସହିତ କଥାବାର୍ତ୍ତା କଲି।
ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଡ଼ି ଯାଇଥିବା ଶବର ପରିଚୟ ମିଳିନାହିଁ।
[ad_2]




