ମନୋରଞ୍ଜନ

‘ଉଦଣ୍ଡୀ ସୀତା’ ହେଲା ‘ସୀତା’: ମିଳିଲା ଏୟୁ ସାର୍ଟିଫିକେଟ୍‌ – Kalinga News

[ad_1]

ଭୁବନେଶ୍ବର: ଚାଷୀ ଆତ୍ମହତ୍ୟାର କିଛି ନିଚ୍ଛକ ସତ ଘଟଣା ଉପରେ ଆଧାରିତ ଫିଲ୍ମ ‘ଉଦଣ୍ଡୀ ସୀତା’ ପରଦାକୁ ଆସିବ। କିନ୍ତୁ ‘ଉଦଣ୍ଡୀ ସୀତା’ ପରିବର୍ତ୍ତେ ଏହାର ନାଁ କେବଳ ‘ସୀତା’ ରହିବ। ଚାଷୀ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ମାମଲା ହୋଇଥିବାରୁ ଏହି ଚଳଚ୍ଚିତ୍ରକୁ ରିଲିଜ୍‌ ପାଇଁ ପ୍ରଥମେ ଅନୁମତି ମିଳିନଥିଲା। ଫଳରେ ପ୍ରଯୋଜନା ସଂସ୍ଥାକୁ ଅନେକ କଷ୍ଟସ୍ବୀକାର କରିବାକୁ ପଡ଼ିଥିଲା। ତେବେ ଦୀର୍ଘ ୧୪ ମାସର ସଂଘର୍ଷ ପରେ ଅଶ୍ୱିନୀ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ମୁମ୍ବାଇ ସେନସର୍‌ ବୋର୍ଡ ଦ୍ୱାରା ବିନା ଆପତ୍ତିରେ ‘ଏୟୁ’ ସାର୍ଟିଫିକେଟ ଲାଭ କରିଛି। ‘ସୀତା’ ଆସନ୍ତା ଏପ୍ରିଲ ୨୬ରେ ମୁକ୍ତିଲାଭ କରିବ। ପ୍ରଥମରୁ ହିଁ ଏହାର ଟ୍ରେଲର୍‌ ବେଶ୍‌ ଆଦୃତ ହୋଇଛି। ବର୍ତ୍ତମାନସୁଦ୍ଧା ଏହାକୁ ୪ ଲକ୍ଷରୁ ଅଧିକ ଦର୍ଶକ ୟୁ-ଟ୍ୟୁବ୍‌ରେ ଦେଖି ସାରି‌ଲେଣି। ଏହି ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଅଶ୍ବିନୀ ତ୍ରିପାଠୀ ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ଡ. ରଜନୀ ରଂଜନ, ସଙ୍ଗୀତ ଦାୟିତ୍ବରେ ଅଛନ୍ତି ଜାପାନୀ ଭାଇ। ଗୀତଗୁଡ଼ିକୁ ରଚନା କରିଛନ୍ତି ତପୁ ନାୟକ ତଥା ସହନିର୍ଦ୍ଦେଶକ ଅଛନ୍ତି ସ୍ବାଗତ ପାତ୍ର।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button