କିଛି ଦିନ ପରେ ବିଜେପି ବିରୋଧରେ କଳାଯାଦୁର ଅଭିଯୋଗ ଆଣି ପାରନ୍ତି ଶେଖର – Kalinga News

[ad_1]
ନୂଆଦିଲ୍ଲୀ: ଅଭିନେତା ଶେଖର ସୁମନ ଏବଂ କଙ୍ଗନା ରାଣାୱତ ସମ୍ପ୍ରତି ସମାନ ରାଜନୈତିକ ଦଳରେ ସାମିଲ ହୋଇଛନ୍ତି। ନିକଟରେ ‘ହୀରାମଣ୍ଡି’ ସିନେମାର ଅଭିନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିବା ବେଳେ ପୂର୍ବରୁ କଙ୍ଗନା ରାଣାୱତ ବିଜେପିରେ ଯୋଗ ଦେଇ ହିମାଞ୍ଚଳ ପ୍ରଦେଶର ମାଣ୍ଡିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଗୋଟିଏ ଦଳରେ ଦୁହିଁଙ୍କୁ ଦେଖି ଲାଗୁଛି ଶେଖର ପୁରୁଣା କଥାକୁ ଭୁଲିଯାଇ କଙ୍ଗନା ସହିତ କାମ କରିବାକୁ ପ୍ରସ୍ତୁତ ଅଛନ୍ତି। ଶେଖର ସୁମନ ମଇ ୭ ତାରିଖରେ ବିଜେପିରେ ଯୋଗ ଦେଇଛନ୍ତି।
ଶେଖର ସୁମନ ବିଜେପିରେ ଯୋଗ ଦେବା ପ୍ରସଙ୍ଗ ସହିତ କଙ୍ଗନାଙ୍କ ନିର୍ବାଚନ ପ୍ରଚାର ପାଇଁ ରାଜି ହେବା ଘଟଣାକୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ପ୍ରତିକ୍ରିୟା ଦେଇ କହିଛନ୍ତି, ନୂତନ ବିଜେପି ନେତା କଙ୍ଗନା ରାନାୱତଙ୍କ ବିରୋଧରେ ଅନେକ ମିଥ୍ୟା ଅଭିଯୋଗ ଆଣିଥିଲେ। ଏବେ ତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବାକୁ ରାଜି ଅଛନ୍ତି। ଲାଗୁଛି ଶେଖର ସୁମନ କିଛି ଦିନ ପରେ କହିବେ ବିଜେପି ତାଙ୍କ ଉପରେ କଳା ଯାଦୁ କରିଛି।’
ବିଜେପିରେ ଯୋଗ ଦେବା ପରେ ଶେଖରଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ପଚାରିଥିଲେ କି ପୁରୁଣ କଥାକୁ ଭୁଲ ଆପଣ କଙ୍ଗନାଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ କି? ସଙ୍ଗେସଙ୍ଗେ ଶେଖର ଏହାର ଉତ୍ତର ଦେଇ କହିଥିଲେ, ‘ଡାକିଲେ କାହିଁକି ଯିବି ନାହିଁ। ନିଶ୍ଚୟ ଯିବ। କାରଣ ଏହା ହେଉଛି ମୋ କର୍ତ୍ତବ୍ୟ ଓ ଅଧିକାର।’
କଙ୍ଗନା ରାଣାୱତ ଅଧ୍ୟୟନଙ୍କ ସହିତ ସମ୍ପର୍କରେ ଥିଲେ। ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ପାରିଲା ନାହିଁ ଉଭୟଙ୍କ ବ୍ରେକଅପ ହୋଇଯାଇଥିଲା। ଏହାପରେ ଅଧ୍ୟୟନ ଓ ଶେଖର ମିଳିତ ଭାବେ କଙ୍ଗନାଙ୍କ ବିରୋଧରେ କଳାଯାଦୁର ଅଭିଯୋଗ ଆଣିଥିଲେ।
[ad_2]