ରାଜନୀତି

ବିଜେପି ତାଲିକାରେ ଓଡ଼ିଶା, ଆନ୍ଧ୍ର ନାହିଁ: ପ୍ରଥମ ତାଲିକାରେ ୧୯୫ ନଁା – Kalinga News

[ad_1]

ବାରାଣସୀରୁ ପ୍ରଧାନମନ୍ତ୍ରୀ, ଗାନ୍ଧୀନଗରରୁ ଶାହ, ଅାମେଥିରୁ ପୁଣି ସ୍ମୃତି ଇରାନୀ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି। ୩୭୦ଟି ଆସନ ଜିତିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବିଜେପି ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ୧୯୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି। ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ନାମ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ବାରାଣାସୀରୁ ନିର୍ବାଚନ ଲଢ଼ିବେ ଏବଂ ଗୃହମନ୍ତ୍ରୀ ଅମିତ ଶାହ ଗୁଜରାଟର ଗାନ୍ଧୀନଗରରୁ ପୁଣି ଥରେ ପ୍ରାର୍ଥୀ ହେବେ ବୋଲି ଏହି ତାଲିକାରୁ ଜଣାପଡ଼ିଛି। ବିଜେପିର ଅନ୍ୟତମ ହେଭିୱେଟ ନେତା ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲକ୍ଷ୍ନୌରୁ ପ୍ରାର୍ଥୀ ହେବେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପୁଣି ଥରେ ଆମେଥିରୁ ନିର୍ବାଚନ ଲଢ଼ିବେ। ସ୍ମୃତି ୨୦୧୯ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି ଆଶ୍ଚର୍ଯ୍ୟଜନକ ସଫଳତା ହାସଲ କରିଥିବା ବେଳେ ଦଳ ପୁଣିଥରେ ତାଙ୍କୁ ଆମେଥିରୁ ପ୍ରାର୍ଥୀ କରି କଂଗ୍ରେସକୁ ଚ୍ୟାଲେଂଜ ଦେଇଛି।

ବାରାଣସୀରୁ ପ୍ରଧାନମନ୍ତ୍ରୀ, ଗାନ୍ଧୀନଗରରୁ ଶାହ
ଅାମେଥିରୁ ପୁଣି ସ୍ମୃତି ଇରାନୀ
ପ୍ରଥମ ତାଲିକାରେ ୩୪ ମନ୍ତ୍ରୀ
୨୮ ମହିଳା, ୫୭ ଓବିସି ପ୍ରାର୍ଥୀ
ବାଦ ପଡ଼ିଲେ ପ୍ରଜ୍ଞା ଠାକୁର

ବିଜେପିର ପ୍ରଥମ ପର୍ଯ୍ୟାୟ ୧୯୫ ଜଣିଆ ପ୍ରାର୍ଥୀ ତାଲିକାରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ ରହିଛନ୍ତି। ତାଲିକାରେ ୨ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ରହିଥିବା ବେଳେ ଏଥିରେ ୨୮ ଜଣ ମହିଳା ରହିଛନ୍ତି। ୫୦ ବର୍ଷରୁ କମ୍ ବୟସର ୪୭ ଜଣ ନେତା ପ୍ରଥମ ତାଲିକାରେ ସାମିଲ ହୋଇଥିବା ବେଳେ ଓବିସି ସମ୍ପ୍ରଦାୟର ୫୭ ଜଣ ପ୍ରାର୍ଥୀ ରହିଛନ୍ତି। ଦିଲ୍ଲୀର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରବୀଣ ଖଣ୍ଡେଲୱାଲ, କମଲଜିତ ଶେରାୱତ, ରାମବୀର ସିଂହ ବିଧୁରୀ, ମନୋଜ ତିୱାରୀ ଏବଂ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ ଅଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବିଜେପି ମୀନାକ୍ଷୀ ଲେଖି, ରମେଶ ବିଧୁରୀ ଓ ପ୍ରଜ୍ଞା ଠାକୁର ବାଦ ପଡ଼ିଛନ୍ତି। ଲୋକସଭାରେ ବିଏସ୍‌ପି ସାଂସଦ ଦାନିସଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇ ସେ ବିବାଦୟୀ ହୋଇପଡ଼ିଥିଲେ।

ପୂର୍ବରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଏଥର ଗୁଜରାଟର ପୋରବନ୍ଦରରୁ ନିର୍ବାଚନ ଲଢ଼ିବେ। କଂଗ୍ରେସ ନେତା ଶଶି ଥରୁରଙ୍କ ତିରୁଅନନ୍ତପୁରମ ଆସନରେ ରାଜ୍ୟସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ନିର୍ବାଚନ ଲଢ଼ିବେ। ମଧ୍ୟପ୍ରଦେଶର ଗୁନା ଆସନରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଅଲୱରରୁ ଭୂପେନ୍ଦ୍ର ଯାଦବଙ୍କୁ ପ୍ରାର୍ଥୀ କରାଯାଇଛି । ମଧ୍ୟପ୍ରଦେଶରେ ଗତ ବିଧାନସଭା ନିର୍ବାଚନରେ ଦଳ ପାଇଁ ବିଜୟ ଆଣିଥିବା ଶିବରାଜ ସିଂହ ଚୌହାନଙ୍କୁ ବିଦିଶା ଆସନରୁ ପ୍ରାର୍ଥୀ କରାଯାଇଛି। ଆଜିର ତାଲିକାରେ ୧୬ ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର ପ୍ରାର୍ଥୀଙ୍କ ନାମ ରହିଛି। ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣଙ୍କର ନାମ ରହିଛି। ମଧ୍ୟପ୍ରଦେଶରୁ ୨୪, ପଶ୍ଚିମ ବଙ୍ଗରୁ ୨୦ ଏବଂ ରାଜସ୍ଥାନ ଓ ଗୁଜରାଟରୁ ୧୫ ଜଣ ଲେଖାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତେବେ ଏଥିରେ ଓଡ଼ିଶା ସମେତ ବିହାର, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ ପାଇଁ ତାଲିକା ପ୍ରକାଶ କରାଯାଇ ନାହିଁ। ଏହିସବୁ ରାଜ୍ୟରେ ଅନ୍ୟ ଦଳ ସହିତ ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାରୁ ଆସନ ଭାଙ୍ଗବଣ୍ଟା ଚୂଡ଼ାନ୍ତ ହୋଇନାହିଁ। ମହାରାଷ୍ଟ୍ରରେ ଏନ୍‌ସିପି ଓ ଶିବ ସେନା ସହିତ ବିଜେପିର ମେଣ୍ଟ ହେବାକୁ ଥିବା ବେଳେ ବିହାରରେ ନୀତୀଶ କୁମାରଙ୍କ ଜେଡିୟୁ ଓ ଅନ୍ୟ ଅଂଶୀଦାର ସହିତ ମେଣ୍ଟ ହେବ। କର୍ଣ୍ଣାଟକରେ ଜେଡିଏସ୍ ସହ କଥାବାର୍ତ୍ତା ଚାଲିଛି। ସେହିଭଳି ଆନ୍ଧ୍ର ପ୍ରଦେଶରେ ମେଣ୍ଟ ଚୂଡ଼ାନ୍ତ ହୋଇନାହିଁ। ସେଠାରେ ତେଲୁଗୁ ଦେଶମ ସହିତ କଥାବାର୍ତ୍ତା ଚାଲିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button