୫୦୦ ଟଙ୍କା ନୋଟ୍ ଗଦା ଉପରେ ଶୋଇଥିବା ରାଜନେତାଙ୍କ ଫଟୋ ଭାଇରାଲ: ବିଜେପିକୁ ଘେରିଲେ ବିରୋଧୀ – Kalinga News
[ad_1]
ଗୁଆହାଟୀ: ଲୋକସଭା ନିର୍ବାଚନ ପୂର୍ବରୁ ଆସାମରେ ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍ (ୟୁପିପିଏଲ୍) ନେତାଙ୍କ ନୋଟରେ ଶୋଇଥିବାର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସେ ୫୦୦ ଟଙ୍କିଆ ନୋଟ୍ ଉପରେ ଶୋଇଥିବାର ଦେଖିବାକୁ ମିଳୁଛି। ନୋଟ୍ ଉପରେ ଶୋଇଥିବା ରାଜନେତାଙ୍କ ନାମ ହେଉଛି ବେଞ୍ଜାମିନ୍ ବାସୁମତାରି । ସେ ୟୁପିପିଏଲ୍ର ଗ୍ରାମ ପରିଷଦ ବିକାଶ କମିଟିର ସଦସ୍ୟ ରହି ସାରିଛନ୍ତି। ଆସାମରେ ବିଜେପି ସହିତ ୟୁପିପିଏଲ୍ର ଏକ ମେଣ୍ଟ କରିଛି। ଏଭଳି ପରିସ୍ଥିତିରେ ବିରୋଧୀ ଦଳମାନେ ଏହି ଫଟୋ ସାହାଯ୍ୟରେ ବିଜେପିକୁ ଟାର୍ଗେଟ କରିବାର ସୁଯୋଗ ପାଇଛନ୍ତି। ବିରୋଧୀ ବିଜେପିକୁ ଘେରିବା ଆରମ୍ଭ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଫଟୋ ସମ୍ପର୍କରେ ୟୁପିପିଏଲ୍ ସଭାପତି ପ୍ରମୋଦ ବୋରୋ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ବେଞ୍ଜାମିନ୍ ବାସୁମାତାରି ଆଉ ତାଙ୍କ ଦଳର ସଦସ୍ୟ ନୁହଁନ୍ତି। ଚଳିତ ବର୍ଷ ଜାନୁଆରୀ ୧୦ ରେ ଅନ୍ୟ ଏକ ମାମଲାରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି କାରଣରୁ ତାଙ୍କୁ ଦଳର ସଦସ୍ୟତାରୁ ନିଲମ୍ବିତ କରାଯାଇଥିଲା। ତାଙ୍କ ପୋଷ୍ଟରେ ସେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆ ୟୁଜରଙ୍କୁ ଅନୁରୋଧ କରିଛନ୍ତି ଯେ ୟୁପିପିଏଲ୍କୁ କେହି ବେଞ୍ଜାମିନ୍ଙ୍କ ସହିତ ଯୋଡ଼ନ୍ତୁ ନାହିଁ । ବୋରୋ କହିଛନ୍ତି ଯେ ବେଞ୍ଜାମିନ୍ଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଦାୟିତ୍ବ ଏବଂ ତାଙ୍କର କୌଣସି ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଦଳ ଉତ୍ତରଦାୟୀ ନୁହେଁ।
ଏହି ପରିପ୍ରେକ୍ଷୀରେ ଏହା ମଧ୍ୟ ଦାବି କରାଯାଉଛି ଯେ ଏହି ଫଟୋ ପୁରୁଣା ଏବଂ ଏହା ରାଜନୈତିକ ଲାଭ ପାଇଁ ନିର୍ବାଚନ ସମୟରେ ଜାଣିଶୁଣି ଭାଇରାଲ କରାଯାଇଛି। ଏହି ଫଟୋ ବିଷୟରେ ବେଞ୍ଜାମିନ୍ କହିଛନ୍ତି ଯେ ଏହି ଫଟୋ ପ୍ରାୟ ୫ ବର୍ଷ ପୁରୁଣା। ଏହି ଫଟୋ କିଏ ଭାଇରାଲ କରିଛି ସେ ଜାଣି ନାହାନ୍ତି। ସେ କହିଛନ୍ତି ଯେ ପୂର୍ବରୁ ତାଙ୍କ ସାଙ୍ଗମାନେ ଏହି ଫଟୋ ସହିତ ତାଙ୍କୁ ବ୍ଲାକମେଲ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବର୍ତ୍ତମାନ ସେ ଜାଣି ନାହାନ୍ତି କିଏ ଏହା କରୁଛନ୍ତି। ସେ କହିଛନ୍ତି ଯେ ୫ବର୍ଷ ପୂର୍ବେ ସେ ଜଣେ ବନ୍ଧୁଙ୍କ ଘରେ ଏକ ପାର୍ଟିକୁ ଯାଇଥିଲେ ଯେଉଁଠାରେ ସେ ଏହି ଫଟୋ ଉଠାଇଥିଲେ।
[ad_2]