ଦେଶ- ବିଦେଶ

ପୋଷ୍ଟ ଅଫିସରେ ଆସିଲା ନୂଆ ସ୍କିମ,୩୩୩ ଟଙ୍କା ରଖି ପାଆନ୍ତୁ ୧୬ ଲକ୍ଷ ଟଙ୍କା,ଜାଣନ୍ତୁ ପ୍ଲାନ ବିଷୟରେ ସମ୍ପୂର୍ଣ ସୂଚନା

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି ।ସେଗୁଡିକ ମଧ୍ୟରୁ ପୋଷ୍ଟାଲ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି।ଯାହା ଫଳରେ ଲୋକମାନେ ବିଭିନ୍ନ ସୁବିଧା ସୁଯୋଗ ଲାଭ କରିଛନ୍ତି।

ପୋଷ୍ଟ ଅଫିସରେ ନିବେଶ କରିବା ସବୁଠାରୁ ସୁରକ୍ଷିତ ହେଇଥାଏ।ଏଥିପାଇଁ ଲୋକେ ଅନ୍ୟ ସବୁ ଅପେକ୍ଷା ପୋଷ୍ଟ ଅଫିସକୁ ବେଶୀ ବିଶ୍ୱାସ କରିଥାନ୍ତି।କେନ୍ଦ୍ର ସରକାର ଅଧିନସ୍ତ ଏହି ବିଭାଗ ସେଫଟି ସହିତ ଭଲ ରାଶି ପ୍ରଦାନ କରିଥାଏ ।ପୋଷ୍ଟ ଅଫିସରେ RD account ଖୋଲିଲେ ଲୋକଙ୍କୁ ୫.୮ ପ୍ରତିଶତ ହାରରେ ସୁଧ ମିଳିବ। ସବୁଠାରୁ ବଡ଼ କଥା ହେଲା ସରକାର ପ୍ରତି ତିନି ମାସରେ ଏହାର ସୁଧ ହାରକୁ ନିର୍ଣ୍ଣୟ କରିଥାନ୍ତି।

ସମସ୍ତେ ଟଙ୍କା ରୋଜକାର କରିବା ସହ ଧନୀ ହେବାର ସ୍ବପ୍ନ ମଧ୍ୟ ଦେଖିଥାନ୍ତି।କିନ୍ତୁ ଧନୀ ହେବାର ସ୍ବପ୍ନ ସମସ୍ତଙ୍କର ସାକାର ହୋଇନଥାଏ।ଯଦି ଆପଣ ରୋଜଗାର ସହିତ ଟଙ୍କାକୁ ଠିକ୍ ଜାଗାରେ ନିବେଶ କରନ୍ତି ତାହେଲେ ଧନୀ ହେବାରୁ କେହି ଅଟକେଇ ପାରିବେ ନାହିଁ।ପୋଷ୍ଟ ଅଫିସ ହେଉଛି ମଧ୍ୟବିତ୍ତ ଶ୍ରେଣୀରେ ରହୁଥିବା ଲୋକଙ୍କ ପାଇଁ ପୁଞ୍ଜି ନିବେଶର ଏକ ଭଲ ଉପାୟ।ମାସିକ ମାତ୍ର ୧୦୦ ଟଙ୍କା ଦେଇ ଆପଣମାନେ ପୋଷ୍ଟ ଅଫିସରେ RD ଖୋଲି ପାରିବେ।

ପୋଷ୍ଟ ଅଫିସର ଭଲ ସ୍କିମ୍ ହେଲା ଦିନକୁ ୩୩୩ ଟଙ୍କା ଯାହା ଦ୍ଵାରା ୫.୮ ପ୍ରତିଶତ ସୁଧ ହାରରେ ୧୦ ବର୍ଷରେ ୧୬ ଲକ୍ଷ ଟଙ୍କା ମିଳିପାରିବ।ଏଥିରେ ଆପଣଙ୍କୁ ଦିନକୁ ୩୩୩ ଟଙ୍କା ହିସାବରେ ୧୦ ବର୍ଷରେ ୧୨ ଲକ୍ଷ ଟଙ୍କା ଡିପୋଜିଟ କରିବାକୁ ପଡ଼ିବ ।ଆଉ ନିବେଶ ପରେ ୧୦ ବର୍ଷରେ ଆପଣ ପାଇବେ ଅଧିକ ୪ ଲକ୍ଷ ଟଙ୍କା।ତେବେ ଏଥିରେ ୩ ମାସର ସୁଧ ହାର ମଧ୍ୟ ମିଶିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button