ଦେଶ- ବିଦେଶ

ଷ୍ଟାଇଲିସ୍ ଡିଜାଇନରେ ଲଞ୍ଚ ହେଲା Redmi 14C, ଜାଣନ୍ତୁ ଏହାର ଦାମ୍ ଏବଂ ଫିଚର୍ସ

ରେଡମି ବିଶ୍ୱବଜାରରେ ଆଉ ଏକ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହା ରେଡମି 13Cର ଏକ ଅପଗ୍ରେଡ୍ ମଡେଲ୍ । ଏହି ଫୋନରେ ୫୧୬୦mAh ର ଦମଦାର ବ୍ୟାଟେରୀ ସହିତ ୫୦MP ବ୍ୟାକ କ୍ୟାମେରା ଭଳି ଫିଚର୍ସ ଅଛି । ରେଡମିର ଏହି ଫୋନ୍ Redmi 14C ଏକ ଷ୍ଟାଇଲିସ୍ ଡିଜାଇନରେ ଲଞ୍ଚ ହୋଇଛି । ଫୋନ୍ ପଛରେ ଏକ ସର୍କୁଲାର୍ ରିଙ୍ଗ୍ କ୍ୟାମେରା ଏବଂ ଡୁଆଲ୍ ଟୋନ୍ କଲର୍ ଡିଜାଇନ୍ ଦିଆଯାଇଛି ।

ରେଡମି ବର୍ତ୍ତମାନ ଏହି ଫୋନକୁ ବହୁତ କମ ବଜାରରେ ପରିଚିତ କରିଛି । ଡିସେମ୍ବର ସୁଦ୍ଧା ଏହା ଭାରତ ଏବଂ ଅନ୍ୟ ଏସୀୟ ବଜାରରେ ଲଞ୍ଚ ହୋଇପାରିବ । ଗତ ବର୍ଷ ଡିସେମ୍ବରରେ ଏହି ବ୍ରାଣ୍ଡ ଭାରତରେ ରେଡମି 13C ଲଞ୍ଚ କରିଥିଲା ।

Redmi 14C ଦାମ୍:
Czechiaରେ ରେଡମି 14C ଲଞ୍ଚ କରାଯାଇଛି । ଫୋନର ପ୍ରାରମ୍ଭିକ ମୂଲ୍ୟ ହେଉଛି CZK ୨୯୯୯ (ପ୍ରାୟ ୧୧,୧୦୦ ଟଙ୍କା) । ଏହି ବଜେଟ୍ ଫୋନ୍ ଦୁଇଟି ଷ୍ଟୋରେଜ୍ ଅପ୍ସନରେ ଆସିଥାଏ – ୪GB RAM + ୧୨୮GB ଏବଂ ୮GB RAM + ୨୫୫GB ଭାରିଆଣ୍ଟ । ଏହାର ଟପ ଭାରିଆଣ୍ଟର ମୂଲ୍ୟ ହେଉଛି CZK ୩୬୯୯ (ପ୍ରାୟ ୧୩,୭୦୦ ଟଙ୍କା) । ଏହା Dreamy Purple, Midnight Black, Sage Green ଏବଂ Starry Blue କଲର୍ ଅପ୍ସନରେ କିଣାଯାଇପାରିବ ।

Redmi 14C ଫିଚର୍ସ:
ରେଡମିର ଏହି ବଜେଟ୍ ସ୍ମାର୍ଟଫୋନ୍ ଡୁଆଲ୍ ସିମ୍ କାର୍ଡ ସପୋର୍ଟ ସହିତ ଆସିଥାଏ । ଫୋନରେ ଏକ ବଡ଼ ୬. ୮୮ ଇଞ୍ଚ LCD ଡିସପ୍ଲେ ରହିବ, ଯାହା ୧୨୦Hz ହାଇ ରିଫ୍ରେସ ରେଟ୍ ଏବଂ ୨୪୦Hz ଟଚ୍ ସାମ୍ପଲିଂ ରେଟକୁ ସପୋର୍ଟ କରେ । ଫୋନ ଡ଼ିସପ୍ଲେର ପିକ୍ ବ୍ରାଇଟନେସ ୪୫୦ ନିଟ୍ସ ପର୍ଯ୍ୟନ୍ତ ରହିଛି । ଏହି ଫୋନ୍ MediaTek Helio G81 ଚିପସେଟ ସହିତ ଆସିଥାଏ । ଏହି ଫୋନ୍ ୮GB LPDDR4X RAM ଏବଂ ୨୫୬GB eMMC ୫.୧ ଷ୍ଟୋରେଜ୍ ପର୍ଯ୍ୟନ୍ତ ସପୋର୍ଟ କରିବ ।

Redmi 14C ଏକ 4G ସ୍ମାର୍ଟଫୋନ୍ ଭାବରେ ପରିଚିତ ହୋଇଛି । କମ୍ପାନୀ ଫୋନରେ ୫୧୬୦mAh ର ଶକ୍ତିଶାଳୀ ବ୍ୟାଟେରୀ ସହିତ ଏକ USB ଟାଇପ୍ ସି ପୋର୍ଟ ପ୍ରଦାନ କରିଛି, ଯାହାକି ୧୮W ପର୍ଯ୍ୟନ୍ତ ଚାର୍ଜିଂ ସ୍ପିଡ୍ ସପୋର୍ଟ କରେ । ଫୋନରେ ୩. ୫mm ଅଡିଓ ଜ୍ୟାକ୍ ଅଛି । ଫୋନ୍ ଆଣ୍ଡ୍ରଏଡ୍ 14 ଉପରେ ଆଧାର କରି Xiaomi Hyper OS ରେ କାମ କରେ ।

ରେଡମିର ଏହି ଶସ୍ତା ଫୋନ୍ ଡୁଆଲ୍ କ୍ୟାମେରା ସେଟଅପ୍ ସହିତ ଆସିଥାଏ । ଫୋନରେ ୫୦MP ମେନ୍ କ୍ୟାମେରା ଅଛି । ଏହା ସହିତ ପଛରେ ଏକ ସେକେଣ୍ଡାରୀ କ୍ୟାମେରା ଉପଲବ୍ଧ ହେବ । ଏହି ରେଡମି ଫୋନରେ ସେଲଫି ଏବଂ ଭିଡିଓ କଲିଂ ପାଇଁ ୧୩MP କ୍ୟାମେରା ଅଛି । ଏହା ବ୍ଲୁଟୁଥ୍ ୫. ୪, ଡୁଆଲ୍ ବ୍ୟାଣ୍ଡ ୱାଇ-ଫାଇ, ଜିପିଏସ୍ ପରି କନେକ୍ଟିଭିଟି ଫିଚର୍ସକୁ ସପୋର୍ଟ କରିବ ।

Related Articles

Leave a Reply

Your email address will not be published. Required fields are marked *

Back to top button