ଦେଶ- ବିଦେଶ

କାହିଁକି କେବଳ ୧ ଏପ୍ରିଲରେ ପାଳନ କରାଯାଏ ‘ଏପ୍ରିଲ୍ ଫୁଲ୍ ଡେ’? ଜାଣନ୍ତୁ ଏହା ପଛର କାହାଣୀ

ଆଗକୁ ଏପ୍ରିଲ୍ ମାସ ଆସୁଛି ସବୁ ଲୋକମାନଙ୍କ ମୁହଁରେ ନିହାତି ଥରୁଟିଏ ଶୁଣିବାକୁ ମିଳିବ ଯେ ଏପ୍ରିଲ୍ ଫୁଲ୍, ତେବେ କେବେ ଭାବିଛନ୍ତି କି ଏହି ଏପ୍ରିଲ୍ ଫୁଲ୍ କ’ଣ କାହିଁକି ଲୋକମାନେ କୁହନ୍ତି ଏହାପଛରେ କାରଣ କ’ଣ ରହିଛି?ଏପ୍ରିଲ୍ ମାସରେ ଲୋକମାନେ ନିଜର ସାଙ୍ଗ ସାଥିମାନଙ୍କୁ ଏପରି କିଛି କଥା କହି ଥାଆନ୍ତି।

ଯାହା ପରେ ସେହି ଲୋକଟି ବୋକାମିର ଶିକାର ହୋଇଥାଏ ଏବଂ ପରେ ତାହାକୁ ଏପ୍ରିଲ୍ ଫୁଲ୍ କହି ହସି ଥାଆନ୍ତି। ତେବେ ଏହା ଆମ ଦେଶର କିଛି ପର୍ବ ନୁହେଁ ଏହା ପ୍ରଥମେ‌ ଫ୍ରାନ୍ସ ଏବଂ ଇଉରୋପୀୟ ଦେଶମାନଙ୍କରେ ପାଳନ କରାଯାଏ।

ପରେ ଏହା ଧିରେ ଧିରେ ସାରା ବିଶ୍ବରେ ପାଳନ କରା ଯାଉଛି। ଏହାର କୌଣସି ସଠିକ୍ ତଥ୍ୟ ନାହିଁ ଯେ କେଉଁ କାରଣରୁ କିମ୍ବା କ’ଣ ପାଇଁ ଏହା ପାଳନ କରାଯାଏ। ତାହାର କୌଣସି ସଠିକ୍ ତଥ୍ୟ ନାହିଁ ହେଲେ ଏହା ଧିରେ ଧିରେ ସାରା ବିଶ୍ବରେ ପାଳନ କରା ଯାଉଛି।

ଗୋଟିଏ କାହାଣୀ ଅନୁଯାୟୀ, ‘ଏପ୍ରିଲ୍ ଫୁଲ୍ ଡେ’ ୧୩୮୧ ରେ ଆରମ୍ଭ ହୋଇଥିଲା, କୁହାଯାଏ ଯେ ସେହି ସମୟରେ କିଙ୍ଗ ରିଚାର୍ଡ ବିଜୟୀ ହୋଇଥିଲେ ଓ ବୋହେମିଆର ରାଣୀ ଆନ୍ ଘୋଷଣା କରିଥିଲେ ଯେ ସେମାନେ ୩୨ ମାର୍ଚ୍ଚ ୧୩୮୧ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

ବିବାହର ଖବର ଶୁଣି ସାଧାରଣ ଲୋକ ଖୁସିରେ ନାଚି ଉଠିଥିଲେ।କିନ୍ତୁ ୩୧ ମାର୍ଚ୍ଚ ୧୩୮୧ ରେ ଲୋକମାନେ ବୁଝିପାରିଥିଲେ ଯେ ୩୨ ମାର୍ଚ୍ଚ କେବେ ଆସେ ନାହିଁ। ଏହା ପରେ ଲୋକମାନେ ଜାଣିଲେ ଯେ ସେମାନଙ୍କୁ ବୋକା ବନା ଯାଇଛି, କୁହାଯାଏ ଯେ ସେହି ଦିନଠାରୁ ମାର୍ଚ୍ଚ ୩୨, ଅର୍ଥାତ୍ ୧ ଏପ୍ରିଲକୁ ମୂର୍ଖ ଦିବସ ଭାବରେ ପାଳନ କରାଯାଇଥିଲା ।

କିଛି କାହାଣୀ ଅନୁଯାୟୀ, ‘ଏପ୍ରିଲ୍ ଫୁଲ୍ ଡେ’ ୧୩୩୨ ରେ ଆରମ୍ଭ ହୋଇସାରିଥିଲା। ସମଗ୍ର ବିଶ୍ୱରେ ୧ ଏପ୍ରିଲରେ ‘ଏପ୍ରିଲ୍ ଫୁଲ୍ ଡେ’ ପାଳନ କରିବାର ବିଭିନ୍ନ ଉପାୟ ଅଛି।

ଯଦି ଆମେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଇଂଲଣ୍ଡ ଓ ଆଫ୍ରିକୀୟ ଦେଶ ବିଷୟରେ କଥା ହେବା।ତେବେ ‘ଏପ୍ରିଲ୍ ଫୁଲ୍ ଡେ’ ସେଠାରେ କେବଳ ୧୨ ଟା ପର୍ଯ୍ୟନ୍ତ ପାଳନ କରାଯାଏ। ଏଥି ସହିତ, ୧ ଏପ୍ରିଲରେ କାନାଡା, ଆମେରିକା, ଋଷ ଓ ଅନ୍ୟ ୟୁରୋପୀୟ ଦେଶମାନଙ୍କରେ ଏପ୍ରିଲ୍ ଫୁଲ୍ ଦିବସ ପାଳନ କରାଯାଏ।

କେତେକ ରିପୋର୍ଟ ଅନୁଯାୟୀ, ଉନବିଂଶ ଶତାବ୍ଦୀରେ ବ୍ରିଟିଶମାନେ ଏହି ଦିନ ଭାରତରେ ଆରମ୍ଭ କରିଥିଲେ। ଆଜିର ସମୟରେ, ଭାରତରେ ମଧ୍ୟ ଲୋକମାନେ ଏହି ଦିନ ନିଜ ଲୋକ ସହ ଥଟ୍ଟା ଓ ମଜା କରନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button