ମନୋରଞ୍ଜନ

ରମେଶ ରାଉତଙ୍କ ମରାଠୀ ସିନେମା – Kalinga News

[ad_1]

ଓଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ରମେଶ ରାଉତ ଏବେ ଏକ ମରାଠୀ ସିନେମାର ନିର୍ଦ୍ଦେଶନା ଦେଉଥିବା ଜଣାଯାଇଛି। ଏହି ଫିଲ୍ମର ଟାଇଟଲ୍ ରହିଛି ‘ଗଜରା’। ଏହାର ସ୍କ୍ରିପ୍ଟ କାମ ସରିଛି ଓ ଖୁବ୍ ଶୀଘ୍ର ଫିଲ୍ମଟି ଫ୍ଲୋର୍‌କୁ ଯିବ। ଉଲ୍ଲେଖଯୋଗ୍ୟ, ପୂର୍ବରୁ ରମେଶ ରାଉତ ‘ଚାନ୍ଦ ନା ତୁମେ ତାରା’, ‘ଗଡ୍‌ଫାଦର୍’, ‘ଲଭ୍ ଏକ୍ସପ୍ରେସ୍’, ‘କାବୁଲା ବାରବୁଲା’, ‘ଟୋକାଟା ଫସିଗଲା’, ‘ମାଲ୍‌ ମହୁ ଜୀବନ ମାଟି’, ‘ଅରୁନ୍ଧତୀ’ ଓ ‘ଆପଣମାନେ ଖୁସି ତ’ ଆଦି ଓଡ଼ିଆ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ଏହାଛଡ଼ା, ‘ଭୋକାଟ୍ଟା’ ଟାଇଟଲ୍‌ରେ ଏକ ବଙ୍ଗଳା ସିନେମା ବି ନିର୍ମାଣ କରିଛନ୍ତି। ଠିକ୍ ସେହିପରି ସେ ‘ମୋରି ୟାର୍ ସୁପରଷ୍ଟାର୍’ ଭଳି ଛତିଶଗଡ଼ୀ ଫିଲ୍ମ ବି ତିଆରି କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button