ଘରୁ ଅଚେତ ଅବସ୍ଥାରେ ଉଦ୍ଧାର ପରେ ଆଡଲ୍ଟ ଷ୍ଟାରଙ୍କୁ ମୃତ ଘୋଷଣା କଲେ ଡାକ୍ତର – Kalinga News

[ad_1]
ନୂଆଦିଲ୍ଲୀ: ଆଡଲ୍ଟ ଫିଲ୍ମ ଦୁନିଆରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଆଡଲ୍ଟ ଷ୍ଟାର ସୋଫିଆ ଲିଓନଙ୍କର ଦେହାନ୍ତ ହୋଇ ଯାଇଛି । ସୋଫିଆ ସମସ୍ତଙ୍କୁ ମାତ୍ର ୨୬ ବର୍ଷ ବୟସରେ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି ବୋଲି ଆଡଲ୍ଟ ଷ୍ଟାରଙ୍କ ସାବତ ପିତା ମାଇକ ରୋମେରୋ ନିଶ୍ଚିତ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗୋଟିଏ ସପ୍ତାହ ପୂର୍ବରୁ ସୋଫିଆଙ୍କୁ ତାଙ୍କ ବାସଭବନରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମାର୍ଚ୍ଚ ୧୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ତେବେ ସୋଫିଆଙ୍କ ମୃତ୍ୟୁର କାରଣ ରିପୋିର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିବା ବେଳେ ପୁଲିସ ଏଦିଗରେ ତଦନ୍ତ ଆରମ୍ଭ କରି ଦେଇଛି।
ସୋଫିଆଙ୍କ ସମ୍ପର୍କୀୟମାନେ ଝିଅକୁ ମନେ ପକାଇ କହିଛନ୍ତି, ଏତେ କମ ବୟସରେ ସୋଫିଆ ଆମ ସମସ୍ତଙ୍କୁ ଛାଡ଼ି ଚାଲିଯିବ କେବେ ବି ଭାବି ନଥିଲୁ। ସେ କାହାରି ମନରେ କେବେ କଷ୍ଟ ଦିଏ ନାହିଁ। ସବୁବେଳେ ନିଜେ ହସିବା ସହିତ ଅନ୍ୟକୁ ହସାଇବାକୁ ଚେଷ୍ଟା କରେ। ଭଲଭଲ ସ୍ଥାନ ବୁଲିବା ସହିତ ଖାଇବା ସୋଫିଆଙ୍କ ଖୁବ ପସନ୍ଦ ଥିଲା।
ସୋଫିଆ ମାତ୍ର ୧୮ବର୍ଷ ବୟସରେ ଆଡଲ୍ଟ ଷ୍ଟାର ଭାବେ କାମ ଆରମ୍ଭ କରିଥିଲା। ଖୁବଅଳ୍ପ ବୟସରେ ସେ କଠିନ ପରିଶ୍ରମ କରି ସଫଳତା ପାଇ ପାରିଥିଲା। ସୋଫିଆର ମୃତ୍ୟୁ ଖବର ପାଇବା ପରେ ତାକୁ ଜାଣିଥିବା ପ୍ରତିଟିଲୋକ ଝିଅକୁ ଝୁରୁଛନ୍ତି। ସୋସିଆଲ ମିଡିଆ ଜରିଆରେ ଶ୍ରଦ୍ଧା୍ଞ୍ଜଳି ଦେଉଛନ୍ତି।
[ad_2]




