ବେଙ୍ଗାଲୁରୁର ରାମେଶ୍ବରମ କାଫେରେ ବୋମା ବିସ୍ଫୋରଣ, ୯ ଆହତ – Kalinga News

[ad_1]
ନୂଆଦିଲ୍ଲୀ : ବେଙ୍ଗାଲୁରୁର କୁଣ୍ଡାଲହଲ୍ଲିରେ ଆଜି ଏକ ଲୋକପ୍ରିୟ ରାମେଶ୍ବରମ କାଫେରେ ବୋମା ବିସ୍ଫୋରଣ ହୋଇଛି। ଏହି ବିୀସ୍ଫୋରଣରେ ୯ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ କ’ଣ ତାହା ପୁଲିସ ଜାଣିବାକୁ ଚେଷ୍ଟା କରିଛି। ଏନଆଇଏ, ବମ୍ ସ୍କ୍ବାଡ୍, ଫରେନ୍ସିକ ଲାବ୍ରୋଟୋରି ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ବିସ୍ଫୋରଣରେ ଆଇଇଡି ବ୍ୟବହାର ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଖବର ମିଳିଛି ଯେ ଅପରାହ୍ନ ପ୍ରାୟ ୧୨.୩୦ ସମୟରେ ରାମେଶ୍ବରମ କାଫେରେ ବିସ୍ଫୋରଣ ହୋଇଥିଲା। କାଫେରେ ଏକ ବ୍ୟାଗ ଥିଲା। ଉକ୍ତ ଘଟଣାରେ ତଦନ୍ତ ଜାରି ରହିଛି। ତେବେ ମୁଁ ଜାଣିବାକୁ ପାଇଛି ଯେ ଏହା ହେଉଛି ଆଇଇଡି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସିଦ୍ଦରମେୟାବ କହିଛନ୍ତି। ବିଜେପିର ବେଙ୍ଗାଲୁରୁ ଦକ୍ଷିଈ ସାଂସଦ ତେଜସ୍ବୀ ସୂର୍ଯ୍ୟ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି ଯେ ସେ କାଫେ ମାଲିକଙ୍କ ସହ କଥା ହୋଇଛନ୍ତି।
[ad_2]