୧୨ବର୍ଷ ପୁରୁଣା ମାମଲାରେ ଦଣ୍ଡିତ ହେଲେ ବିଜେପି ସାଂସଦ – Kalinga News
[ad_1]
ନୂଆଦିଲ୍ଲୀ: ହାପୁଡ଼ ଲୋକସଭାରୁ ବିଜେପି ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ୧୨ ବର୍ଷ ପୁରୁଣା ମାମଲାରେ ସନ୍ଧ୍ୟା ପର୍ଯ୍ୟନ୍ତ ଜେଲରେ ରହିବାକୁ କୋର୍ଟ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ ୨୦୦୦ ଟଙ୍କା ଜରିମାନା ମଧ୍ୟ ଲାଗୁ କରାଯାଇଛି। ଏହି ନିଷ୍ପତ୍ତି ବିରୋଧରେ ରାଜେନ୍ଦ୍ର ଅଗ୍ରୱାଲ ହାଇକୋର୍ଟରେ ଆବେଦନ କରିବେ ବୋଲି ବି ସାଂସଦଙ୍କ ଓକିଲ କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଓକିଲ ମନମୋହନ ବିଜୟ କହିଛନ୍ତି ଯେ ୨୦୧୨ରେ ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କ ବିରୋଧରେ ସିଟି ଷ୍ଟେସନ ମେରଠରେ ଟ୍ରେନ୍ ଅଟକାଇବା ଘଟଣାକୁ ନେଇ ଅଭିଯୋଗ ହୋଇଥିଲା।
ଗତ ଫେବୃଆରି ୨୯ରେ ଏହି ମାମଲାର ଶୁଣାଣି ସମୟରେ ଓକିଲ ମନମୋହନ ବିଜୟ କୋର୍ଟଙ୍କୁ କହିଥିଲେ ଯେ ଏହି ମାମଲା ମିଥ୍ୟା ଏବଂ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ରାଜନୀତି କରି ଫସା ଯାଇଛି। ସେଥିପାଇଁ ସାଂସଦ ନିର୍ଦ୍ଦୋଷ।
୧୨ବର୍ଷ ପୂର୍ବେ ଘଟିଥିବା ସମଗ୍ର ମାମଲାକୁ ନେଇ ଉପଲବ୍ଧ ପ୍ରମାଣକୁ ଦେଖି କୋର୍ଟ ସାଂସଦ ରାଜେନ୍ଦ୍ର ଅଗ୍ରୱାଲଙ୍କୁ ୨୦୦୦ଟଙ୍କା ଜରିମାନା କରି କୋର୍ଟ ଚାଲିଥିବା ସହ ଜେଲରେ ରହିବାକୁ ଦଣ୍ଡିତ କରିଛନ୍ତି। ରାଜେନ୍ଦ୍ର ଅଗ୍ରୱାଲ ଏହି ଘଟଣାକୁ କେନ୍ଦ୍ର କରି ହାଇକୋର୍ଟରେ ଆବେଦନ କରିବେ। କୋର୍ଟ ନିଶ୍ଚୟ ତାଙ୍କୁ ନ୍ୟାୟ ଦେବେ ବୋଲି ବିଶ୍ବାସ କରିଛନ୍ତି ସାଂସଦ ଓ ତାଙ୍କ ଓକିଲ।
[ad_2]