ଅପରାଧ

ମହିଳାଙ୍କୁ ପୋଡ଼ି ମାରିବା ଘଟଣା: ସ୍ବାମୀ ଓ ସାନପୁଅ ଗିରଫ – Kalinga News

[ad_1]

ଦଶରଥପୁର: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଜାଫରପୁର ଗ୍ରାମର ଜଗବନ୍ଧୁ ମଲ୍ଲିକଙ୍କ ପତ୍ନୀ ସଂଯୁକ୍ତା (୫୦)ଙ୍କ ମୃତ୍ୟୁ ଘଟଣାରେ ପୁଲିସ ସ୍ୱାମୀ ଜଗବନ୍ଧୁ ଓ ସାନପୁଅ ପ୍ରମୋଦକୁ ଗିରଫ କରି କୋର୍ଟଚାଲାଣ କରିଥିବା ଆଇଆଇସି ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି। ଗତ ୨୦୨୩ ମସିହା ମେ ୧୦ ତାରିଖରେ ଘର ପଛପଟ ଏକ ଗଡ଼ିଆରୁ ସଂଯୁକ୍ତାଙ୍କ ଦରପୋଡ଼ା ଶବ ଉଦ୍ଧାର କରାଯାଇଥିଲା। ତତ୍କାଳୀନ ଆଇଆଇସି ରୀନାରାଣୀ ସାହୁ ମାମଲା ରୁଜୁ କରି ବଡ଼ପୁଅ ବିପିନଙ୍କୁ ପଚରାଉଚରା କରିଥିଲେ। ମାତ୍ର ପୁଲିସ  ହତ୍ୟାର କାରଣ ସମ୍ପର୍କରେ ଜାଣିବାରେ ବିଫଳ ହୋଇଥିଲା।

ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ସାଇଣ୍ଟିଫିକ ରିପୋଟ ସହ ପଲିଗ୍ରାଫ ଟେଷ୍ଟରୁ ସ୍ୱାମୀ ଜଗବନ୍ଧୁ ଓ ସାନପୁଅ ପ୍ରମୋଦ ଉପରେ ପୁଲିସର ସନ୍ଦେହ ସୃଷ୍ଟି ହୋଇଥିଲା। ପୁଲିସର ପଚରାଉଚରା ପରେ ଘରୋଇ କଳିରୁ ସେମାନେ ସଂଯୁକ୍ତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଥିଲେ। ସ୍ୱାମୀଙ୍କ ଆକ୍ରମଣରେ ଚେତାଶୂନ୍ୟ ସଂଯୁକ୍ତାଙ୍କୁ ମରିଯାଇଥିବା ଭାବି ଜଗବନ୍ଧୁ ଓ ପ୍ରମୋଦ ପୋଡ଼ି ଦେଇଥିଲେ। ପ୍ରଥମେ ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ। ୮ ମାସ ବିତିଯାଇଥିଲେ ମଧ୍ୟ ପୁଲିସ ହତ୍ୟାକାରୀ ନିକଟରେ ପହଞ୍ଚି ପାରିନଥିଲା। ଏନେଇ ସମ୍ବାଦରେ ଗତ ମାସ ୨୩ ତାରିଖରେ ଖବର ପ୍ରକାଶ ପାଇଥିଲା। ପୁଲିସ ପରିବାର ଲୋକଙ୍କୁ ଡକାଇ ପୁଣି ପଚରାଉଚରା କରିବା ପରେ ସ୍ୱାମୀ ଜଗବନ୍ଧୁ ଓ ସାନପୁଅ ପ୍ରମୋଦ ସଂଯୁକ୍ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button