ମନୋରଞ୍ଜନ

ଏହି ସବୁ ଅଭିନେତ୍ରି ମାନେ ଛାଡ଼ ପତ୍ର ନେଇକି ଏକୁଟିଆ ରହୁଛନ୍ତି । ଦେଖନ୍ତୁ ଲିଷ୍ଟ ଥିବା କିଛି ଜଣା ଶୁଣା ଚେହେରା ।

ବଲିଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଅଲଗା ରହୁଛନ୍ତି। ସେମାନେ କେବଳ ନିଜ ପିଲାଙ୍କୁ ମା’ ସ୍ନେହ ନୁହେଁ ବାପାଙ୍କ ସ୍ନେହ ମଧ୍ୟ ଦେଉଛନ୍ତି। ଆଜି ଆମେ ଏପରି କେତେକ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ଯେଉଁମାନେ ଏକୁଟିଆ ନିଜ ପିଲାଙ୍କ ଲାଳନ ପାଳନ କରୁଛନ୍ତି।

୧.ପ୍ରୀତି ଝାଙ୍ଗିଆନୀ: ଫିଲ୍ମ ‘ମୋହବତେଁ’ରେ ସମସ୍ତଙ୍କୁ ଆକର୍ଷିତ କରିଥିବା ପ୍ରୀତି ଝାଙ୍ଗିଆନୀଙ୍କୁ କେହି ଭଲା କିପରି ଭୁଲିବ। ସେ ଅଭିନେତା ପରବିନ୍ ଡବ୍ବାସଙ୍କୁ ବିବାହ କରିଥିଲେ। କିନ୍ତୁ ପାରିବାରିକ ଭୁଲ୍ ବୁଝାମଣା ଯୋଗୁଁ ସେ ୨୦୦୮ମସିହାରେ ତାଙ୍କଠାରୁ ଅଲଗା ହୋଇଯାଇଥିଲେ। ସ୍ବାମୀଙ୍କଠାରୁ ଅଲଗା ହୋଇଯିବା ପରେ ସେ ଏକା ନିଜ ପୁଅକୁ ଦେଖାଶୁଣା କରିଥିଲେ।୨.ରିନା ଦତ୍ତ: ଅମିର ଖାନଙ୍କ ପୂର୍ବ ସ୍ତ୍ରୀ ରିନା ଦତ୍ତ ୧୯୮୬ମସିହାରେ ଅମିର ଖାନଙ୍କୁ ବିବାହ କରିଥିଲେ କିନ୍ତୁ ଏବେ ସେମାନେ ଅଲଗା ହୋଇଯାଇଛନ୍ତି। ଅମିରଙ୍କ ସହ ଅଲଗା ଯୋଇଯିବା ପରେ ସେ ନିଜ ପିଲାମାନଙ୍କୁ ଲାଳନ ପାଳନ କରୁଛନ୍ତି।

 

୩.ରିଆ ପିଲ୍ଲାଇ: ମଡେଲ୍ ରିଆ ପିଲ୍ଲାଇ ଟେନିସ୍ ଖେଳାଳି ଲିଆଣ୍ଡର ପେସଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କ ବିବାହ ବେଶିଦିନ ଯାଏଁ ଚାଲିନଥିଲା। ଲିଆଣ୍ଡର ପେସଙ୍କଠାରୁ ଅଲଗା ହେବା ପରେ ସେ ନିଜ ବାପା ମାଙ୍କ ପାଖରେ ରହି ଝିଅର ଦେଖାଶୁଣା କଲେ।

 

୪.ପୂଜା ବେଦୀ: ପୂଜା ବେଦୀ ଫରହାନ୍ ଇବ୍ରାହିମଙ୍କଠାରୁ ଛାଡ଼ପତ୍ର ନେବା ପରେ ଏକୁଟିଆ ନିଜ ପିଲାମାନଙ୍କର ଯତ୍ନ ନେଉଛନ୍ତି।

୫.କୋଙ୍କଣା ସେନ୍: ବଲିଉଡରେ ଏକ ସିଙ୍ଗଲ୍ ମଦର୍ ଭାବେ କୋଙ୍କଣା ଖୁବ୍ ଚର୍ଚ୍ଚାରେ ଥିଲେ। ରଣବୀର ସୈାରୀଙ୍କଠାରୁ ଅଲଗା ହେବାପରେ ସେ କାମରୁ ବ୍ରେକ୍ ନେଇ ପୁଅର ଲାଳନ ପାଳନକୁ ପ୍ରାଥମିକତା ଦେଇଥିଲେ।

 

୬.ଅମୃତା ସିଂହ: ଅମୃତା ସିଂହ ସୈଫ ଅଲ୍ଲୀ ଖାନଙ୍କୁ ବିବାହ କରିଥିଲେ କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ରହିଲା ନାହିଁ। ସୈଫ ଅଲ୍ଲୀ ଖାନଙ୍କଠାରୁ ଛାଡ଼ପତ୍ର ନେବା ପରେ ସେ ତାଙ୍କ ଦୁଇ ପିଲାଙ୍କୁ ଏକୁଟିଆ ବଡ଼ କରିଥିଲେ। ତାଙ୍କ ଝିଅ ସାରା ବହୁତ ଶୀଘ୍ର ଫିଲ୍ମରେ ନଜର ଆସିବେ।

 

୭.କରିଶ୍ମା କପୁର: କରିଶ୍ମା କପୁରଙ୍କୁ ତାଙ୍କ ପିଲାଙ୍କ ଲାଳନ ପାଳନ ପାଇଁ କାହାର ଆବଶ୍ୟକତା ପଡ଼ି ନାହିଁ। ସ୍ବାମୀ ସଞ୍ଜୟ କପୁରଙ୍କଠାରୁ ଅଲଗା ହେବାପରେ ସେ ନିଜ ପିଲାଙ୍କ ଦେଖାଶୁଣା କରୁଛନ୍ତି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button