‘ଘର କିଣ ଓ ମାଗଣାରେ ସ୍ତ୍ରୀ ପାଅ’ ଅଫର ଦେବା କମ୍ପାନିକୁ ମହଙ୍ଗା ପଡ଼ିଲା, ହେଲା ୩ଲକ୍ଷ ଟଙ୍କାର ଜରିମାନା – Kalinga News

[ad_1]
ନୂଆଦିଲ୍ଲୀ: ରିଏଲ୍ ଇଷ୍ଟେଟ୍ କମ୍ପାନିଗୁଡିକ ଘର କିଣିବା ପାଇଁ ଅନେକ ପ୍ରକାରର ଅଫର୍ ଦେଇଥାଆନ୍ତି। ଏହି ଅଫରରେ ରିହାତି ଏବଂ ମାଗଣା ପଞ୍ଜୀକରଣ ଆଦି ସୁବିଧା ପ୍ରଦାନ କରାଯାଇଥାଏ କିନ୍ତୁ, ନିକଟରେ ଘର କିଣିବା ପାଇଁ କମ୍ପାନି ପ୍ରଦାନ କରିଥିବା ଏକ ଅଫର ଚର୍ଚ୍ଚାରେ ରହିଛି। ବାସ୍ତବରେ ଏହି ଅଫର ଚାଇନାର ଏକ ରିଏଲ୍ ଇଷ୍ଟେଟ୍ କମ୍ପାନି ଦ୍ୱାରା କରାଯାଇଥିବା ଜଣାପଡ଼ିଛି।

Sambad is now on WhatsApp
Join and get latest news updates delivered to you via WhatsApp
କିଛିଦିନ ହେବ ଚାଇନାର ସମ୍ପତ୍ତି ବଜାର ଅତ୍ୟନ୍ତ ଖରାପ ପର୍ଯ୍ୟାୟ ଦେଇ ଗତି କରୁଛି, ତେଣୁ ଘର ବିକ୍ରିକୁ ବୃଦ୍ଧି କରିବା ପାଇଁ ଚାଇନାର ଏକ ରିଏଲ୍ ଇଷ୍ଟେଟ୍ କମ୍ପାନି ଅଫର ଦେଇ ଗ୍ରାହକଙ୍କୁ କହିଥିଲା, ‘ଘର କିଣ ଓ ମାଗଣାରେ ସ୍ତ୍ରୀ ପାଅ’।
ଚାଇନାର ବୃହତ୍ତମ ରିଏଲ୍ ଇଷ୍ଟେଟ୍ କମ୍ପାନି ଏଭରଗ୍ରାଣ୍ଡ ଦେବାଳିଆ ହୋଇଯାଇଛି। ଏହା ଚାଇନାର ସମ୍ପତ୍ତି ବଜାର ଏବଂ ଅନ୍ୟାନ୍ୟ କମ୍ପାନି ଉପରେ ପ୍ରଭାବ ପକାଇଛି। ଏହି ସଙ୍କଟ ମଧ୍ୟରେ ଅନ୍ୟ ଏକ ରିଏଲ୍ ଇଷ୍ଟେଟ୍ କମ୍ପାନି ମଧ୍ୟ ନିଜକୁ ଦେବାଳିଆ ଘୋଷଣା କରିଛି। ରିଅଲ୍ ଇଷ୍ଟେଟ୍ ବଜାରରେ ଚାଲିଥିବା ଏହି ସଙ୍କଟ ଯୋଗୁଁ ଚାଇନାର ୪ ଟି ବଡ ସହରରେ ଘର ମୂଲ୍ୟ ୧୧ ରୁ ୧୪ପ୍ରତିଶତ ହ୍ରାସ ପାଇଥିବା ବେଳେ ନୂତନ ଘର ବିକ୍ରିରେ ୬ ପ୍ରତିଶତ ହ୍ରାସ ଘଟିଛି।
ଚାଇନାର ରିଏଲ୍ ଇଷ୍ଟେଟ୍ ବଜାରରେ ଏଭଳି ସଙ୍କଟ ମଧ୍ୟରେ ତିଆଞ୍ଜିନସ୍ଥିତ କମ୍ପାନି ଘର ବିକ୍ରିକୁ ବୃଦ୍ଧି କରିବା ପାଇଁ ଏକ ହାସ୍ୟାସ୍ପଦ ଅଫର ଦେଇଥିଲା। କମ୍ପାନି ଘର ବିକ୍ରି ପ୍ରଚାରରେ କହିଥିଲା, ‘ଘର କିଣ, ମାଗଣାରେ ସ୍ତ୍ରୀ ପାଅ’। ଏହି ବିଜ୍ଞାପନ ଭାଇରାଲ ହେବାପରେ ମାର୍କେଟ ନିୟାମକ କମ୍ପାନି ଉପରେ ୪୧୮୪ ଡଲାର ଜରିମାନା ଆଦାୟ କରିଛନ୍ତି। ଯାହାକି ଭାରତୀୟ ମୂଲ୍ୟରେ ପାଖାପାଖି ୩.୫ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।
[ad_2]