ଅପରାଧ

ଭଡ଼ା ଘରେ ବିସ୍ଫୋରଣରେ ଗଲା ଦୁଇ ବିଦେଶୀ ନାଗରିକଙ୍କ ଜୀବନ – Kalinga News

[ad_1]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ବୁରାରି ଅଞ୍ଚଳସ୍ଥ ଏକ ଘରେ ବିସ୍ଫୋରଣ ହେବାରୁ ଦୁଇଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ନାଇଜେରିଆନ ଦୂତବାସଙ୍କୁ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେଇ ଦେଇଛି।

ସୂଚନାଯୋଗ୍ୟ, ନ‌ାଇଜେରିଆନର ୪ଜଣ ନାଗରିକ ଫେବ୍ରୁଆରି ୧୦ ତାରିଖରେ ୱେଷ୍ଟ କମଳ ବିହାରର ଏକ ଘରେ ଭଡ଼ାରେ ରହିବାକୁ ଆସିଥିଲେ। ଏଥିରେ କ୍ରିଷ୍ଟନ ଓ କମ୍ବରି ନାମକ ଦୁଇଜଣ ମହିଳା ଥିଲେ। ଏହି ଦୁଇଜଣ ନାଇଜେରିଆନ ନାଗରିକଙ୍କ ଡିସେମ୍ବର ପର୍ଯ୍ୟନ୍ତ ଭିସା ଥିଲା। ଫେବ୍ରୁଆରି ୨୪ ତାରିଖ ରାତିରେ ସେମାନେ ରହୁଥିବା ଏକ ଭଡ଼ା ଘରେ ଜୋରଦାର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଚାରିଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ଦୁଇଜଣଙ୍କ ଚିକିତ୍ସ‌ାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ ପାଇଥିଲା।

ତେବେ ଆଶ୍ଚର୍ଯ୍ୟର କଥ‌ା ହେଉଛି ଏତେ ସବୁ ହେବାପ‌ରେ ବି ବିଦେଶୀ ନାଗରିକ କି ପଡ଼ିଶାଲୋକ ଘଟଣା ବିଷୟରେ ପୁଲିସକୁ କୌଣସି ପ୍ରକାର ସୂଚନା ଦେଇ ନଥିଲେ।ଗୁରୁତର ନାଇଜେରିଆନ ନାଗରିକଙ୍କୁ ଚିକିତ୍ସା ପାଇଁ ସେମାନଙ୍କ ସମ୍ପର୍କୀୟ ହସ୍ପିଟାଲ ନେବାପରେ ଘଟଣା ସାମ୍ନାକୁ ଆସିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରି ସିସିଟିଭି ଫୁଟେଜ ଛାନଭିନ କରୁଛି। ଏଥିସହିତ ଏହି ମାମଲାରେ ପୁଲିସ ଆଇପିସି ଧାରା ୨୮୭/୩୦୪(ଏ)ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଚାରିଜଣ ବିଦେଶୀ ନାଗରିକ ଭଡ଼ା ଘରେ ନିଶାଜାତୀୟ ଦ୍ରବ୍ୟ ପ୍ରସ୍ତୁତ କରୁଥିଲେ। ଏହି ସମୟରେ ଉକ୍ତ ଦ୍ରବ୍ୟରେ କେମିକାଲ ପକାଇବା ପରେ କେହି କିଛିବୁଝିବା ପୂର୍ବରୁ ହଠାତ ବିସ୍ଫୋରଣ ହୋଇଥିଲା। ଆଉ ଘର ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button