ରାଜନୀତି

ଇସ୍ତଫା ଚର୍ଚ୍ଚା ଉପରେ ପୂର୍ଣ୍ଣଛେଦ ପକାଇଲେ ହିମାଚଳ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ – Kalinga News

[ad_1]

ସିମ୍‌ଲା: ମୁଖ୍ୟମନ୍ତ୍ରୀ ପଦରୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର୍‌ ଧରିଥିଲା । ହିମାଚଳରେ ଲାଗିରହିଥିବା ରାଜନୈତିକ ହଟଚମଟ ଭିତରେ, କଂଗ୍ରେସ ସରକାରକୁ ବଞ୍ଚାଇବାକୁ ଯାଇ ସୁଖୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଥିଲା। ତେବେ ଏନେଇ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ କୌଣସି ବି ଘୋଷଣା ହେଇନଥିଲେ ବି, ସୁଖୁ ତାଙ୍କ ଦଳର ପର୍ଯ୍ୟବେକ୍ଷକଙ୍କୁ ତାଙ୍କର ଇସ୍ତଫା ଦେଇଥିବା ଚର୍ଚ୍ଚା ଜୋର୍‌ ହେଉଥିଲା। ହେଲେ ଏବେ ସେ ସମସ୍ତ କଥା ଉପରେ ପୂର୍ଣ୍ଣଛେଦ ପକାଇ ଦେଇଛନ୍ତି ନିଜେ ସୁଖବିନ୍ଦର। ସେ କହିଛନ୍ତି, ‘‘ମୋ‌ତେ କେହି ଇସ୍ତଫା ପତ୍ର ମାଗିନାହାନ୍ତି କି ମୁଁ କାହାକୁ ଇସ୍ତଫା ପତ୍ର ଦେଇନାହିଁ। ସେ ଆହୁରି କହିଛନ୍ତି ଯେ ସଂଖ୍ୟା ଗରିଷ୍ଠତାର ପ୍ରମ‌ାଣ ଦେଇ ସେ ବିଜୟୀ ହେବେ ଓ ତାଙ୍କ ସହ ପୂରା ହିମାଚଳବାସୀ ବିଜୟ ଲାଭ କରିବେ।

ରାଜ୍ୟସଭା ନିର୍ବାଚନ ପରେ ହିମାଚଳରେ ରାଜନୈତିକ ହଟଚମଟ ଆରମ୍ଭ ହେଇଯାଇଛି । ଦଳର ୬ ଜଣ ବିଧାୟକ ବିଦ୍ରୋହୀ ହେଇଯିବା ସହ, ଦଳ ବିରୋଧରେ ଯାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି । ତେବେ ଏହାପରେ ସୁଖୁ ସରକାରରେ ସାମିଲ ଥିବା ବୀରଭଦ୍ର ସିଂହଙ୍କ ପୁଅ ବିକ୍ରମାଦିତ୍ୟ ସିଂହ ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ତେବେ କଂଗ୍ରେସ ହାଇକମାଣ୍ଡ ସରକାର ବଞ୍ଚାଇବାକୁ କର୍ଣ୍ଣାଟକ ନେତା ଡିକେ ଶିବକୁମାର ଏବଂ ହରିୟାଣର ପୂର୍ବ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ଯ୍ୟବେକ୍ଷକ କରି ହିମାଚଳ ପଠାଇଛନ୍ତି ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button