ଏନସିଇଆରଟି ପାଠ୍ୟ ପୁସ୍ତକରେ ଏଏପିକୁ ଜାତୀୟ ପାର୍ଟି ମାନ୍ୟତା, ତାଲିକାରୁ କଂଗ୍ରେସ-ଏନସିପି ବାହାର – Kalinga News
[ad_1]
ନୂଆଦିଲ୍ଲୀ: ପରିବର୍ତ୍ତିତ ଏନସିଇଆରଟି ପାଠ୍ୟ ପୁସ୍ତକରେ ଆମ୍ ଆଦମୀ ପାର୍ଟି(ଏଏପି)କୁ ଜାତୀୟ ପାର୍ଟିର ମାନ୍ୟତା ପ୍ରଦାନ କରାଯାଇଛି। ଅପରପକ୍ଷରେ କଂଗ୍ରେସ, ଏନସିପି, ଟିଏମସି ଏବଂ ସିପିଆଇ ଭଳି ରାଜନୈତିକ ଦଳଙ୍କୁ ଜାତୀୟ ପାର୍ଟି ତାଲିକାରୁ ବାଦ୍ ଦିଆଯାଇଛି। ପ୍ରଥମ ଥର ପାଇଁ ଏନସିଇଆରଟି ଦଶମ ପାଠ୍ୟ ପୁସ୍ତକରେ ଏଏପିକୁ ଜାତୀୟ ଦଳ ସୂଚୀରେ ସାମିଲ କରାଯାଇଛି। ଦଶମ ଶ୍ରେଣୀ ସୋସିଆଲ ସାଇନ୍ସ ପାଠ୍ୟ ପୁସ୍ତକର ପୃଷ୍ଠା ନମ୍ବର ୫୪ ଏବଂ ୫୫ରେ ଏହି ପରିବର୍ତ୍ତନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଠ୍ୟ ପୁସ୍ତକର ଚାପ୍ଟର ୪ରେ ଥିବା ରାଜନୈତିକ ଦଳ ଅଧ୍ୟାୟରେ ଏହି ପରିବର୍ତ୍ତନ କରାଯାଇଛି। ଏହି ଅଧ୍ୟାୟରେ ରାଜନୈତିକ ଦଳଙ୍କ ବିଷୟରେ ତଥ୍ୟ ପ୍ରକାଶ ପାଇଛି। ଏହି ଅଧ୍ୟାୟରେ ଏଏପିର ଗଠନ ଏବଂ ଦଳର ଉପଲବ୍ଧି ବିଷୟରେ ଉଲ୍ଲେଖ କରାଯାଇଛି। ଏହି ଅଧ୍ୟାୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ସହିତ ଗୁଜୁରାଟ ନିର୍ବାଚନ ଏବଂ ୨୦୧୯ ଲୋକସଭା ନିର୍ବାଚନ ବିଷୟରେ ମଧ୍ୟ ତଥ୍ୟ ପ୍ରକାଶିତ ହୋଇଛି।
ଏହି ଅଧ୍ୟାୟରେ ଉଲ୍ଲେଖ କରାଯାଇଛି ଏଏପି ୨୦୧୧ରେ ଦୁର୍ନୀତି ବିରୋଧୀ ଆନ୍ଦୋଳନ ପରେ ୨୦୧୨ ନଭେମ୍ବର ୨୬ରେ ଗଠନ କରାଯାଇଥିଲା। ଦଳର ସ୍ଥାପନା ଉତ୍ତଦାୟିତ୍ବବୋଧ, ସ୍ବଚ୍ଛ ପ୍ରଶାସନ, ପାରଦର୍ଶିତା ଏବଂ ସୁଶାସନ ଚିନ୍ତାଧାରା ଉପରେ କରାଯାଇଥିଲା। ଏଏପି ଗଠନର ଏକ ବର୍ଷ ମଧ୍ୟରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦ୍ବିତୀୟ ବୃହତ୍ତମ ଦଳ ଭାବେ ଉଭା ହୋଇଥିଲା।
ଏଏପି କଂଗ୍ରେସ ସମର୍ଥନରେ ସରକାର ଗଠନ କରିଥିଲା। ୨୦୨୨ରେ ଗୁଜୁରାଟ ନିର୍ବାଚନରେ ତୃତୀୟ ମୋର୍ଚ୍ଚା ଭାବେ ପରିଚିତି ହାସଲ କରିଥିଲା। ଏହା ସହିତ ୨୦୧୯ରେ ଲୋକସଭା ନିର୍ବାଚନରେ ଗୋଟିଏ ଆସନରେ ବିଜୟୀ ହୋଇଥିଲା।
ଏହି ଅଧ୍ୟାୟରେ ସିପିଆଇ, ଏନସିପି ଏବଂ ଟିଏମସିକୁ ଜାତୀୟ ଦଳ ସୂଚୀରୁ ହଟାଇ ଦିଆଯାଇଛି। କୁହାଯାଇଛି ଏସବୁ ପାର୍ଟି ଏବେ ଆଉ ଜାତୀୟ ପାର୍ଟି ନାହାନ୍ତି।
[ad_2]