ଦେଶ- ବିଦେଶ

ରାଜ୍ୟସଭା ନିର୍ବାଚନ ପରେ ହିମାଚଳରେ ଶାସକ କଂଗ୍ରେସ ପାଇଁ ସଙ୍କଟ, ୧୫ ବିଜେପି ବିଧାୟକଙ୍କୁ ନିଲମ୍ବନ କଲେ ବାଚସ୍ପତି – Kalinga News

[ad_1]

ନୂଆଦିଲ୍ଲୀ : କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ଯୋଗୁଁ ହିମାଚଳରେ ରାଜ୍ୟସଭା ଆସନରୁ ବିଜେପି ଜିତିଲା। ତେବେ ଉକ୍ତ ଘଟଣା ପରେ ବିରୋଧୀ ବିଜେପି ଆସ୍ଥା ଭୋଟ୍ ଦାବି କରିଛନ୍ତି। ଉକ୍ତ ଘଟଣାକୁ ନେଇ ଆଜି ରାଜ୍ୟ ବିଧାନସଭାରେ ହାଇଡ୍ରାମା ହୋଇଛି। ବିଧାୟକମାନେ ଗୃହରେ ସ୍ଲୋଗାନ ଦେଇ ହୋହଲ୍ଲା କରିବାରୁ ବିଧାନସଭା ବାଚସ୍ପତି ଆଜି ୧୫ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରିଛନ୍ତି। ରାଜ୍ୟ ବିଧାନସଭାରେ ବଜେଟ ଅଧିବେଶନ ଆରମ୍ଭ ହେବାର ମାତ୍ର କିଛି ସମୟ ପୂର୍ବରୁ ବାଚସ୍ପତି ଆଜି ୧୫ ବିଜେପି ବିଧାୟକଙ୍କୁ ନିଲମ୍ବନ ନିଷ୍ପତ୍ତି ନେଇଛନ୍ତି। ସେମାନେ ବାଚସ୍ପତି କୁଲଦୀପ ସିଂହ ପଠାଣିଆଙ୍କ ଚ୍ୟାମ୍ବରରେ ହୋହଲ୍ଲା କରିଥିବା ଅଭିଯୋଗ ହୋଇଛି। ନିଲମ୍ବିତ ହୋଇଥିବା ବିଜେପି ବିଧାୟକମାନେ ହେଉଛନ୍ତି ଜୟରାମ ଠାକୁର, ବିପିନ ସିଂହ ପାରମର, ରନଧୀର ଶର୍ମା, ଲୋକେନ୍ଦର କୁମାର, ବିନୋଦ କୁମାର, ହଂସ ରା, ଜନକ ରାଜ, ବଲବୀର ବର୍ମା, ତ୍ରିଲୋକ ଜମୱାଲ, ସୁରେନ୍ଦର ଶୋରି, ଦୀପ ରାଜ, ପୁରଣ ଠାକୁର, ଇନ୍ଦର ସିଂହ ଗାନ୍ଧୀ , ଦିଲୀପ ଠାକୁର ଏବଂ ଇନ୍ଦର ସିଂହ ଗାନ୍ଧି। ଉଲ୍ଲେଖଯୋଗ୍ୟ ଯେ ବିଜେପି ଗତକାଲି ହିମାଚଳପ୍ରଦେଶରେ କଂଗ୍ରେସ ପ୍ରାର୍ଥୀ ଅଭିଶେକ ମନୁ ସିଂହଭିଙ୍କୁ ହରାଇ ରାଜ୍ୟସଭା ଆସନରୁ ନିର୍ବାଚନ ଜିତିଥିଲା। ବିଜେପି ନେତା ଜୟରାମ ଠାକୁର କହିଛନ୍ତି, ରାଜ୍ୟସଭା ନିର୍ବାଚନ ସ୍ପଷ୍ଟ କରିଦେଲା ଯେ କଂଗ୍ରେସ ସରକାର ନିକଟରେ ସଂଖ୍ୟାଗରିଷ୍ଠତା ନାହିଁ ଏବଂ ସେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଇସ୍ତଫା ଦାବି କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button