ରାଜନୀତି

ଏଥର ଅନନ୍ତ ‌ଲୋକସଭା ନା ବିଧାନସଭା ଯିବେ: ନେତା, କର୍ମୀ, ଦ୍ବନ୍ଦ୍ବରେ – Kalinga News

[ad_1]

କେନ୍ଦୁଝର: କେନ୍ଦୁଝରର ପୂର୍ବତନ ସାଂସଦ ତଥା ବରିଷ୍ଠ ବିଜେପି ନେତା ଅନନ୍ତ ନାୟକଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ତିନିବର୍ଷ ଧରି ସେ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଓ ପରବର୍ତ୍ତୀ ସମୟରେ ଉପାଧ୍ୟକ୍ଷ ହେବାପରେ ହୁଏତ ସେ ଆଉ ପ୍ରତ୍ୟକ୍ଷ ରାଜନୀତିରେ ରହିବେ ନାହିଁ ବୋଲି ଅନେକ ଭାବୁଥି‌ଲେ। ଏବେ ପୁଣି ତାଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ତେବେ, ସେ ଲୋକସଭା ନା ବିଧାନସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରିବେ ସ୍ପଷ୍ଟ ହୋଇନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ଅନନ୍ତ ପରାସ୍ତ ପରେ ତାଙ୍କୁ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ମିଳିଥିଲା। ଏଥିପାଇଁ ତାଙ୍କୁ କେନ୍ଦୁଝର ଛାଡ଼ି ଦିଲ୍ଲୀ ଯିବାକୁ ପଡ଼ିଥିଲା। ଗତ ୨୩ ତାରିଖରେ ରାଷ୍ଟ୍ରୀୟ ଜନଜାତି ଆୟୋଗ ଉପାଧ୍ୟକ୍ଷ ପଦବିର ସମୟସୀମା ସରିବା ପରେ ଏବେ ସେ କୌଣସି ସାମ୍ବିଧାନିକ ପଦବିରେ ନାହାନ୍ତି। ମାତ୍ର, କାର୍ଯ୍ୟକାଳ ସରିବା ପରେ ଏବେ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିରେ ସାମିଲ୍‌ ହେବା ଦେଖିବାକୁ ମିଳୁଛି।

ଅନନ୍ତ ପୁଣିଥରେ ସାଂସଦ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସେହିପରି ଆଉକିଛିଙ୍କ ମତ ହେଲ‌ା, ସେ ସାଂସଦ ପ୍ରାର୍ଥୀ ହୋଇ ତିନିଥର ପରାଜୟ ବରଣ କରିଥିବାରୁ ହୁଏତ ଦଳ ତାଙ୍କୁ କୌଣସି ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ। ଯଦି ଏଭଳି ହୁଏ, ତେବେ ତାଙ୍କୁ ପାଟଣା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଉଲ୍ଲେଖଯୋଗ୍ୟ ଯେ ଦୁଇଦିନ ତଳେ ଅନନ୍ତ କେନ୍ଦୁଝର ଲୋକସଭା ନିର୍ବାଚନ ପ୍ରଚାର କାର୍ଯ୍ୟାଳୟ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ୍‌ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button