ରାଜନୀତି

କୌରବଙ୍କ ଦ୍ରୌପଦୀଙ୍କ କାହାଣୀ କହିଲେ ବିଭବଙ୍କ ଓକିଲ, କୋର୍ଟରେ କାନ୍ଦି ପକାଇଲେ ସ୍ବାତୀ – Kalinga News

[ad_1]

ନୂଆଦିଲ୍ଳୀ: ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଲୋକସଭା ସାଂସଦ ସ୍ବାତୀ ମାଲିୱାଲ୍‌ଙ୍କୁ ମାରପିଟ୍‌ କରିଥିବା ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ବିଭବ କୁମାର ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ତାଙ୍କ ଜାମିନ ଆବେଦନ ଉପରେ ତିସ୍‌ ହଜାର୍‌ କୋର୍ଟ‌ରେ ଶୁଣାଣି ହେଉଛି।

ବିଭବଙ୍କ ଓକିଲ ନିଜ କ୍ଲାଇଣ୍ଟ୍‌ଙ୍କ ସପକ୍ଷରେ ବିଭିନ୍ନ ତଥ୍ୟ ଓ ପ୍ରମାଣ ଅଦାଲତରେ ଜମା କରୁଛନ୍ତି। ବିଭବଙ୍କ ଓକିଲ କୋର୍ଟରେ କୌରବ ଓ ଦ୍ରୌପଦୀଙ୍କ ପ୍ରସଂଗ ବି ଉଠାଇଥିଲେ। ଯାହାପରେ ସ୍ବାତୀ ମାଲିୱାଲ୍‌ କୋର୍ଟ ଭିତରେ କାନ୍ଦି ପକାଇଥିଲେ।

ବିଭବଙ୍କ ଓକିଲ କୋର୍ଟରେ କହିଛନ୍ତି କି ସ୍ବାତୀ ମାଲିୱାଲ୍‌ ଜାଣିଜାଣି ମୁଖ୍ୟମନ୍ତ୍ରୀଙ୍କ ଘରର ଡ୍ରଇଂ ରୁମ୍‌କୁ ବାଛିଥିଲେ, କାରଣ ସେଠ‌ାରେ କୌଣସି ସିସିଟିଭି ଲାଗିନାହିଁ। ସେ ଜାଣିଥିଲେ ଯେ ସେଠାରେ ସିସିଟିଭି ଲାଗିନାହିଁ। ସେଥିପାଇଁ ସେ ଏପରି ଜାଗା ବାଛିଥିଲେ, ଯେଉଁଠାରେ ସେ ମନ ଇଛା ଅଭିଯୋଗ ଲଗାଇ ପାରିବେ।

ସେ ଆହୁରି ବି କହିଛନ୍ତି ଯେ ଏହା ଏକ ପ୍ରକାରର ସୁକଳ୍ପିତ ଯୋଜନା। ମୋ କ୍ଲାଇଣ୍ଟ୍‌ଙ୍କ ଭାବମୁର୍ତ୍ତିକୁ ଜାଣି ଜାଣି ଖରାପ କରାଯାଉଛି। କାରଣ ତାଙ୍କୁ ଲାଗୁଛି ଯେ କେଜ୍ରିୱାଲ୍‌ଙ୍କୁ ଭେଟିବାକୁ ନଦିଆଯିବା ପାଇଁ ମୋ କ୍ଲାଇଣ୍ଟ୍‌ ଦାୟୀ। ସେ ଆହୁରି ବି କହିଛନ୍ତି ‌ଯେ ଘଟଣା ଘଟିବା ଦିନ ତାଙ୍କର କୌଣସି ଡାକ୍ତରୀ ପରୀକ୍ଷା ହୋଇନଥିଲା।  ବିଭବଙ୍କ ଓକିଲ ଆହୁରି ବି କହିଛନ୍ତି ଯେ ଯେଉଁ ଧାରା ଲଗାଯାଇଛି, ତାହାର ମାନେ ହେଉଛି ବିବସ୍ତ୍ର କରି ଆକ୍ରମଣ କରିବା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button