ଦିଲୀପ ରାୟଙ୍କ ଭୂମିକା ଅସ୍ପଷ୍ଟ: ଶକ୍ତିଶାଳୀ ହେଲେଣି ବିରୋଧୀ ଗୋଷ୍ଠୀ – Kalinga News

[ad_1]
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ମୋଟ୍ ୭ଟି ବିଧାନସଭା ଆସନ ମଧ୍ୟରୁ ବର୍ତ୍ତମାନ ବିଜେଡି ହାତରେ କେବଳ ଦୁଇଟି ନିର୍ବାଚନମଣ୍ଡଳୀ, ରାଉରକେଲା ଓ ରଘୁନାଥପାଲି। ଏହି ଦୁଇ ନିର୍ବାଚନମଣ୍ଡଳୀରେ ଶାସକ ଦଳର ଗଣିତ ଏବେ ଅଛିଣ୍ଡା। ବିଶେଷକରି ରାଉରକେଲା ଆସନରେ ଗଣିତ ବିଗିଡ଼ିବାରେ ଲାଗିଛି। କାରଣ ୨୦୧୯ ସାଧାରଣ ନିର୍ବାଚନବେଳେ ସାରଦା ନାୟକଙ୍କୁ ଯେଉଁ ପ୍ରମୁଖ ନେତା ସମର୍ଥନ ଜଣାଇଥିଲେ, ଏଥର ସେମାନେ ସମର୍ଥନ ଦେବାର ଆଶା ପ୍ରାୟ କ୍ଷୀଣ। ସାଂପ୍ରତିକ ରାଜନୈତିକ ସମୀକରଣକୁ ତର୍ଜମାକଲେ, ସେମାନେ ସାରଦାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଦେଇ ନପାରନ୍ତି। ଏଭଳି ସ୍ଥିତିରେ ବିରୋଧୀ ପ୍ରାର୍ଥୀ ହିଁ ଫାଇଦାରେ ରହିବା ସମ୍ଭବନା ଅଧିକ ବୋଲି ଚର୍ଚ୍ଚା ଜୋର ଧରିଛି।

Sambad is now on WhatsApp
Join and get latest news updates delivered to you via WhatsApp
ହସ୍ତଗତ ସୂଚନା ଅନୁସାରେ, ରାଉରକେଲା ରାଜନୀତିର ହେଭିୱେଟ୍ ତଥା ପୂର୍ବତନ ମନ୍ତ୍ରୀ ଦିଲୀପ ରାୟ ପୂର୍ବବତ୍ ସାରଦାଙ୍କୁ ସମର୍ଥନ କରୁନାହାନ୍ତୀ। ଶ୍ରୀ ରାୟ ଗତ ୨୦୧୯ ମସିହା ନିର୍ବାଚନ ପୂର୍ବରୁ ବିଜେପିରୁ ଇସ୍ତଫା ଦେଇଥିଲେ। ନିର୍ବାଚନର ଅବ୍ୟବହିତ ପୂର୍ବରୁ ସାରଦାଙ୍କୁ ସମର୍ଥନ ଦେବାପାଇଁ ନିଜ ଅନୁଗତଙ୍କୁ ପରାମର୍ଶ ଦେଇଥିବା ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ, ନିର୍ବାଚନ ପରେ କୌଣସି କାରଣରୁ ଦିଲୀପ ଓ ସାରଦାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଚଳିତ ନିର୍ବାଚନରେ ତାହାର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ରାଜନୈତିକ ସମୀକ୍ଷକଙ୍କ ମତ। ସେହିପରି, ଗତ ନିର୍ବାଚନ ସମୟରେ କୁନବିହାରୀ ଦାସଙ୍କ ସମେତ ଦଳର କିଛି ସ୍ଥାନୀୟ ନେତା ଖୋଲାଖୋଲି ସାରଦାଙ୍କ ସପକ୍ଷରେ ବାହାରିଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ କୁନଙ୍କ ଗୋଷ୍ଠୀ ମଧ୍ୟ ସାରଦାଙ୍କଠାରୁ ଦୂରେଇ ଯାଇଥିଲେ। କୁନ ଏବେ ସାରଦାଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା, କିନ୍ତୁ ଦଳରେ ବେଶ୍ ସକ୍ରିୟ ଅଛନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଅତୀତରେ ରାଉରକେଲାରେ ଅନୁଷ୍ଠିତ ଆର୍ଏସ୍ପି ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ନିର୍ବାଚନ, ଅର୍ବାନ କୋ-ଅପରେଟିଭ୍ ବ୍ୟାଙ୍କ୍ ନିର୍ବାଚନ, ରାଉରକେଲା ବଣିକ ସଂଘ ନିର୍ବାଚନ, ରାଉରକେଲା ମାଇନିଂ ଟ୍ରକ୍ ଓ ଟିପ୍ପର ଆସୋସିଏସନ ଆଦି ଏକାଧିକ ନିର୍ବାଚନରେ ସାରଦା ସମର୍ଥିତ ଗୋଷ୍ଠୀଙ୍କୁ ପରାଜୟ ଭୋଗିବାକୁ ପଡ଼ିଥିଲା। ଏହି ସମସ୍ତ ନିର୍ବାଚନରେ ସାରଦା ଗୋଷ୍ଠୀଙ୍କୁ ହରାଇବାରେ ବିରୋଧୀ ଦଳ ଅପେକ୍ଷା ଦଳ ଭିତରର ବିରୋଧୀ ଗୋଷ୍ଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହିସବୁ ଦୃଷ୍ଟିରୁ ନିର୍ବାଚନମଣ୍ଡଳୀରେ ବିଧାୟକ ତଥା ରାଜ୍ୟ ଶ୍ରମମନ୍ତ୍ରୀ ସାରଦାଙ୍କ କେହି ବିକଳ୍ପ ନଥିମଧ୍ୟ ସେ ପୂର୍ବ ସମର୍ଥନ ହାତେଇବା ନେଇ ଆଶଙ୍କା ରହିଛି।
[ad_2]