ରାଜ୍ୟ

ଘରେ ବନାଇ ଖାଆନ୍ତୁ ଟେଷ୍ଟି କ୍ରିସ୍ପି ସୁଜି କାକରା

ଏବେ ତ ସମସ୍ତେ ଲକଡାଉନ ପାଇଁ ଘରେ ରହୁଛନ୍ତି। ସମସ୍ତେ ଘରେ ରହିଲେ ପାଟି ସବୁବେଳେ ଚାଲିଥାଏ ଅର୍ଥାତ ସବୁବେଳେ କିଛି ନା କିଛି ଖାଇଥାଉ। ତେବେ ଆଜି ତାହେଲେ ଆସନ୍ତୁ ଶିଖିବା ସୁଜି କାକରା। ଯାହା ଆପଣଙ୍କୁ ଏକଦମ ଏକ ନୂଆ ସ୍ୱାଦ ଦେବା।

ଆବଶ୍ୟକ ସାମଗ୍ରୀ:

ସୁଜି – ୨ କପ
ଚିନି – ୨ ଚାମଚ
ଲୁଣ – ଅଳ୍ପ
ଗୁଡ – ଆନୁମାନିକ ଭାବରେ
କୋରା ନଡ଼ିଆ – ୧ ପାତ୍ର
ତେଲ – ଛାଣିବା ପାଇଁ
ପାଣି – ଆବଶ୍ୟକ ଅନୁଯାୟୀ
ତେଜପତ୍ର -୨ଟି

suji kakera

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ ଦୁଇ କପ ସୁଜିରେ ୩ କପ ପାଣି ନିଅନ୍ତୁ। ଏହାପରେ ସେହି ପାଣିରେ ତେଜପତ୍ର, ଚିନି ଏବଂ ଲୁଣ ପକାଇ ସାମାନ୍ୟ ଫୁଟିବାକୁ ଦିଅନ୍ତୁ। ଏହା ଫୁଟିଗଲା ପରେ ଏଥିରେ ସୁଜି ଅଳ୍ପ ଅଳ୍ପ କରି ପକାଇ ଚଲାନ୍ତୁ। ଯେମିତି ଆପଣ ଚାଉଳରେ ମଣ୍ଡା ପିଠା କରନ୍ତି ସେମିତି କରନ୍ତୁ। ଧ୍ୟାନ ରଖିବେ ଯେମିତି ପାଣିରେ ସୁଜି ପକାଇବାବେଳେ ବିଣ୍ଡା ନ ହୋଇଯାଏ।
ଏହାପରେ ଏକ କଡା ବସାଇ ସେଥିରେ ଗୁଡ ପକାନ୍ତୁ ଗୁଡ଼ ମିଳେଇଗଲେ ସେଥିରେ ନଡ଼ିଆ କୋରା ଏବଂ ଅଳେଇଚ ପକାଇ ଭାଜନ୍ତୁ। ମଣ୍ଡା ଭିତରେ ପୋର ଦେବାପାଇଁ କୋରା ପ୍ରସ୍ତୁତ ହୋଇଗଲା।

ଏବେ ଆପଣ ସୁଜିକୁ ହାତରେ ଅଳ୍ପ ନେଇ ଗୋଲା କରନ୍ତୁ। ଏମିତି ଗୋଲା କରି ତା ଭିତରେ ନଡ଼ିଆ ପୋର ଦିଅନ୍ତୁ। ଏହାପରେ ଏହିସବୁକୁ ନେଇକି ତେଲରେ ଛାଣନ୍ତୁ। ଏହା ତେଲରେ ଭଲସେ ଛାଣି ହୋଇଗଲା ପରେ ଏବଂ ସୁନେଲି ରଙ୍ଗ ହୋଇଗଲା ପରେ ସୁଜି କାକରାକୁ ବାହାରକୁ ବାହାର କରିଦିଅନ୍ତୁ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button