ଜେଏମ୍ଏମ୍ ଫୋକସ୍ରେ ମୟୂରଭଞ୍ଜ: ପୁଲିସ ଚାକିରି ଛାଡ଼ି ଧନୁତୀର ଧରିଲେ ବିଷ୍ଣୁ ସିଂ – Kalinga News

[ad_1]
ଶିବୁ ଓ ଚମ୍ପାଇ ସୋରେନଙ୍କ ଉପସ୍ଥିତିରେ ଜେଏମ୍ଏମ୍ରେ ମିଶିଲେ
କଳାବାଡ଼ିଆ: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀରେ ନୂଆ ରାଜନୈତିକ ସମୀକରଣର ସମ୍ଭାବନା ଦେଖାଦେଇଛି। ପୁଲିସ ଡ୍ରାଇଭର ଚାକିରି ଛାଡ଼ି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ସାମିଲ ହୋଇଛନ୍ତି ମୁଣ୍ଡା ସଂପ୍ରଦାୟର ଯୁବନେତା ବିଷ୍ଣୁ ସିଂ। ଝାଡ଼ଖଣ୍ଡର ରାଞ୍ଚିଠାରେ ଦଳର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଭାପତି ଶିବୁ ସୋରେନ୍, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍, ମନ୍ତ୍ରୀ ବସନ୍ତ ସୋରେନ୍, ରାଷ୍ଟ୍ରୀୟ କମିଟିର ସଦସ୍ୟ ବସନ୍ତ କୁମାର, ଦଳର ଓଡ଼ିଶା ପ୍ରଦେଶ ସଭାପତି ଅଞ୍ଜନୀ ସୋରେନ୍, ସାଧାରଣ ସମ୍ପାଦକ ଦୁବରାଜ ନାଗ, ମୟୂରଭଞ୍ଜ ଜିଲ୍ଲା ସଭାପତି ବାବୁଲାଲ ମୁର୍ମୁ, ଆକାଶ ସିଂ, ଜିଲ୍ଲା ପ୍ରଭାରୀ ଦିବାକର ସୋରେନ୍ଙ୍କ ସମେତ ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେଇଛନ୍ତି। ସମାଜସେବା ଉଦ୍ଦେଶ୍ୟରେ ସେ ଚାକିରିରୁ ସେଚ୍ଛାକୃତ ଅବସର ନେଇ ରାଜନୀତି ମଇଦାନକୁ ଓହ୍ଲାଇଥିବା କହିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ବିଷ୍ଣୁ ସିଂଙ୍କ ଘର ବାଙ୍ଗିରିପୋଷି ବ୍ଲକ୍ ଅସନା ଗାଁରେ। ସେ ୧୦ ବର୍ଷରୁ ଅଧିକ ସମୟ ଧରି ପୁଲିସ ବିଭାଗରେ ଡ୍ରାଇଭର ଭାବେ କାର୍ଯ୍ୟ କରିବା ସହ ମୟୂରଭଞ୍ଜ ଏସ୍ପିଙ୍କ ଗାଡ଼ି ଚଳାଉଥିଲେ। ତେବେ ମୁଣ୍ଡା ସମ୍ପ୍ରଦାୟର ଜଣେ ଯୁବ ଚେହେରା ଭାବେ ବାଙ୍ଗିରିପୋଷି ଅଞ୍ଚଳରେ ତାଙ୍କର ପରିଚୟ ରହିଛି। ଫାଗୁ ହାଁସଦା ଜେଏମ୍ଏମ୍ ଛାଡ଼ିବା ପରେ ବାଙ୍ଗିରିପୋଷି କ୍ଷେତ୍ରରେ ଦଳର କେହି ପ୍ରମୁଖ ଚେହେରା ନଥିବାରୁ ବିଷ୍ଣୁ ଏଥର ଜେଏମ୍ଏମ୍ ଓ କଂଗ୍ରେସ ମେଣ୍ଟର ବିଧାୟକ ପ୍ରାର୍ଥୀ ହେବାର
ସମ୍ଭାବନା ରହିଛି।
[ad_2]