ସ୍ୱାସ୍ଥ୍ୟ

ଚୁଟି ଝଡିବାକୁ ନେଇ ବହୁତ ଚିନ୍ତିତ ! 1 ସପ୍ତାହରେ ଚୁଟି ଝଡିବା କମ୍ କରିପାରିବେ

ବନ୍ଧୁଗଣ ଚୁଟି ଛିଡିବା ଏକ କମନ ପ୍ରୋବ୍ଲେମ ଅନେକଙ୍କର ହୋଇଗଲାଣି । ପୁରୁଷ ଠାରୁ ନେଇ ମହିଳାଙ୍କର ସମସ୍ତଙ୍କର ଚୁଟି ଛିଡିବା ଓ ଝଡିବା ସମସ୍ଯା ରହୁଛି । ତେବେ ଚୁଟି ଛିଡିବା ବା ଝଡିବା ପାଇଁ ମୁଖ୍ଯତଃ ଅନେକ ଗୁଡିଏ କାରଣ ଦାୟୀ ରହିଥାନ୍ତି । ଯେପରି ବର୍ତ୍ତମାନର ଲୋକ ଅସନ୍ତୁଳିତ ତଥା ସୁସ୍ଥକର ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଉନାହାନ୍ତି । ବିଭିନ୍ନ କାରଣ ପାଇଁ ଅଧିକ ଷ୍ଟ୍ରେସରେ ମଧ୍ୟ ରହୁଛନ୍ତି । ବାହାରର ଧୁଳି, ଧୂଆଁ ପ୍ରଦୂଷଣ ବା ମୁଣ୍ଡରେ ହେଉଥିବା ରୂପୀ ଆଦି କାରଣ ପାଇଁ ଚୁଟି ସହ ଜଡିତ ଅନେକ ସମସ୍ଯା ଆସିଥାଏ । ତେବେ ଚୁଟି ଝଡିବା କମ କରିବା ପାଇଁ ଆପଣଙ୍କୁ କଣ ସବୁ କରିବାକୁ ପଡିବ ଏଠାରେ ଜାଣିବା ।

1- ଚୁଟି ଝଡିବା କମ କରିବାରେ ଦହି ଓ ବେସନ ସାହାଜ୍ଯ କରିଥାଏ । ଆପଣ 2 ଚାମଚ ଦହି ସହ 2 ଚାମଚ ବେସନ ମିଶାଇ ତାହାକୁ ଗୋଳାଇ ଦିଅନ୍ତୁ । ତାପରେ ଏଥିରୁ ପ୍ରସ୍ତୁତ ପେଷ୍ଟକୁ ନିଜ ଚୁଟିରେ ଲଗାନ୍ତୁ । ଏହାର ଅଧ ଘଣ୍ଟା ପରେ କୌଣସି ଏକ ଭଲ ତଥା ହର୍ବାଲ ସାମ୍ପୁ ଦ୍ଵାରା ଚୁଟିକୁ ଧୋଇ ଦିଅନ୍ତୁ । ଏହି ଉପାୟ ଦ୍ଵାରା ଚୁଟି ଝଡିବା ଆଗ ଅପେକ୍ଷା ଧୀରେ ଧୀରେ କମିଯିବାରେ ଲାଗିବ ।
2- 15 ରୁ 20 ଟି ପିଜୁଳୀ ପତ୍ର 1 ଲିଟର ପାଣିରେ ସେ ପର୍ଯ୍ୟନ୍ତ ଫୁଟାନ୍ତୁ । ଯେଉଁ ପର୍ଯ୍ୟନ୍ତ ପାଣିର ରଙ୍ଗ କଳା ହୋଇନଥିବ । ତାପରେ ପାଣି ଫୁଟିସାରିବା ପରେ ଥଣ୍ଡା ହେବା ପରେ ତାହାକୁ ଛାଣି ଦିଅନ୍ତୁ । ଏହି ପିଜୁଳୀର ପାଣିକୁ ନେଇ ଚୁଟିରେ ଭଲ ଭାବେ ଲଗାଇ ମାଲିସ କରିଦିଅନ୍ତୁ । ଘଣ୍ଟାଏ ପରେ ଆପଣ କୌଣସି ଭଲ ସାମ୍ପୁ ଦ୍ଵାରା ହେୟାର ୱାଶ କରି ନିଅନ୍ତୁ ।

3-ଲେମ୍ବୁ ଓ ଅଁଳାର ରସ ସମାନ ପରିମାଣରେ ଚୁଟି ପାଇଁ ଆବଶ୍ୟକ ଥିବା ଅନୁସାରେ ନେଇ ଚୁଟିର ମୂଳରେ ଲଗାନ୍ତୁ । ତାପରେ ଅଧ ଘଣ୍ଟା କିମ୍ବା ଏକ ଘଣ୍ଟା ପରେ ଚୁଟିକୁ ସାମ୍ପୁ ସହାୟତାରେ ଧୋଇ ଦିଅନ୍ତୁ । ସପ୍ତାହରେ 1 ରୁ 2 ଥର ଏହି ଉପାୟର ପ୍ରୟୋଗ ନିଜ ଚୁଟିରେ କରି ଦେଖନ୍ତୁ । ଏହା ଆପଣଙ୍କ ଚୁଟି ପାଇଁ ବହୁତ ଫାଇଦାବାନ ହୋଇଥାଏ ।ତେବେ ଏହି ଉପାୟ ମଧ୍ୟରୁ କୌଣସି ବି ଏକ ଉପାୟକୁ କିଛି ଦିନ ପର୍ଯ୍ୟନ୍ତ ନିଜ ଚୁଟିରେ ପ୍ରୟୋଗ କରି ଦେଖନ୍ତୁ । ଏହା ଚୁଟି ଝଡିବା ବହୁତ ପରିମାଣରେ କମ କରିଦେବ ।

 

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button