ସ୍ୱାସ୍ଥ୍ୟ

2 ମିନିଟରେ ଭୟଙ୍କର ରୁ ଭୟଙ୍କର ଦାନ୍ତବିନ୍ଧା ଭଲ ହୋଇଯିବ, ଦାନ୍ତରେ ପୋକ, ପାଇରିଆ ବି ଭଲ ହେବ କେବଳ କରନ୍ତୁ ଏହି ଉପଚାର

ଆପଣଙ୍କ ର ଯଦି ଦାନ୍ତ ପୋକ ଖାଇଥାଏ ବା କୌଣସି କାରଣରୁ ଦାନ୍ତ ବିନ୍ଧା ହେଉଥାଏ ତେବେ ଏହା ପାଇଁ ଏକ ଘରୋଇ ଉପଚାର ରହିଛି । ଯାହାକୁ କରିବା ଦ୍ୱାରା ଆପଣଙ୍କ ଦାନ୍ତ ବିନ୍ଧା ସମ୍ପୂର୍ଣ୍ଣ ଭଲ ହୋଇଯାଇଥାଏ । ତେବେ ଏଥିପାଇଁ ଆପଣଙ୍କ ରୋଷେଇ ଘରେ ଥିବା ଜିନିଷ ରୁ ସାମଗ୍ରୀ ଆବଶ୍ୟକ। ଏଥିପାଇଁ ରସୁଣ , ଲବଙ୍ଗ ,ହଳଦୀ ,ଲୁଣ , ସୋରିଷ ତେଲ ଆଦି ଆବଶ୍ୟକ। ପ୍ରଥମେ ଆପଣ ୨ ପାଖୁଡା ରସୁଣ ନେବେ ।

ଏହାର ଚୋପା ଛଡାଇ ଏହାକୁ ଚେଞ୍ଚି ଦେବେ । କିଛି ଲବଙ୍ଗ ନେଇ ଏହାର ପାଉଡର ବନାଇ ନେବେ । ଲବଙ୍ଗ ଆପଣଙ୍କ ଦାନ୍ତ ବିନ୍ଧା ପାଇଁ ରାମବାଣ ପରି କାର୍ଯ୍ୟ କରିଥାଏ । ଲବଙ୍ଗ ତେଲ, ଲବଙ୍ଗ ପାଉଡର, ଲବଙ୍ଗ, ଲବଙ୍ଗ ପାଣି ଆଦି ସବୁ ଦାନ୍ତ ବିନ୍ଧା ପାଇଁ ବହୁତ ଭଲ ଅଟେ । ତେବେ ଆପଣ ଗୋଟିଏ ପାତ୍ର ରେ ଲବଙ୍ଗ ଗୁଣ୍ଡ , ରସୁଣ ଛେଚା ଓ ହଳଦୀ ଓ ଅଳ୍ପ ପାଣି ମିଶାଇ ଦେବେ ଏଥିରେ ସୋରିଷ ତେଲ ପକାଇ ଏହାକୁ ଏକ ପେଷ୍ଟ ଭଳି ବନାଇ ନେବେ । ହଳଦୀ ମଧ୍ୟ ବହୁତ ଭଲ ଅଟେ । ଏହା ଇନଫେକ୍ଷ୍ନ କୁ କମ କରିଥାଏ ।

ଏହାର ସେବନ କରିବା ଆଗରୁ ଆପଣ ଆଉ ଏକ କାର୍ଯ୍ୟ କରିବେ । ଏକ ଗ୍ଲାସ ପାଣି ନେବେ । ଏଥିରେ ଆପଣ ଲବଙ୍ଗ ଓ ପିଜୁଳି ପତ୍ର ପକାଇ ଏହାକୁ ଫୁଟାଇ ଦେବେ। ଯଦି ପିଜୁଳି ପତ୍ର ନାହିଁ। ତେବେ ଆପଣ ଅଧିକ ଲବଙ୍ଗ ନେବେ । ଏହା ଯେପରି ଫୁଟି ଫୁଟି ଅଧ ଗ୍ଲାସ ପାଣି ହୋଇଯିବ। ଏହା ପରେ ଏହି ପାଣିରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ ଭାବେ କୁଲା କରନ୍ତୁ । ଲବଙ୍ଗର ପାଣି ଯଦି ଆପଣ ପ୍ରତିଦିନ କୁଲା କରିବେ ଆପଣଙ୍କ ଦାନ୍ତ ଜନିତ ସମସ୍ୟା କେବେବି ହେବ ନାହିଁ । ଯେଉଁ ପାଖ ଦାନ୍ତ ଆପଣଙ୍କର ବିନ୍ଧା ହେଉଥିବ ସେହି ସ୍ଥାନ ରେ କୁଲା କରିବେ ।

ଏହା ପରେ ଏହି ପେଷ୍ଟ ଯାହା ଆପଣ ପ୍ରସ୍ତୁତ କରିଥିବେ । ଏକ ତୁଲା ରେ ଏହି ପେଷ୍ଟ ରଖିବେ ଓ ଏହା କୁ ଯେଉଁ ଦାନ୍ତ ବିନ୍ଧା ହେଉଥିବ ସେହି ସ୍ଥାନ ରେ ରଖିବେ । ଏକ ଘଂଟା ପର୍ଯ୍ୟନ୍ତ ରଖିବେ। ଯଦି ଆପଣ ପୁରା ରାତି ରଖିବେ ତେବେ ଏହା ଭଲ ଯଦି ନ ରଖିପାରିବେ ତେବେ ଆପଣ ଏକ ଘଂଟା ରଖିବେ । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ରୁ ଆପଣଙ୍କୁ ଶାନ୍ତି ମିଳିବ । ଏହା ଛଡା ଆପଣ ସପ୍ତାହ କୁ ଥରେ ସୋରିଷ ତେଲ, ହଳଦୀ, ଲୁଣ ମିଶାଇ ଦାନ୍ତ ଘଷିବେ । ଏହା ଦ୍ୱାରା ଆପଣଙ୍କ ଦାନ୍ତ ସୁସ୍ଥ ରହିବ । ଲୁଣ ମଧ୍ୟ ଆମ ଦାନ୍ତ ପାଇଁ ଭଲ ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button