ଅପରାଧ

ବନ୍ଧାହେଲା ନକଲି ନୌସେନା ଅଧିକାରୀ – Kalinga News

[ad_1]

ଭୁବନେଶ୍ବର: ବିବାହ କରିବା ଆଳରେ ଜଣେ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବା ପରେ ବ୍ଲାକ୍‌ମେଲ୍‌ କରି ୫୦ ହଜାର ଟଙ୍କା ଠକିନେବା ଅଭିଯୋଗରେ ଆଜି ମହିଳା ଥାନା ପୁଲିସ ଜଣେ ଠକକୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ‌ହେଲା ଜଗତସିଂହପୁର ବିରିଡ଼ି ଅଞ୍ଚଳର ସୌମ୍ୟରଞ୍ଜନ ମିଶ୍ର(୩୩)। ପୁଲିସ ତା’ଠାରୁ ଏକ ଭେରେନା ଗାଡ଼ି, ଲାପ୍‌ଟପ୍‌ ଓ ମୋବାଇଲ୍‌ ଫୋନ୍‌ ଜବତ କରିଛି। ପୁଲିସ ସୂଚନାନୁସାରେ ଯୁବତୀଙ୍କ ବାପା ମାଟ୍ରିମୋନିଆଲ୍‌ ସାଇଟ୍‌ରେ ଉପଯୁକ୍ତ ବରପାତ୍ରଟିଏ ଖୋଜୁଥିଲେ। ଅଭିଯୁକ୍ତ ସୌମ୍ୟର ପ୍ରୋଫାଇଲ୍‌ରେ ନୌସେନା ଅଧିକାରୀ ବୋଲି ଲେଖାଥିବା ଦେଖି ସେ ଫୋନ୍‌ରେ ଯୋଗାଯୋଗ କରିଥିଲେ। ସେ ମୁମ୍ବାଇରେ କାର୍ଯ୍ୟରତ ନାଭାଲ୍‌ ଅଫିସର ବୋଲି କହିଥିଲା। ଏହାପରେ କଥା ଆଗକୁ ବଢ଼ିଥିଲା। ଫୋନ୍‌ରେ ସୌମ୍ୟ ଓ ଯୁବତୀଙ୍କ ମଧ୍ୟରେ ସମ୍ପର୍କ ବଢ଼ିବଢ଼ି ଚାଲିଥିଲା। ମାତ୍ର କିଛି ଦିନ ପରେ ସୌମ୍ୟ ଜଣେ ଠକ ବୋଲି କୌଣସି ସୂତ୍ରରୁ ଯୁବତୀଙ୍କ ବାପା ଜାଣିଥିଲେ ଏବଂ ବିବାହ ପ୍ରସ୍ତାବ ଭାଙ୍ଗି ଦେଇଥିଲେ। କିନ୍ତୁ ସୌମ୍ୟ ଚତୁରତାର ସହ ଯୁବତୀଙ୍କୁ ଖଣ୍ଡଗିରିସ୍ଥିତ ଏକ ହୋଟେଲ୍‌କୁ ଡାକିଥିଲା।

ବାହାଘର ବାବଦରେ ଆଲୋଚନା କରିବାକୁ କହି ଡକାଇଥିଲ। ଯୁବତୀଜଣଙ୍କ ତା’ କଥାରେ ଫସି ହୋଟେଲ୍‌ରେ ପହଞ୍ଚିବା ପରେ ସୌମ୍ୟର ଅସଲ ଚେହେରା ଦେଖିଥିଲେ। କଥାବାର୍ତ୍ତ ଛଳରେ ସେ ଭିଡିଓ ସୁଟ୍‌ କରିଥିଲା। ଏହାପରେ ଭିଡିଓ ଭାଇରାଲ୍‌ କରିବା ଧମକ ଦେଇ ବ୍ଲାକ୍‌ମେଲ୍‌ କରିବା ଆରମ୍ଭ କରିଥିଲା। ଲୋକଲଜ୍ଜାକୁ ଡରି ପୀଡ଼ିତା ୫୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଏହା ସତ୍ତ୍ବେ ଠକ ସୌମ୍ୟ ଯୁବତୀଙ୍କ ବାହାଘର ପ୍ରସ୍ତାବ ପଡ଼ିଥିବା ପରିବାରକୁ ଭିଡିଓ ପଠାଇଦେଇଥିଲା। କେବଳ ସେତିକି ନୁହେଁ, ଯୁବତୀଙ୍କ ଘରେ ପହଞ୍ଚି ଏମିତି ବାରମ୍ବାର କରିବ ବୋଲି ଧମକ ଦେଇଥିଲା। ତେଣୁ ବାଧ୍ୟ ହୋଇ ପୀଡ଼ିତାଙ୍କ ବାପାମା’ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button